ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ହରପାର୍ବତୀ ମନ୍ଦିରରେ ସମୂହ ଦୀପଦାନ

blank
ପଟ୍ଟାମୁଣ୍ଡାଇ ୨୧/୬ – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ରବିବାର ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ନବୀନଙ୍କ ଅସୁସ୍ଥତା ନେଇ ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ନଗର ବିଜେଡି ପକ୍ଷରୁ ସ୍ଥାନୀୟ ହରପାର୍ବତୀ ମନ୍ଦିରରେ ତାଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରାଯାଇଛି  । ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କାଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ,ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଯୁବନେତା ନିରାକାର ସାହୁ, କାଉନସିଲର ଗୋପୀବଲ୍ଲଭ ନାୟକ ମୃତ୍ୟୁଞ୍ଜୟ ପାଢ଼ୀ, ପ୍ରଶାନ୍ତ ବାରିକ, ଲଷ୍ମୀପ୍ରିୟା ସାହୁ ଓ ସୁବାଷ ମଲିକ, ପୂର୍ବତନ କାଉନସିଲର ମଳୟ ମଲିକ, ଲୋକନାଥ ବେହେରା, ଥାନପତି ରବୀନ୍ଦ୍ର ସାହୁ, ରାମ ସାହୁ, ଅନିଲ ପଣ୍ଡା, ସ୍ୱରୂପ ସାମଲ, ସଞ୍ଜୟ ଦାସ, ସମରେଶ ମହାନ୍ତି, କଳାକାର ପ୍ରଧାନ, ଟୁଟୁ ମିଶ୍ର, ରୁଦ୍ର ନାରାୟଣ ସାମନ୍ତରାୟ, ଅସୀମ ମହାନ୍ତି ଦିଗାମ୍ବର ମିଶ୍ର ବାପି ସାମଲ, ପିଂଟୁ ସେଠୀ, ନରେଶ ଜେନା,ସୌରେନ୍ଦ୍ର ବେହେରା ପ୍ରମୁଖ ବହୁ ବିଜେଡି ନେତା ଓ କର୍ମକର୍ତା ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ହରପାର୍ବତୀ ମନ୍ଦିରରେ ସମୂହ ଦୀପ ଦାନ କରିଥିଲେ ।

Next Post

ଜିଲ୍ଲା ପ୍ରଶାସନ ତରଫରୁ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ..

Sat Jun 21 , 2025
କେନ୍ଦ୍ରାପଡ଼ା, ୨୧/୬ – ଜିଲ୍ଲା ପ୍ରଶାସନ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶ୍ୟାମଗାଡ଼ିଆ, ଇଚ୍ଛାପୁର ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସମବାୟ,ହସ୍ତତନ୍ତ୍ର, ବୟନଶିଳ୍ପ, ହସ୍ତଶିଳ୍ପ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ଯୋଗ ପ୍ରାଣାୟାମ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ସ୍ମୃତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading