କେନ୍ଦ୍ରାପଡା ବ୍ରହ୍ମତାଳଧ୍ୱଜ ରଥ ଦ୍ୱିତୀୟ ଦିନରେ ୫୦ ମିଟର ଗଡ଼ିଲା

blank

କେନ୍ଦ୍ରାପଡ଼ା,୨୮ା୬: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ବ୍ରହ୍ମ ତାଳଧ୍ୱଜ ରଥରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ବାହାରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିୁ ରଥରେ ବସି ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ବାହାରିଥିବା ବେଳେ ବ୍ରହ୍ମତାଳଧ୍ୱଜ ରଥ ମାତ୍ର ୫୦ ମିଟର ଗଡିବା ପରେ ବାମମୋଡ଼ ନେଇ ଭୋଗମଣ୍ଡପ ନିକଟରେ ଫୁଟପାଥ ନିକଟକୁ ଚାଲି ଯାଇଛି। ଫଳରେ ରଥଟଣା ବନ୍ଦ ରହିଥିଲା। ରଥଦାଣ୍ଡରେ ଉପସ୍ଥିତ ଥିବା ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଏସମ୍ପର୍କରେ ଆଲୋଚନା କରିବା ପରେ ରଥକୁ ଗଡାଇବା ପାଇଁ ରେଳ ବିଭାଗ ପକ୍ଷରୁ ହାଇଡ୍ରୋଲିକ ଜଗ ମଗାଯାଇଥିଲା। ଫଳରେ ପାରାଦ୍ୱୀପରୁ ହାଡ୍ରୋଲିକ ଜଗ ଆସିବା ପରେ ରଥକୁ ଦକ୍ଷିଣ ମୋଡ କରାଯାଇଥିଲା। ପ୍ରଥମ ଦିନ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିର ଠାରୁ ମାତ୍ର ୫୦ ମିଟର ଗଡ଼ି ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିଲା। ଏହାପରେ ରଥଟଣା ବନ୍ଦ ରହିଥିଲା। କାରଣ ସେତେବେଳେକୁ ସନ୍ଧ୍ୟା ହୋଇଯାଇଥିଲା। ପରମ୍ପରା ଅନୁସାରେ ସନ୍ଧ୍ୟା ହୋଇଗଲେ ରଥଟଣା କାର୍ଯ୍ୟକୁ ବନ୍ଦ ରଖାଯାଏ। ତେଣୁ ଶୁକ୍ରବାର ରଥ ୫୦ ମିଟର ଗଡିବା ପରେ ରଥଟଣା ବନ୍ଦ ରହିଥିଲା। ଶନିବାର ଅପରାହ୍ଣ ୩ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥରେ ସେବାୟତ ଓ ଡାହୁକ ବସି ରଥ ଗଡିବା ପାଇଁ ଶ୍ରୀବଳଦେବଜୀଉଙ୍କ ଅନୁମତି ମାଗିଥିବା ବେଳେ ରଥ ବାମ ମୋଡ ନେଇଥିଲା। ଫଳରେ ରଥ ଆଗକୁ ଗଡି ନଥିଲା। ରଥକୁ ସଳଖ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଜଗ ମଗାଯାଇଥିଲା। ଏଥିପାଇଁ ରଥଟଣା ପ୍ରାୟ ଏକ ଘଣ୍ଟା ବିଳମ୍ବ ହୋଇଥିଲା। ଏହି ଜଗ ସାହାଯ୍ୟରେ ବାମମୋଡ ନେଉଥିବା ବ୍ରହ୍ମତାଳଧ୍ୱଜ ରଥକୁ ଦକ୍ଷିଣମୋଡ କରାଯାଇ ପୂନର୍ବାର ରଥଟଣା ଯାଇଥିଲା। ହେଲେ ବ୍ରହ୍ମତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିର ଅଭିମୁଖେ ମାତ୍ର ୫୦ ମିଟର ଗଡିଥିଲା। ସେତେବଳେକୁ ସନ୍ଧ୍ୟା ହୋଇ ଯାଇଥିବାରୁ ଦ୍ୱିତୀୟ ଦିନରେ ମଧ୍ୟ ରଥ କିଛି ବାଟ ଯାଇ ଅଟକି ରହିଥିଲା। ରଥଟଣା କାର୍ଯ୍ୟ ପୁନର୍ବାର ଶନିବାର ହେବ ବୋଲି ଶ୍ରୀବଳଦେବଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ବ୍ରହ୍ମତାଳଧ୍ୱଜ ରଥ ଟାଣିବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିଲା। ତେଣୁ ସକାଳୁ ରଥଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରଦ୍ଧାଳୁମାନେ ରଥଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ଏହାସହ ଅପରାହ୍ଣରେ ରଥ ଟାଣିବା ପାଇଁ ଭକ୍ତମାନେ ଅପେକ୍ଷା କରିଥିଲେ। ରଥଟଣା କାର୍ଯ୍ୟ ପାଇଁ ରଥଦାଣ୍ଡରେ ଘଣ୍ଟ ଘଣ୍ଟା ବାଜିଥିଲା। ରଥ ଗଡିବା ପାଇଁ ଡାହୁକ କାହାଳୀ ବଜାଇଥିଲା। ଫଳରେ ରଥଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତମାନେ ମଧ୍ୟ ରଥାରୁଢ ଠାକୁରମାନଙ୍କୁ ଦେଖି ବିଭୋର ହୋଇଥିଲେ। ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନ ରଥ ଦାଣ୍ଡରେ ବେଶ ନିଆରା ପରିବେଶ ସୃଷ୍ଟି କରିଥିଲା। ହଜାର ହଜାର ଭକ୍ତ ଏହି ମାହେନ୍ଦ୍ର ବେଳାକୁ ମନଭରି ଉପଭୋଗ କରିଥିଲେ। ଅପରାହ୍ଣ ୩ଟା ବେଳେ ଭକ୍ତମାନେ ରଥ ଟାଣିବାର ସୁଯୋଗ ପାଇ ମହା ଆନନ୍ଦ ଲାଭ କରିଥିଲେ। ସନ୍ଧ୍ୟାରେ ସେବାୟତ, ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ରଥ ନିର୍ମାଣର ମୁଖ୍ୟ ମହାରଣା ରଘୁନାଥ ମହାରଣା, ଦୁଇଜଣ ଡାହୁକ ସେବକ, ଦେବୋତ୍ତର ଟ୍ରଷ୍ଟ ବୋର୍ଡର ସଭାପତି ଉପଜିଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ମନ୍ଦିର ପ୍ରଶାସନର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ ସଦସ୍ୟ ଧୀରେନ୍ ସାହୁ, ସଭ୍ୟ ହୃଷିକେଶ ରଥ, ସଭ୍ୟ ନୃସିଂହ ପ୍ରସାଦ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ୧୨ଟା ରେ ରଥଟଣା ଯାଇ ମାଉସୀ ମା’ଙ୍କ ମନ୍ଦିର ସମ୍ମୁଖ ଚକଡ଼ାରେ ଲଗାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Next Post

ରାଜ୍ୟସ୍ତରୀୟ ଜୁନିଅର ବାସ୍କେଟବଲ୍ ପ୍ରତିଯୋଗିତା ପାଇଁ କେନ୍ଦ୍ରାପଡା ଦଳ ମନୋନିତ

Sat Jun 28 , 2025
କେନ୍ଦ୍ରାପଡ଼ା,୨୮ା୬ :୬୧ତମ ରାଜ୍ୟସ୍ତରୀୟ ଜୁନିଅର ବାସ୍କେଟବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କେନ୍ଦ୍ରାପଡା ଦଳ ମନୋନିତ ହୋଇଛି। ବ୍ରହ୍ମପୁରସ୍ଥିତ ନିଷ୍ଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ୨୯ତାରିଖ ଠାରୁ ଜୁଲାଇମାସ ୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଜୁନିଅର ବାସ୍କେଟବଲ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲାର ଜୁନିଅର ବାଳକ ଦଳ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମହମ୍ମଦ ତସିବ୍‌, ସେକ ଫଏଜୁଲ୍‌, ତଲା ଅହେମ୍ମଦ୍‌, ରିୟାନ ଦାସ, ସରଫରାଜ୍‌, ଅଫତାବ ବେଗ୍‌, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading