
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଖଣିଜ ସମ୍ପଦ ଲୁଟକୁ ନେଇ ଦିନ କୁ ଦିନ ଆଇନ ଶୁଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ।ତଥାବି ଏଠି କୋଟିକୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍ ହେବାରେ ଲାଗିଛି । ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ରହିତାବେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଥିଲେ ସୁଦ୍ଧା ଖଣିବିଭାଗ ସହେଯାଗରେ ରାତି ଦିନ ବାଲି ଚାଲାଣ ହେଉଛି । ପ୍ରଶାସନ ଅଧିକାରୀଙ୍କ ଜାଣତରେ ରାଜସ୍ୱ ଲୁଟ ହେଉଥିବା ପଛରେ ରାଜନେତା ଠୁ ନେଇ ବଡବଡ ଅଧିକାରୀଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି । ସରକାରଙ୍କ ଅର୍ଥନୈତିକ ଓ ରାଜସ୍ୱ ହଡପ ଅପରାଧରେ ଜଡିତ ଲୋକଙ୍କୁ ଅଦୃଶସକ୍ତିର ସମର୍ଥନ ରହୁଥିବା ଅଭିଯୋଗକୁ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଏହାର ଉର୍ଚ୍ଚ ସ୍ତରିୟ ତଦନ୍ତ ପାଇଁ ଦାବି ହୋଇଛିି ।

ପଟ୍ଟାମୁଣ୍ଡାଇର ଲାଇଫଲାଇନ ବ୍ରାହ୍ମଣୀ ନଦୀରୁ ପ୍ରତିଦିନ ଶହ ଶହ ହାଇୱା ଗାଡିରେ କୋଟି କୋଟି ଟଙ୍କାର ବାଲି, ମାଟି ଚୋରାଚାଲାଣ ହେଉଛି । ବେଆଇନ ବାଲି ଚାଲାଣ ହେବା ଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାର ହରାଉଛନ୍ତି ।ଏଭଳି ହେବା ଦ୍ୱାରା ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବେଆଇନ ବାଲି ଉଠାଣ ପାଇଁ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ ଯାଉଛି। ନଦୀ ଜନବସତି ଆଡ଼କୁ ମୁହାଁଉଥିବାରୁ ନଦୀ କୂଳ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି। ସରକାର କୋଟିକୋଟି ଟଙ୍କ ବ୍ୟାୟରେ ପଥର ପ୍ୟାକିଂ କରୁଛନ୍ତି । ହେଲେ ବାଲି ମଫିଆ ବାଲି ଲୁଟ କରିବା ଦ୍ଵାରା ପଥର ପ୍ୟାକିଂ ଖସି କୋଟି କୋଟି ପାଣିରେ ପଡୁଛି । ବାଲି ମାଫିଆ ମାନେ ନାଦୀ ପଠାରୁ ବାଲି ଖନନ କରି ପରିବେଶ ଉପରେକୁ ପ୍ରଭାବ ପକାଉଛନ୍ତି। ଯାତାୟାତ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ବାଲି ପଡ଼ିବା ଦ୍ୱାରା ଦୁର୍ଘଟଣା ଘଟୁଛି। ଧୂଳି ଉଡ଼ି ଘରଦ୍ୱାର ବୋଝେଇ ହୋଇଯାଉଛି। ପାଟନାଳିର ପାଣିବାଟ ବନ୍ଦ କରିବାରୁ ଚାଷୀ ଚାଷ କରି ପାରୁନାହାନ୍ତି, ନଦୀ ଗତି ବଦଳାଇ ଚାଷଜମୀ ଓ ଗ୍ରାମ ଆଡକୁ ମାଡିଆସୁଛି । ହେଲେ ସାଧାରଣ ଜନତା ଭୟରେ ମୁହଁ ଖୋଲୁନାହାଁନ୍ତି । ଏପରି ସରକାରଙ୍କ ଅର୍ଥନୈତିକ ଓ ରାଜସ୍ୱ ହଡପ ଅପରାଧରେ ଜଡିତ ଲୋକଙ୍କୁ ଅଦୃଶ୍ୟଶକ୍ତିର ସମର୍ଥନ ରହୁଥିବାରୁ ଜିଲାପ୍ରଶାସନ ଓ ତହସିଲ ପ୍ରଶାସନ ଏବଂ ପୋଲିସ ବିଭାଗ ଏଥିପ୍ରତି ନଜର ଦେଉ ନ ଥିବା ଅଭିଯୋଗ ହେଉଛି।
ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳର ବହୁ ମୂଲ୍ୟବାନ୍ ସରକାରୀ ଜମି ବିଶେଷକରି ବେଲତଳ, ଦକ୍ଷିଣଦିଆ, ପଟ୍ଟାମୁଣ୍ଡାଇ ଓ ପୋଖରିଆପଡ଼ା ମୌଜାର ଅନେକ ଜାଗାକୁ କେତେକ ପ୍ରଭାବଶାଳୀ ରାଜନେତା ହେରଫେର କରି ହଡ଼ପ କରି ନିଜ ନାମରେ କରି ବିକ୍ରୀ ପଟ୍ଟା କରିଚାଲିଛନ୍ତି। ଏବାବଦରେ ସ୍ଥାନୀୟ ତହସିଲଦାର ସବୁଜାଣି ମୁହଁ ନ ଖୋôଲବା ରାଜନେତାଙ୍କ ପ୍ରଭାବକୁ ଇଙ୍ଗିତ କରୁଛି । ନଦୀ ବାଲିମାଟି ଓ ଗ୍ରାମ୍ୟ ଜଙ୍ଗଲରୁ ବଡ଼ ବଡ଼ ଗଛ କଟାଯାଇ ବେଆଇନ ଭାବେ ମାଟି ଇଟାଭାଟି ପୋଡ଼ାଯାଉଛି। ଏହାର ଧୂଆଁରେ ବୟସ୍କ ଓ ପିଲାମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଖଣି ବିଭାଗ ସବୁ ଜାଣି ଚୁପ ରହୁଛି । ଏହି କାରବାର ପଛରେ ବହୁ ପ୍ରଭାବଶାଳୀଙ୍କ ହାତ ରହିଥିବା ବେଳେ ମାଫିଆଙ୍କ ପୋଷା ଗୁଣ୍ଡାମାନେ ଲୋକଙ୍କ କବଳରୁ ସୁରକ୍ଷା ଦେଉଛନ୍ତି। ହେଲ୍ରେ ଜିଲାପ୍ରଶାସନ ନିରବ ରହୁଛି । ଏପରି ବେଆଇନ କାର୍ଯ୍ୟକଳାପକୁ ନେଇ ବେଳେ ବେଳେ ଆପରାଧିକ ମାମଲା ମଧ୍ୟ ବୃଦ୍ଧି ପାଉଛି। ଏଭଳି ବାଲି ମାଟିଚାଲାଣ ଯୋଗୁ ଅଂଚଳର ଖଣିଜସମ୍ପଦ ବିଲୁପ୍ତ ହୋଉଥିବାକୁ ନେଇ କେନ୍ଦ୍ରାପଡ଼ା ଜିଲା କଂଗ୍ରେସ କମିଟି ସାଂଗଠନିକ ଉପସଭାପତି ସତ୍ୟପ୍ରୀୟ ସାମଲ, ଜିଲା ଓବିସି ସେଲ କଂଗ୍ରେସ ଅଧ୍ୟକ୍ଷ ମଳୟ ଦାସ, ବରିଷ୍ଠ ନେତା ରମାକାନ୍ତ ଦାଶ, ତପନ ପାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ପ୍ରକାଶ ମହାନ୍ତି ପ୍ରମୁଖ ଏହାର ତଦନ୍ତ ପାଇଁ ଦାବୀ କରିଛନ୍ତି ।
