କେନ୍ଦ୍ରାପଡାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ

blank
କେନ୍ଦ୍ରାପଡ଼ା ତା୨/୮: କେନ୍ଦ୍ରାପଡା ସ୍ଥାନୀୟ ସଂସ୍କୃତି ଭବନରେ କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଭିନ୍ନ ଦଳରୁ ଆସିଥିବା ପ୍ରାୟ ଶତାଧିକ କର୍ମି ବିଜେପିରେ ମିଶିଥିଲେ । ମହାକାଳପଡାରୁ ୩୬ଜଣ, ମାର୍ଶାଘାଇରୁ ୧୨ଜଣ, କେନ୍ଦ୍ରାପଡାରୁ ୧୮ଜଣ, ପାଟକୁରାରୁ ୧୨ଜଣ, ଆଳିରୁ ୨୪ଜଣ ବିଜେଡି ଓ କଂଗ୍ରେସ ଦଳର ଛାମୁଆ କର୍ମିମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଆରସିଏମଏସ ସଭାପତି ବରିଷ୍ଟ ବିଜେଡି ନେତା ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ୍ୟା ଜୟନ୍ତୀ ଲେଙ୍କା, ପୂର୍ବତନ ଜିଲ୍ଲାପରିଷଦ ସଭାପତି ବରିଷ୍ଟ ବିଜେଡି ନେତା ଶ୍ରୀଧର ସ୍ୱାଇଁ, ଅଶୋକ ଲେଙ୍କା, କେନ୍ଦ୍ରାପଡା ବାର ଆସୋସିଏସନର ଉପସଭାପତି ହାଡିବନ୍ଧୁ ସିଂ, କୃଷି ଋଣ ସମବାୟ ସମିତି ସଭାପତି ଭାଗବତ ସାହୁ ପ୍ରମୁଖଙ୍କ ସମେତ ଜିଲ୍ଲାର ଶତାଧିକ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ସମେତ ବହୁ ନେତା ବିଜେପି ଦଳରେ ସାମିଲ ହୋଇଥିଲେ । ସାଂସଦ ଶ୍ରୀ ପଣ୍ଡା ବିଜରପିରେ ମିଶିଥିବା କର୍ମିମାନଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ,ଗୀତାଞ୍ଜଳୀ ସେଠୀ, ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଲଳିତ ବେହେରା, ସୁନାକର ବେହେରା, ତେଜେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ଦୁର୍ଯ୍ୟେଧନ ସାହୁ, ଆଇନଜୀବୀ ପ୍ରତାପ ଦାସ, ସଲିମ ଖାଁ, ଉପିନ ରାଉତ,ଅଭିମନ୍ୟୁ ଗୋଚ୍ଛାୟତ, ନେହୁରୁ ସାହୁ, ରଞ୍ଜନ ଚୌଧୁରୀ, ଡ଼ଃ କଳ୍ପନା ମଲ୍ଲିକ ପ୍ରମୁଖ ଉପସ୍ଥିତି ଥିଲେ ।

Next Post

ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ବୃକ୍ଷ ରୋପଣ

Sun Aug 3 , 2025
ପଟ୍ଟାମୁଣ୍ଡାଇ ୩/୮ – ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ବେଲତଳ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ସୂର୍ଯ୍ୟରଞ୍ଜନ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି. ସବଜଜ ଅପୂର୍ବା ମହାନ୍ତି. ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଓ ଡି କେ ବାଲକ୍ରିଷ୍ଣନ , ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading