
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୂର୍ବତନ ସୈନିକ ସଂଘର ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ନେତୃତ୍ୱ ରେ ରାଜକନିକା ବ୍ଲକ ର ବାରାହାଦୋମଣ୍ଡା ଗ୍ରାମ ପଞ୍ଚାୟତର ଗ୍ରାମ ମାନପୁର, ଭାମଣ୍ଡା,କନପୁର, ଗୁଣ୍ଠଳ ବନ୍ୟା ପ୍ରଭାବିତ ଅଞ୍ଚଳର ରେ ରାହାତ ( ରିଲିଫ) ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା। ରିଲିଫ ବଣ୍ଟନ କାର୍ଯ୍ଯକ୍ରମରେ ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କୋଷାଧ୍ୟକ୍ଷ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ,ପୂର୍ବ ଅଧ୍ୟକ୍ଷ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ଏବଂ ଉପଦେଷ୍ଟା ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁ, ସୁବେଦାର ମେଜର ବିଚିତ୍ର କୁମାର ନାୟକ, ସୁବେଦାର ମେଜର ସୁଖଦେବ ଖଟୁଆ, ସୁବେଦାର ମେଜର ଗୌରାଙ୍ଗ ଚରଣ ସ୍ୱାଇଁ, ନାଏବ ସୁବେଦାର ଉମେଶ ଚନ୍ଦ୍ର ସାମନ୍ତରାୟ ଏବଂ ପୂର୍ବତନ ସୈନିକ ସଂଘର ବରିଷ୍ଟ ସଦସ୍ଯ ଏବଂ ରାଜକନିକା ବ୍ଲକ ର ଅଧ୍ୟକ୍ଷ କ୍ୟାପଟେନ ଆନନ୍ଦ ଚନ୍ଦ୍ର ନାୟକ, ଜଏଣ୍ଟ ସେକ୍ରେଟେରୀ ସର୍ଜେଣ୍ଟ କେତନ କୁମାର ଦାସ ଏବଂ କୋଷାଧ୍ୟକ୍ଷ ନାଏବ ସୁବେଦାର ଅକ୍ଷୟ କୁମାର ନାଥ ପ୍ରମୁଖ ରିଲିଫ ବଣ୍ଟନ କାର୍ଯ୍ୟରେ ଭାଗ ନେଇଥିଲେ। ଅବସର ପ୍ରାପ୍ତ ସୈନିକ ଭାଇ ମାନେ ପାଣିରେ ପଶି ଘରେ ଘରେ ଯାଇଁ ରିଲିଫ ବଣ୍ଟନ କାର୍ଯ୍ୟ କରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସେବାରେ ପୂର୍ବତନ ସୈନିକ ସଂଘ ସଦସ୍ଯ ମାନେ ଏବଂ କିଛି ସମାଜ ସେବି ଭାଇ ମାନେ ନିଜର ଅନୁଦାନ ଏବଂ ରାହାତ ସାମଗ୍ରୀ ପ୍ରଦାନ କରିଥିଲେ। ରିଲିଫ କାର୍ଯ୍ୟରେ ଅନୁଦାନ ଏବଂ ରାହାତ ସାମଗ୍ରୀ ପ୍ରଦାନ କରିଥିବା ସଦସ୍ୟ ଏବଂ ସମାଜ ସେବି ମାନଙ୍କୁ ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କା ଧନ୍ୟବାଦ ଏବଂ ସାଧୁବାଦ ଦେଇଛନ୍ତି। ୨୦୦ ରୁ ଉର୍ଦ୍ଧ ସୁଖିଲା ଖାଦ୍ୟ ସାମଗ୍ରି ପକେଟ ପାଣିଘେରରେ ଥିବା ୨୦୦ ରୁ ଉର୍ଦ୍ଧ ପରିବାର ବର୍ଗଙ୍କୁ ବଣ୍ଟନ କରା ଯାଇଥିଲା। ପ୍ରତ୍ଯେକ ପାକେଟ ରେ ଚୂଡା, ଗୁଡ, ମୁଡି,ବିସ୍କୁଟ,ଓଆରଏସ ପାକେଟ, ପାଣି ବୋତଲ, ମହମ ବତି, ମସା ଧୂପକାଠୀ, ଦିଆସିଲି, ଚକଲେଟ ଏବଂ ହାଇଜିନ ପାଇଁ ଗ୍ଲୋବସ ଏବଂ ମାସ୍କ ବିତରଣ କରା ଯାଇଥିଲା। କେନ୍ଦ୍ରାପଡା ଜିଲ୍ଲାର ସଙ୍ଗଠନ ପୂର୍ବତନ ସୈନିକ ସଂଘ ସଦାସର୍ବଦା ସମାଜ ସେବା କରିବାରେ ଆଗୁଆ।୧୯୯୯ ମସିହା ମହାବାତ୍ୟା ହେଉ କିମ୍ବା ଅନ୍ୟ କୌଣସି ସମାଜ ସେବା କାର୍ଯ୍ୟରେ ପୂର୍ବତନ ସୈନିକ ସଂଘ ନିଜର ହାତ ବଞ୍ଚାଇ ଅଛି। ପ୍ରଶାସନ ତରଫରୁ କୌଣସି ପ୍ରକାର ସମାଜ ସେବା କାର୍ଯ୍ୟରେ ଆମ ପୂର୍ବତନ ସୈନିକ ସଂଘ ସଙ୍ଗଠନ କୁ ନିୟୋଜିତ କରିବ ଆମ ସଙ୍ଗଠନ ସଦାସର୍ବଦା ଆଗୁଆ ହୋଇ କାର୍ଯ୍ୟ କରିବ।
