ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି ୨୬% ସୁଭଦ୍ରା ହିତାଧିକାରୀଙ୍କୁ ଟ୍ରେନିଂ ଦେଇ ଉଦ୍ୟୋଗୀ କରିବେ ସରକାର

 

blank
ଭୁବନେଶ୍ୱର 2/5 ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ। ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁଥିରେ ମା ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୋଷଣ ପୁରା ତଥ୍ୟ ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମା’ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। ଯାହାଦ୍ୱାରା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟ ମୁକ୍ତ ଓଡ଼ିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି। ସେହିପରି ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୬ ପ୍ରତିଶତ ସୁଭଦ୍ରା ହିତାଧିକାରୀଙ୍କୁ ଅପ୍ ସ୍କିଲିଂ ଟ୍ରେନିଂ ଦେଇ ନିଯୁକ୍ତି ଏବଂ ଉଦ୍ୟୋଗୀ କରିବେ ସରକାର। ୨୧ ରୁ ୩୫ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ ଯୋଜନାରେ ପ୍ରତି ବର୍ଷ ଲକ୍ଷେ ମହିଳାଙ୍କୁ ସାମିଲ କରାଯିବ। ସୁଭଦ୍ରା ସ୍କିଲିଂ କାର୍ଯ୍ୟକ୍ରମରେ ଆଇଆଇଏମ ଦ୍ୱାରା ୨୬ ପ୍ରତିଶତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଯେଉଁମାନଙ୍କ ପାଖରେ ବିଭିନ୍ନ ଦକ୍ଷିତା ରହିଛି। ସେମାନଙ୍କୁ ଅଧିକ ତାଲିମ ଦେଇ ଉଦ୍ୟୋଗୀ କରାଯିବ ଏବଂ ବିଭିନ୍ନ ବିଭାଗ ସହ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ଦିଆଯିବ। ୨୧ ବର୍ଷରୁ ୩୫ ବର୍ଷ ଭିତରେ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ମଧ୍ୟ ପ୍ରତି ବର୍ଷ ୧ ଲକ୍ଷ ମହିଳା ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ସବୁ ବିଭାଗ ସମନ୍ୱୟ ରଖି କାମ କରିବେ।

Next Post

ଖଣିଜ ସମ୍ପଦ ଲୁଟ୍ ପଛରେ ଗୁପ୍ତ ନେଟୱାର୍କର ସମର୍ଥନ ,ଉର୍ଚ୍ଚ ସ୍ତରିୟ ତଦନ୍ତ ଦାବି କଲା କଂଗ୍ରେସ

Wed Jun 3 , 2026
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖଣିଜ ସମ୍ପଦ ଲୁଟକୁ ନେଇ ଦିନ କୁ ଦିନ ଆଇନ ଶୁଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ।ତଥାବି ଏଠି କୋଟିକୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍ ହେବାରେ ଲାଗିଛି । ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ରହିତାବେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଥିଲେ ସୁଦ୍ଧା ଖଣିବିଭାଗ ସହେଯାଗରେ ରାତି ଦିନ ବାଲି ଚାଲାଣ ହେଉଛି । ପ୍ରଶାସନ ଅଧିକାରୀଙ୍କ ଜାଣତରେ ରାଜସ୍ୱ ଲୁଟ ହେଉଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading