ବୈଦ୍ଧିକ ଜଗତକୁ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ

ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

blank
କେନ୍ଦ୍ରାପଡ଼ା,୧୯/୭- ବୈଦ୍ଧିକ ଜଗତକୁ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ । ସେ ଏକାଧାରାରେ ଥିଲେ ସୁନାମଧନ୍ୟ କଣ୍ଠଶୀଳ୍ପି ,ଗୀତିକାର,ସଂସ୍କାରକ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ସେବକ । ତାଙ୍କ ସଂଗୀତ ସାଧନା ଓ ସମର୍ପିିତ ବ୍ୟକ୍ତତ୍ୱ ଓଡ଼ିଆ ଜାତି ପାଇଁ ପ୍ରେରଣା ଉସ୍‌ô ହୋଇ ରହିବ । ନିଜ ମାଟିର ଏହି ସୁଯୋଗ୍ୟ ସନ୍ତାନଙ୍କୁ ନେଇ କେନ୍ଦ୍ରାପଡ଼ା କାଳେ କାଳେ ଗର୍ବ କରୁଥିବ । ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ପୂଣ୍ୟ ତିଥି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତ ପୋଷଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସଂଗୀତାନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଓ ସାମାଜିକ ଅନୁଷ୍ଠାନ ଜନଚେତନା ପରିଷଦ ର ମିଳିତ ଆନୁକୂଲ୍ୟରେ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ସ୍ମୃତି ସମାରୋହରେ ଗୋକୁଳ ଚନ୍ଦ୍ର ସଂଗୀତ ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ପୌରହିତ୍ୟ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଡ଼.ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି,ବିଶିଷ୍ଟ କଣ୍ଠଶୀଳ୍ପି ବାଣୀକଣ୍ଠଙ୍କ ସ୍ୱର ସାଧକ ଦୁଃଖିଶ୍ୟାମ ତ୍ରିପାଠୀ ମୁଖ୍ୟ ବକ୍ତା , ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ.ବାଣୀକଣ୍ଠଙ୍କ ଦାୟାଦ ପ୍ରଣବ କୁମାର ଶ୍ରୀଚନ୍ଦନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ମୃତି ଚାରଣ କରି ବକ୍ତବ୍ୟ ରଖିଥିଲେ । ଜନଚେତନା ପରିଷଦର ସାଧାରଣ ସମ୍ପାଦକ ଗଣେଶ ଚନ୍ଦ୍ର ସାମଲ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ବାଣୀକଣ୍ଠଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଦୁଃଖିଶ୍ୟାମ ତ୍ରିପାଠୀଙ୍କ ସୁପୁତ୍ର ଯୁବ କଣ୍ଠଶୀଳ୍ପି ଶିବାନନ୍ଦ ତ୍ରିପାଠୀଙ୍କୁ ବାଣୀକଣ୍ଠ ସ୍କୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବାଣୀକଣ୍ଠଙ୍କ ପୂଣ୍ୟତିଥି ଉପଲକ୍ଷେ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସବ୍‌-ଜୁନିୟର,ଜୁନିୟର ଓ ସିନିୟର ବର୍ଗର ବାଣୀକଣ୍ଠ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ବାଣୀକଣ୍ଠଙ୍କ ସାଧନା ପୀଠ କେନ୍ଦ୍ରାପଡ଼ାର ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ ବାଣୀକଣ୍ଠଙ୍କର ଏକ ଆବାକ୍ଷ ବ୍ରୋଂଚ ପ୍ରତିମୂତ୍ତି ସ୍ଥାପନ କରିବା ସଭାପତି ଶ୍ରୀଦାସ ରାଜ୍ୟସରକାରଙ୍କୁ ନିଦେବନ କରିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ସମାରୋହରେ ଗୃହୀତ ହୋଇଥିଲା । ଶେଷରେ ଦୁଃଖିଶ୍ୟାମ ତ୍ରିପାଠୀ,ଶିବାନନ୍ଦ ତ୍ରିପାଣୀ ଓ ଅମ୍ବିକା ପ୍ରସାଦ ଦାସ ସଂଗୀତ ପରିବେଷଣ କରିଥିଲେ । ଗୋକୁଳ ଚନ୍ଦ୍ର ସଂଗୀତ ସଦନର ସମ୍ପାଦକ ଉମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଂଗୀତ ସଦନର କୋଷାଦ୍ଧକ୍ଷ ନୃତ୍ୟଗୁରୁ ସୁଶ୍ରୀ ଭାନୁପ୍ରିୟା ଖଟୁଆ, ଓ ଲୋପିତା ପଲାଇ ପରିଚାଳନା କରିଥିଲେ । ଉପସଭାପତି ସମିରଂଜନ ଦାସ,ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା,ଗଣେଶ୍ୱର ସାହୁ,ସରୋଜକାନ୍ତ ସାହୁ, ହିରଣ୍ୟ କୁମାର ପଣ୍ଡା, ଉମାକାନ୍ତ ସିଂହ,ରାଜେଶ କୁମାର ବେହେରା,ଭୁବନ ମୋହନ ଦାସ,ଅଭୟ କୁମାର ପାତ୍ର,ଲକ୍ଷ୍ମୀକାନ୍ତ ନାୟକ,ଅଭିମନ୍ୟୁ ନାୟକ,ଉମାକାନ୍ତ କର ପ୍ରମୁଖ ସହାୟତା କରିଥିଲେ ।

Next Post

ଜିଲ୍ଲା ଶିକ୍ଷଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଆଇନଧାରକ ନିଯୁକ୍ତିରେ ବିଳମ୍ବ

Sat Jul 19 , 2025
କେନ୍ଦ୍ରାପଡ଼ା,୧୯ା୭:ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡିଶା,ଭୁବନେଶ୍ୱରଙ୍କର ପତ୍ର ସଂଖ୍ୟା ୨୮୭୯୩, ତା ୩୧-୧୨-୨୦୨୦ରିଖ ଅନୁସାରେ ପ୍ରତ୍ୟେକ ଜିଲ୍ଲା ଶିକ୍ଷାଧିକାରୀ,ବ୍ଲକ ଶିକ୍ଷାଧିକାରୀ ଓ ଡି.ପି.ସି. ଅଫିସକୁ ଆଇନଗତ ପରାମର୍ଶ ଦେବା ପାଇଁ ଜଣେ ଜଣେ ଆଇନଗତ ଧାରକ(ଲିଗାଲ ରିଟେନର) ନିଯୁକ୍ତି କରିବା ପାଇଁ ଆଦେଶ ଦିଆଯାଇଅଛି। ଆମ୍ଭ ଜିଲ୍ଲାରେ ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଶ୍ରୀ ବିଶ୍ୱଜିତ ରାଉତଙ୍କୁ ନଯୁକ୍ତି ଦିଆଯାଇଥିଲା। କିନ୍ତୁ ଶ୍ରୀ ରାଉତ ତାଙ୍କ ଆଇନଗତ ଧାରକ କାର୍ଯ୍ୟ ଧାରାରୁ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading