କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି

blank
କେନ୍ଦ୍ରାପଡା ସଦର,୮ା୮ – କେନ୍ଦ୍ରାପଡା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ୫ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ସମିତିର ପାଞ୍ଚ ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀ ନୁଆ ବସଷ୍ଟାଣ୍ଡ ନିକଟସ୍ଥ ଗୋବିନ୍ଦ ଜୀୟୁ ମନ୍ଦିର ସମ୍ମୁଖରେ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରିଥିଲେ । ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରାରମ୍ଭରେ ସମନ୍ୱୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ବେଳେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଜେପି ସଭାନେତ୍ରୀ ଗିତାଞ୍ଜଳୀ ସେଠୀ, ବିଜେପି ନେତା ସଲିମ ଖାନ, ସିପିଆଇ ନେତା ରମଣୀ ରଞ୍ଜନ ରାଉତରାୟ, ସିପିଆଇଏମ୍ ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସ ନେତା ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ରାଜ୍ୟ ଓଷ୍ଟା ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ପ୍ରାକ୍ତନ ଓଷ୍ଟା ସମ୍ପାଦକ ତ୍ରୈଲୋକ୍ୟ ସାହୁ, ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ଦାସ, କାଳିପ୍ରସାଦ ନାୟକ, ନାରାୟଣ ପ୍ରସାଦ ମିଶ୍ର, ଅଲଓଷ୍ଟା ଜିଲ୍ଲା ସଭାପତି କରୁଣାକର ଧଳ, ଜିଲ୍ଲା ସମ୍ପାଦକ ଅଶୋକ କୁମାର ସାହୁ, ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ସଂଘ ସମ୍ପାଦକ ନିତ୍ୟାନନ୍ଦ ପାଣି, ପ୍ରାକ୍ତନ ଓଷ୍ଟା ସଭାପତି ପ୍ରମୋଦ କୁମାର ବେହେରା, ଶିକ୍ଷକ ନେତା ସତ୍ୟରଞ୍ଜନ ସାହୁ, ତିତିକାନ୍ତ ନାୟକ, ଅଲେଖ ଚନ୍ଦ୍ର ମହାନ୍ତି, ଶିବ ପ୍ରସାଦ ବଳ, ଓଡିଶା କର୍ମଚାରୀ ମହାସଂଘ ପୂର୍ବତନ ସମ୍ପାଦକ ନରୋତ୍ତମ ପାର୍ଥ ସାରଥୀ ପ୍ରମୁଖ ସମନ୍ୱୟ ସମିତି ଦାବିକୁ ସର୍ମଥନ କରି ଧାରଣା ରତ ଶୀକ୍ଷକ/ଶିକ୍ଷିକା ଓ କର୍ମଚାରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ପ୍ରତିବାଦ ସଭାକୁ ପଙ୍କଜ କୁମାର ବେହୁରା ଶିକ୍ଷକ ନେତ୍ରୀ ସରୋଜିନି ସ୍ୱାଇଁ, ରିନା ରାଉତ, ମଧୁଛନ୍ଦା ନାଥ ଶର୍ମା, ଅନ୍ନପୂର୍ଣ୍ଣା ସାହୁ, ଚିତ୍ତରଞ୍ଜନ କବି, ବ୍ୟାସଦେବ ବେବର୍ତ୍ତା, ୬୬୨ବର୍ଗ ମହାବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀ ସଂଘ ନେତା ଅଜୟ କୁମାର ନାୟକ, ପ୍ରୟରଞ୍ଜନ ସ୍ୱାଇଁ, ରାଜ କିଶୋର ନାୟକ, ପ୍ରୟ ରଞ୍ଜନ ସମେତ ଜିଲ୍ଲାର ୯ଗୋଟି ବ୍ଲକ ଓଷ୍ଟା ସମ୍ପାଦକ ଅରବିନ୍ଦ ନାୟକ(ରାଜକନିକାର), ସମ୍ପାଦକ ଦେବରାଜ ନାୟକ(ଆଳି), ଗଗନ ବିହାରୀ ସୂତାର(ଡେରାବିଶ), ମଳୟ କୁମାର ପାଣୀ(ଗରଦପୁର), ନାରାୟଣ ପଣ୍ଡା(କେନ୍ଦ୍ରାପଡା), ଅକ୍ଷୟ କୁମାର ମହାନ୍ତି(ପଟ୍ଟାମୁଣ୍ଡାଇ), ପସନ୍ନ କୁମାର ପରିଡା(ମାର୍ଶାଘାଇ), ରଘୁନାଥ ଦାସ(ମହାକାଳପଡା), ସମୀରଣ ମଣ୍ଡଳ(ରାଜନଗର) ପ୍ରମୁଖ ପରିଚାଳନା କରିଥିଲେ । ପାଞ୍ଚ ଦଫା ଦାବି ସମୁହ ଜିଲ୍ଲାପାଳଙ୍କ ତରଫରୁ ଡେପୁଟି କଲେକ୍ଟର ତ୍ରିଭୁବନ ଜୟସିଂହଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚ୍ଚିବକୁ ପ୍ରଦାନ କରାଯାଇଛି । ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର ଧାରଣାରତ ଶିକ୍ଷକ/ଶିକ୍ଷିକା ଓ କର୍ମଚାରୀଙ୍କୁ ସମେତ ସମସ୍ତ ରାଜନେତା ଓ ଶିକ୍ଷକନେତ୍ରୀଙ୍କ ମାନଙ୍କୁ ଦଣ୍ୟବାଦ ପ୍ରଦାନ କରିଥିଲେ । ଗୁଡିକ ହେଲା ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସର କାଳିନ ସୁବିଧା ସୁଯୋଗ ପ୍ରଦାନ, ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି ଓ ଗ୍ରେଡ ପେଥିବା ଅସଂଗତି ଦୃଢିକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀ କରଣ ଓ ଖାଲି ପଡିଥିବା ଶିକ୍ଷକ ନିଯୁକ୍ତି । ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମର ପୁନ୍ନ ପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ, ଶିକ୍ଷିକାମାନଙ୍କୁ ୬ଟି ନେସନ୍ୟାଲ ଇକ୍ରିମେଣ୍ଟ ପ୍ରଦାନ ସହ ବରିଷ୍ଟତା ପ୍ରଦାନ ।

Next Post

ପୁନର୍ବାସ ପକ୍ଷରୁ ଯୌନଶୋଷଣ ନିରୋଧ ସଚେତନତା ସଭା

Fri Aug 8 , 2025
କେନ୍ଦ୍ରାପଡା ୮/୮- ଉଭୟ ସଂଗଠିତ ଓ ଅସଂଗତିତ କ୍ଷେତ୍ରରେ କାର୍ଯ୍ୟରତା ମହିଳାମାନଙ୍କୁ ଏକ ସୁସ୍ଥ ଓ ନିରାପଦ କର୍ମ ପରିବେଶ ଯୋଗାଇ ଦେବା ଉଦ୍ଦେଶ୍ୟରେ ପୋସ୍ ଆଇନ, ୨୦୧୩ର ପ୍ରଣୟନ କରାଯାଇଅଛି । ଏହି ଯୌନଶୋଷଣ ନିରୋଧ ଆଇନରେ ରହିଥିବା ପ୍ରତିରୋଧଗତ, ବ୍ୟବସ୍ଥାଗତ ଓ ପ୍ରତିକାରଗତ ଦିଗଗୁଡିକ ଉପରେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ଉପସଭାପତି ତଥା ବରିଷ୍ଠ ଆଡ଼ଭୋକେଟ୍ ସୁଶ୍ରୀ ନାୟକ ଆଲୋକପାତ କରିଥିଲେ। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଥେରାପି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading