
ପଟ୍ଟାମୁଣ୍ଡାଇ ୨/୬- କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସାଂଗଠନିକ ଉପସଭାପତି ଭାବେ ସତ୍ୟପ୍ରୀୟ ସାମଲଙ୍କୁ ମଙ୍ଗଳବାର ପିସିସି ସଭାପତି ଭକ୍ତ ଚରଣ ଦାସ ମନୋନୀତ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲା ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଥିଲେ। ଜିଲା ସାଂଗଠନିକ ଉପସଭାପତି ଭାବେ ମନୋନୀତ ହେବା ପରେ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ କମିଟିର ସଂଗଠିନିକ ଉପସଭାପତି ସନ୍ତୋଷ ସିଂ ସାଲୁଜା, ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ ଓ ଜିଲା କଂଗ୍ରେସ କମିଟିର ସଭାପତି ଡଃ ଦେବସ୍ମିତା ଶର୍ମାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି।ଏହା ସହିତ କେନ୍ଦ୍ରାପଡ଼ା ଜିଲା କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, କର୍ମକର୍ତା ଓ କର୍ମୀମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।ଦଳ ରଖିଥିବା ଏହି ବିଶ୍ୱାସ ଓ ଦାୟିତ୍ୱକୁ ନିଷ୍ଠା, ସମର୍ପଣ ଓ ସତ୍ୟତାର ସହ ପାଳନ କରିବା ସହ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବା ପାଇଁ ସେ କହିଛନ୍ତି।
