କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ

blank
କେନ୍ଦ୍ରାପଡ଼ା, ୧୩ା୩: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ୱାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ଚଳିତମାସ ୪ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ ଟାଟା ଷ୍ଟ୍ରାଇଭ୍‌ର ଉଦ୍ୟୋଗୀକରଣ ତାଲିମ ପ୍ରଦାନ ଅଧିକାରୀ ଡେନିଶ୍ ରାଜ୍ ନାୟକ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ବିଜୟ କୁମାର ପତି, ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ରିଚା ବିଶ୍ୱାଳ, ଜିତେନ୍ଦ୍ର କୁମାର ସେଠୀ, ଆଶୁତୋଷ ତ୍ରିପାଠୀ, ହରିଚନ୍ଦନ ରାଉତଙ୍କ ସହଯୋଗରେ ସମାପନ କରାଯାଇଥିଲା। ଉଦଯାପନ ଦିବସରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ପ୍ରବନ୍ଧକ ମନୋଜ ପ୍ରଧାନୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ “ନିଜର ଆର୍ôଥକ ଓ ସାମାଜିକ ଅବସ୍ଥାର ଉନ୍ନତି ନିମନ୍ତେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଆତ୍ମ ନିର୍ଭରଶୀଳତା ଏକ ମାଧ୍ୟମ”। ଏହି ଉଦଯାପନୀ ଦିବାସ ଶେଷ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଏକ ଲକ୍ଷ ଟଙ୍କାର ଆର୍ôଥକ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

Next Post

ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

Thu Mar 13 , 2025
କେନ୍ଦ୍ରାପଡ଼ା,୧୩ା୩: ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରୁ ଛଟେଇ ହୋଇଥିବା ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ଛଟେଇ ବନ୍ଦ କରାଯିବା, ଚାକିରୀ ସୁରକ୍ଷା ପ୍ରଦାନ, ଗୃହ ବିଭାଗର ପତ୍ରସଂଖ୍ୟା- ୨୩୫୮୨ ତା ୧୩.୦୭.୨୦୨୨କୁ ପ୍ରତ୍ୟାହାର କରାଯିବା, ସେବା ପ୍ରଦାନକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading