
ପଟ୍ଟାମୁଣ୍ଡାଇ ୨୧/୩ -କେନ୍ଦ୍ରାପଡା ଜିଲ ପଟ୍ଟାମୁଣ୍ଡାଇ ବ୍ଲକ ଅଭିବକ୍ତ ଖଡିଅଂଟା ପଂଚାୟତର ଡ୍ରେନେଜ୍ ସମସ୍ୟା ଚାଷ ପାଇଁ କାଳ ହୋଇଛି। ଦିନେ, ଦୁଇଦିନ ଲଗାଣ ବର୍ଷା ହେଲେ ଅଧିକାଂଶ ଜମିରୁ ଜଳ ନିଷ୍କାସନ ସହଜ ହେଉନାହିଁ। ଫଳରେ ଚାଷ ପ୍ରଭାବିତ ହେଉଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଜିଲ୍ଲାପ୍ରଶାସନ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଉଛି । ବିଶେଷକରି ଜଳ ନିଷ୍କାସନର ମୁଖ୍ୟ ମାଧ୍ୟମ ନୟନଜୋରି ଜବରଦଖଲ ହୋଇଥିବା ବେଳେ ଓସଙ୍ଗରା-ସାହୁପଡା ପାଟନାଳୀ ପୋତି ହୋଇଗଲାଣି । ୧୯୯୨ ମସିହାରୁ ଖୋଳା ଯାଇଥିବା ନାଳର ଆଶାଜନକ ପୁନରୁଦ୍ଧାର ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଗତ ଖରିଫଋତୁ ଲଗାଣ ବର୍ଷାରେ ପାଖାପାଖି ୮ ଟି ପଂଚାୟତର ୬ ହଜାର ହେକ୍ଟର ଜମିରେ ଜଳ ନିଷ୍କାସନ ସମସ୍ୟା ରହିଥିଲା। ବର୍ଷା ଲାଗି ରହିଲେ ଆଗକୁ ଚାଷୀ ମୁଣ୍ଡରେ ଚଡକ ପଡିବା ସମ୍ଭାବନା ସୃଷ୍ଟି ହୋବା ପୂର୍ବରୁ ଏହି ପାଟନାଳୀ ପୁନରୁଦ୍ଧାର କରି ଚାଷୀମାନଙ୍କ ଅସୁବିଧା ସମାଧାନ କରିବା ନିମନ୍ତେ ଅଭିବକ୍ତ ଖଡିଅଂଟା ପଂଚୟତର ବାସୀ ତଥା ଜିଲା ଭାଜପା ଅନୁସୁଚିତ ଜାତି ମୋର୍ଚ୍ଚା ସଭାପତି ଅର୍ନ୍ତଯ୍ୟାମୀ ମଲିକ ଓ ଭାଜପା ଓବିସି ସେଲ କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ଦାସ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଓସଙ୍ଗରା-ସାହୁପଡା ପାଟନାଳୀ ପୁନରୁଦ୍ଧାର କରିବା ସହ ଚାଷୀଙ୍କ ସୁରକ୍ଷା ବିଷୟରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି।
