
ପଟ୍ଟାମୁଣ୍ଡାଇ ତା ୧୧/୬-ରାଜ୍ୟ ବିଜେପି ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସରକାରୀ ଜନ କଲ୍ୟାଣ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରତି ବ୍ଲକରେ ଆସନ୍ତା ଜୁନ ୧୨ ତାରିଖରୁ ୨୧ ତାରିଖ ଯାଏଁ ୧୦ ଦିନ ବ୍ୟାପି ବିକାଶ ବାହାନ ଯାତ୍ରା କରାଯିବାକୁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଛି । ଏହି ପରିପେକ୍ଷୀରେ ପଟ୍ଟାମୁଣ୍ଡାଇ ବ୍ଲକରେ ବିକାଶ ଯାତ୍ରାକୁ ସଫଳ କରିବା ପାଇଁ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଡ଼ିଓ ଅଶୋକ ମହାନ୍ତିଙ୍କ ପୌରହିତ୍ୟରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗ ଦେଇ ଏହି ବିକାଶ ରଥ ପଟ୍ଟାମୁଣ୍ଡାଇ ବ୍ଲକର ୩୧ ଟି ପଂଚାୟତର ସମସ୍ତ ଗ୍ରାମରେ ପହଂଚି ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରି ପାରିବ ସେ ଦିଗରେ ସମସ୍ତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ଯତ୍ନବାନ ହେବା ସହିତ ସମାଜରେ ତୃଣମୂଳରେ ଥିବା ଗରିବ ଲୋକମାନେ ବିଭିନ୍ନ ଜନକଲ୍ୟାଣରେ ସାମିଲ ହୋଇପାରିବେ ସେଥିପାଇଁ ଦୃଷ୍ଟି ଦେବାକୁ ଉପସ୍ଥିତ ଥିବା ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ବିଡ଼ିଓ ଶ୍ରୀ ମହାନ୍ତି ଏହି ସରକାରୀ କାର୍ଯ୍ୟକ୍ରମଙ୍କୁ ସଫଳ କରି ଜିଲ୍ଲା ସ୍ତରରେ ପଟ୍ଟାମୁଣ୍ଡାଇ ବ୍ଲକର ଥିବା ସୁନାମକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ବ୍ଲକ ସହ ନିର୍ବାହୀ ଯନ୍ତ୍ରୀ ରୋଜାଲିନ ମହାଳିକ ସହକାରୀ ଯନ୍ତ୍ରୀ ବିନୟ ମିଶ୍ର,ପ୍ରସନ୍ନ ରାଉତ, ପ୍ରତାପ ସାହୁ, ବନ୍ଦିତା ବେହୁରା, ମୋନାଲିସା ପ୍ରଧାନ, ସିଡିପିଓ ଲଷ୍ମୀମଣୀ ସିଂ, ଏଫଓ ହରପ୍ରିୟା ବେହେରା, ଓଏଲଏମ ବିପିଏମ ପ୍ରକାଶ ସେଠୀ, ଏସ ଇ ଓ ସୁଧାଂଶୁ ଶେଖର ପ୍ରଧାନ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁନିତୀ ଦାଶ ସଵଡିଭିଜନ ହସ୍ପିଟାଲ ପି ଏଚ ଓ ନୃସିଂହ ଦାଶଙ୍କ ସମେତ ବିଭିନ୍ନ ବିଭାଗର ସମସ୍ତ ପଦାଧିକାରୀଙ୍କ ସହ ସମସ୍ତ ପଂଚାୟତର ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ଗତ ଦୁଇ ଦିନ ତଳେ ନୀଳକଣ୍ଠପୁର ପଂଚାୟତର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଅକାଳ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବ୍ଲକ୍ ଗ୍ରାମ ପଂଚାୟତ ବିକାଶ ଅଧିକାରୀ ରଂଜିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟକିରାଣୀ ଗୌରୀ ବେହେରା, ପିଇଓ ପ୍ରଭାତ ମଲ୍ଲିକ, ସି ପି ପ୍ରିୟ ରଞ୍ଜନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।
