
ପଟ୍ଟାମୁଣ୍ଡାଇ ତା ୧୮/୭- ଓଳାଭର ଅଂଚଳର ବିଶିଷ୍ଟ ସମାଜସେବୀ ତଥା ଲଷ୍ମୀନାରାୟଣ ମଦିର ପ୍ରତିଷ୍ଠାତା ଘନଶ୍ୟାମ ଜଗତିଙ୍କ ତାଙ୍କ ବାସବଭବନରେ ପରଲୋକ ହୋଇଯାଇଛି । ତାଙ୍କୁ ୯୪ ବର୍ଷ ହୋଇଥିଲା। ଶେଷ ସମୟରେ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବାବନ କିଶୋର ଜଗତି, ବିରେନ କୁମାର ଜଗତି, ସମାଜ ସେବୀ ଦାମୋଦର ନାୟକ, ସାମ୍ବାଦିକ ଅକ୍ଷୟ କୁମାର ସାହୁ ନମିତା ନାୟକ, ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟି, ଡ଼ା ସୁମନ କୁମାର ଜଗତି, ଡ଼ା ଶୁତକୀର୍ତ୍ତି ପରିଡା,ସଂଗ୍ରାମ ଜଗତି ଓ ବିକ୍ରମ ଜଗତି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ଘନଶ୍ୟାମ ଜଗତି ୧୯୮୪ ମସିହାରେ ଓଳାଭର ଠାରେ ଭବ୍ୟ ଲଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୀ ଠାକୁର ରାଜା ଦିବ୍ୟସିଂହ ଦେବଙ୍କ ସମେତ ବହୁ ସାଧୁସନ୍ଥ, ବିଦ୍ୱାନ ପଣ୍ଡିତ ବେଦଜ୍ଞ ପଣ୍ଡିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସ୍ୱର୍ଗତ ଜଗତି ଜଣେ ଦୃଢ଼ମନା ନୀତିନିଷ୍ଠ, ଧର୍ମପ୍ରାଣ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ । ସେ ବାତ୍ୟା ବନ୍ୟା ସମୟରେ ବିପନ୍ନ ଲୋକମାନଙ୍କୁ ସହାୟତା କରିଆସୁଥିଲେ । ତାଙ୍କ ମର ଶରୀରକୁ ଓଳାଭର ଠାରୁ ଶୋଭାଯାତ୍ରାରେ ନିଆଯାଇ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ବାବନ କିଶୋର ଜଗତି ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ଓତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚିଥିଲେ।
