କେନ୍ଦ୍ରାପଡ଼ା,୨୨ା୬ :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ହଜରତ ସୟଦ ମନସୁର ସାହା ବାବାଙ୍କ ପୀଠସ୍ଥଳୀରେ ରବିବାର ଚାଦର ଅର୍ପଣ କରାଯାଇଛି। ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ରଞ୍ଜିତ କୁମାର ସାହୁ,ମୁକ୍ତାର ଖାଁ, […]

କେନ୍ଦ୍ରାପଡ଼ା,୨୧ା୬:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇନ୍‌ଡୋର ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ପତଞ୍ଜଳି ଯୋଗସମିତି ଓ ମହାବିଦ୍ୟାଳୟର ମିଳିତ ଅନୁକୂଲ୍ୟରେ ଏକାଦଶତମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଅନୁଷ୍ଠିତ ଯୋଗ ଶିବିର ଶନିବାର ସକାଳ ୭ଟାରେ ଆରମ୍ଭ ହୋଇ ୭ଟା ୪୫ମିନିଟରେ ଶେଷ ହୋଇଥିଲା। ଏହି ଶିବିରକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ ଓ ବିଜେପି ନେତା କିଶୋର ପଣ୍ଡା […]

କେନ୍ଦ୍ରାପଡ଼ା,୨୧ା୬:ତୃତୀୟ ଜିଲ୍ଲା ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ […]

କେନ୍ଦ୍ରାପଡ଼ା, ୨୧/୬ – ଜିଲ୍ଲା ପ୍ରଶାସନ ତରଫରୁ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶ୍ୟାମଗାଡ଼ିଆ, ଇଚ୍ଛାପୁର ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସମବାୟ,ହସ୍ତତନ୍ତ୍ର, ବୟନଶିଳ୍ପ, ହସ୍ତଶିଳ୍ପ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ଯୋଗ ପ୍ରାଣାୟାମ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ସ୍ମୃତି […]

ପଟ୍ଟାମୁଣ୍ଡାଇ ୨୧/୬ – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ରବିବାର ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ନବୀନଙ୍କ ଅସୁସ୍ଥତା ନେଇ ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ନଗର ବିଜେଡି ପକ୍ଷରୁ ସ୍ଥାନୀୟ ହରପାର୍ବତୀ ମନ୍ଦିରରେ  ତାଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ କରାଯାଇଛି  । […]

କେନ୍ଦ୍ରାପଡ଼ା,୨୦ା୬:କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ଡାଇରିଆ ବ୍ୟାପୁଥିବା ବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହି ଅନୁଯାୟୀ କେନ୍ଦ୍ରାପଡା ସହର ଓ ଉପକଣ୍ଠରେ ଥିବା ବିଭିନ୍ନ ହୋଟେଲ ଗୁଡିକ ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିବା ସହ ଖାଦ୍ୟପଦାର୍ଥକୁ ଯାଞ୍ଚ କରିଥିଲା। ଏଥିସହିତ ହୋଟେଲ ଗୁଡିକରେ ଥିବା ବାସୀଖାଦ୍ୟ ଗୁଡିକୁ ନଷ୍ଟ କରାଯାଇଛି। ଏହାସହ ଆବଶ୍ୟକ ସ୍ଥଳେ […]

କେନ୍ଦ୍ରାପଡ଼ା୨୦ା୬:ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ବଳଭଦ୍ରପୁରରେ ଥିବା ଶିଳ୍ପାଞ୍ଚଳ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ଶିଳ୍ପାଞ୍ଚଳକୁ ଜାଳେଣି କାଠ ଓ କାଠ ପଟା ସଂଗ୍ରହ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ୯ଟି ବ୍ଲକ, ଯାଜପୁର ଜିଲା ଓ କଟକ ଜିଲାରୁ ଲୋକେ ଆସିଥାନ୍ତି। ପ୍ରତିଦିନ ଶତାଧିକ ଲୋକ ଏହି ଶିଳ୍ପାଞ୍ଚଳକୁ ଆସିଥାନ୍ତି। ହେଲେ ଶିଳ୍ପାଞ୍ଚଳ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଗାଡିମୋଟର ଚଳାଚଳ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। […]

କେନ୍ଦ୍ରାପଡା ୨୦/୬- ବିଶ୍ୱ ସିକିଲ୍ ସେଲ୍ ଦିବସ ପାଳନ ଅବସରରେ ପୁନର୍ବାସ ପରିସରରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଭିନ୍ନକ୍ଷମତା ସମ୍ପର୍କିତ ଦ୍ୱିମାସିକ ଦ୍ୱିଭାଷିକ ପତ୍ରିକା ‘ପୁନର୍ବାସ ସମାଚାର’ର “ରକ୍ତ ଜନିତ ଭିନ୍ନକ୍ଷମତା’ ସମ୍ପର୍କିତ ସ୍ୱତନ୍ତ୍ର ସଂଖ୍ୟା ପାଠକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସକ୍ଷଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ବ୍ଲଡ ବ୍ୟାଙ୍କ୍ ର ନିର୍ବାହୀ ଅଧିକାରୀ ଡାକ୍ତର […]

କେନ୍ଦ୍ରାପଡ଼ା ୧୯/୬- କେନ୍ଦ୍ରାପଡା ଜିଲ୍ଲାର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟା ରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଓଡିଶାର ଲୋକ ପ୍ରିୟ ଭଜନ […]

ଫିଟ ଅଫ ଫାୟାର ଏକାଡେମୀର ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କଲା ଚିତାର୍କଶକ ଥିଲା ନୃତ୍ୟ ମାଧ୍ୟମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପଟ୍ଟାମୁଣ୍ଡାଇ ୧୯/୬ -ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ପାଳନ ଅବସରରେ ବିକାଶ ମେଳା-୨୦୨୫ ଉପଲକ୍ଷେ ସୋମବାର ଜିଲ୍ଲାସ୍ତରୀୟ ଉତ୍ସବର ୫ମ ସଂନ୍ଧ୍ୟା କାର୍ଯ୍ୟକ୍ରମ କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମାଉସୀମା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସଂଧ୍ୟାରେ ପଟ୍ଟାମୁଣ୍ଡାଇର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଫିଟ ଅଫ […]

Breaking News