କେନ୍ଦ୍ରାପଡା ସମୁଦ୍ର ଉପକୂଳରେ ପାଟ୍ରୋଲିଂ

blank
କେନ୍ଦ୍ରାପଡ଼ା,୧୧ା୫ :ଯୁଦ୍ଧ ବିରତି ପାଇଁ ଦୁଇଦେଶ ରାଜି ହେବା ପରେ ଏହାକୁ ଉଲ୍ଲଙ୍ଘନ କରି ପାକିସ୍ତାନ ଭାରତ ସୀମାକୁ ଗୁଳି ବର୍ଷା କରିଥିଲା। ପାକିସ୍ତାନର ଏହି ଯୁଦ୍ଧ ବିରତି ଉଲ୍ଲଙ୍ଘନକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକକୁ ଛୁଉଁଥିବା ସମୁଦ୍ର ଉପକୂଳରେ କୈାଣସି ଅନୁପ୍ରବେଶ ଆଶଙ୍କା କରି ଜିଲ୍ଲା ପୋଲିସ ମୁଖ୍ୟାଳୟର ନିର୍ଦେଶରେ ଉଭୟ ବ୍ଲକର ସାମୁଦ୍ରିକ ଥାନା(ତାଳଚୂଆ, ତନ୍ତିଆପାଳ, ଜମ୍ବୁ) ପକ୍ଷରୁ ସମୁଦ୍ର ଉପକୂଳରେ ଷ୍ପିଡ ବୋଟ ମାଧ୍ୟମରେ ପାଟ୍ରୋଲିଂ କରାଯାଇଛି। ପାଟ୍ରୋଲିଂ ସମୟରେ ବୋଟରେ ସଶସ୍ତ୍ର ପୋଲିସ କର୍ମଚାରୀମାନେ ମୃତୟନ ହୋଇଥିଲେ। କୈାଣସି ଅପ୍ରିତିକର ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ସଶସ୍ତ୍ର ପୋଲିସ ବଳ ପ୍ରସ୍ତୁତ ଥିଲେ। ସମୁଦ୍ରର ୩କିଲୋମିଟର ପର୍ଯ୍ୟନ୍ତ ପ୍ରତି ଥାନା ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା। ତାଳଚୂଆ, ଜମ୍ବୁ ଓ ତନ୍ତିଆପାଳ ଥାନା ଅଞ୍ଚଳ ଦେଇ ଯାଇଥିବା ବଙ୍ଗୋପସାଗର ମଧ୍ୟ ଦେଇ ଆତଙ୍କବାଦୀମାନେ ଆମ ଜଳ ସୀମାରେ ଆକ୍ରମଣ କରିବାର ଯଥେଷ୍ଟ ସୁଯୋଗ ରହିଛି। ସେହିପରି ଏହି ଅଞ୍ଚଳ ଗୁଡିକରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ପାକିସ୍ତାନ ସମର୍ଥକମାନେ ବାସ କରୁଥିବା ଗୋଇନ୍ଦା ରିପୋର୍ଟ ମିଳିଛି। ଏମାନେ ଆତଙ୍କବାଦୀଙ୍କୁ ସହଯୋଗ କରିବାର ଆଶଙ୍କା ମଧ୍ୟ ରହିଛି। ସେହି କାରଣରୁ ସାମୁଦ୍ରିକ ଥାନା ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଛି। ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ କହିଛନ୍ତି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଷ୍ପିଡବୋଟ ସାହାଯ୍ୟରେ ସମୁଦ୍ରର ୩କିଲୋମିଟର ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଥିଲା। ଏହି ସମୟରେ ଶତ୍ରୁପକ୍ଷକୁ ସତର୍କ କରାଇବା ପାଇଁ ସାଇରନ ବାଜିଥିଲା। କିନ୍ତୁ ସେଭଳି କୈାଣସି ଅଘଟଣ ଘଟିନାହିଁ। ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କିଛିଦିନ ପାଇଁ ଏଭଳି ପାଟ୍ରୋଲିଂ ଚାଲିବ।

Next Post

ଶ୍ରୀବଳଦେବଜୀଉଙ୍କ ନୃସିଂହ ଅବତାର

Sun May 11 , 2025
କେନ୍ଦ୍ରାପଡ଼ା,୧୧ା୫: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ରବିବାର ନୃସିଂହ ଅବତାର ବେଶ ହୋଇଡଛି। ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ନୃସିଂହ ଅବତାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟାରେ ପହୁଡ଼ ଖୋଲାଯାଇ ଉଠାଣୀ ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ନୃସିହ ଅବତାର ବେଶ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶୁକ୍ଳ ମଉଳି ପିନ୍ଧାଯାଇ ମଣ୍ଡଳ ଲଗା ଯାଇଥିଲା। ଶ୍ରୀବଳଦେବ ଜୀଉଙ୍କୁ ଶ୍ରୀଭୁଜ ପୟର ପାଟ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading