ଡେରାବିଶ ୫/୭ବେବର୍ତା ଅଜୟ ଦାଶ-ଡେରାବିଶ ବ୍ଲକ ଅନ୍ତର୍ଗତ ବିରୂପା ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ ଶୋଚନୀୟ ହୋଇପଡିଛି। ଫଳରେ ଦୈନଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ନଦୀ ବନ୍ଧ ରାସ୍ତାଟି ଯାଜପୁର ଜିଲ୍ଲା ରତ୍ନଗିରି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ସଂଯୋଗ କରିଛି। ନଦୀ କୂଳିଆ ଗ୍ରାମବାସୀ ମାନେ […]

କେନ୍ଦ୍ରାପଡ଼ା,୫ା୭: କେନ୍ଦ୍ରାପଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନ ଗାଙ୍ଗପଡ଼ା ପଞ୍ଚାୟତର ପଥରକ୍ଷଣୀ-ପୋଇପାଟ ରାସ୍ତା ଶୋଚନୀୟି ହୋଇପଡିଛି । ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏହିପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଦୁଇ ବର୍ଷ ନ ଯାଉଣୁ ରାସ୍ତାର ଅବସ୍ଥା ସଙ୍ଗୀନ ହୋଇଗଲାଣି। ଏହି ଦେଇ ପୋଇପାଟ ଗ୍ରାମକୁ […]

ପଟ୍ଟାମୁଣ୍ଡାଇ ତା ୪/୭-ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ନିରାକାର ପରିଡା ନେତୃତ୍ୱରେ ହସ୍ପିଟାଲ ପରିସରରେ ସ୍ୱଚ୍ଛତା ହଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି କାଡେଟ୍ସ ମାନେ ସଫେଇ କାର୍ଯ୍ୟ ସହିତ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ନିର୍ଦେଶରେ ଏନ ସି […]

ପଟ୍ଟାମୁଣ୍ଡାଇ ତା ୪/୭-ପ୍ରତ୍ୟେକ ବିଦ୍ୟାଳୟରେ ପାଳିତ ହେଉଥିବା ବିଭିନ୍ନ ଦିବସର ଗୁରୁତ୍ୱ ରହିଥିବାରୁ ଏହି ଦିବସ ଗୁଡ଼ିକ ଆମ ପିଲାଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇ ଥାଏ। ଆମ ବିଦ୍ୟାଳୟ ଆମ ଦିବସ ପୁସ୍ତକଟି ପିଲାମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କବି ଅନ୍ତର୍ଯ୍ୟାମୀ ବେଜଙ୍କ ଲିଖିତ ପ୍ରଥମ କବିତା ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟ ଉଚ୍ଚ ଶିକ୍ଷା, ଭାଷା ସାହିତ୍ୟ ସଂସ୍ମୃତି ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ […]

କେନ୍ଦ୍ରାପଡ଼ା, ୪/୭- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହ୍ଲାର ଅର୍କେଷ୍ଟ୍ରା ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବର୍ଷା ସଙ୍ଗୀତ, ନୃତ୍ୟ ଏବଂ କବିତା ମେଘ ମହ୍ଲାର ଆସର ଅନୁଷ୍ଠିତ ହୋଇଥିଲା । ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଅଧ୍ୟକ୍ଷତା କରିଥିରେ । ଅନୁଷ୍ଠିତ ଏହି ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର […]

କେନ୍ଦ୍ରାପଡା ୪/୭: କେନ୍ଦ୍ରାପଡା ବାରିମୂଳ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ “ଏକ ପେଡ ମାଆ କେ ନାମ ୨.୦” କାର୍ଯ୍ୟକ୍ରମରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ର କରାଯାଇଥିଲା । ଏହି କାର୍ଯକ୍ରମରେ ବିଦ୍ୟାଳୟର ପ୍ରୟ ୨୫୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ଗୋଟିଏ ଗୋଟିଏ ଗଛ ଆଣି ସେମାନଙ୍କର ମାଁଙ୍କ ନାମରେ ସମର୍ପିତ କରି ସ୍କୁଲ ପରିସରରେ ଲଗାଇଥିଲେ । ସ୍କୁଲର […]

କେନ୍ଦ୍ରାପଡ଼ା. ୩/୭ – ପ୍ରତିବର୍ଷପରି ଚଳିତବର୍ଷ କେନ୍ଦ୍ରାପଡ଼ା ରଥଯାତ୍ରାରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ (ନୁପୁର ଡ୍ୟାନ୍ସ ଏକାଡେମୀ)ତରଫରୁ ସନ୍ଧ୍ୟାରେ ସ୍ଥାନୀୟ ମାଉସୀ ମାଆ ମନ୍ଦିରଠାରେ ଚିତାକର୍ଷକ ଓଡିଶୀ, ସମ୍ବଲପୁରୀ,ଶାସ୍ତ୍ରୀୟନୃତ୍ୟ ଗୁରୁ ନିର୍ଲିପ୍ତା ବେହେରା ଓ କୁନି ନୃତ୍ୟଶିଳ୍ପୀମାନଙ୍କଦ୍ୱାରା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା । ଉପସ୍ଥିତ ହୋଇଥିବା ସଂଖ୍ୟାଧିକ ଦର୍ଶକ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ପରିବେଶିତ ପୁରାତନ କବି ଜୟଦେବଙ୍କ […]

କେନ୍ଦ୍ରାପଡ଼ା. ୩/୭ (ଲୋକମତ)-ବୟସ ମାତ୍ର ଦୁଇ ବର୍ଷ ନ ମାସ । କିନ୍ତୁ ଅନର୍ଗଳ ଆବୃତ୍ତି କରୁଛନ୍ତି ବିଭିନ୍ନ ମନ୍ତ୍ର ଓ ଶ୍ଲୋକ । କେନ୍ଦ୍ରାପଡା ଜିଲା ପାଣ୍ଡିରି ଗାଁର ଏହି ସୁପର ବେବି ବା ବିସ୍ମୟ ଶିଶୁ ହେଉଛନ୍ତି ଆରିୟାନ୍ସ ମହାନ୍ତି । ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରିୟାନ୍ସ । ନିଜର ଅଦ୍ଭୁତ ଧୀଶକ୍ତି ଯୋଗୁ ଏତେ କମ ବୟସରେ ସେ ମନେ […]

କେନ୍ଦ୍ରାପଡା ୩/୭-ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ତଥା ଜୀବନରେଖା କୁହାଯାଉଥିବା ଅଂଚଳର ସର୍ବପୁରାତନ ପ୍ରଥମ କେନାଲ ପୋଲ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ଯେ କୌଣସି ମୁହୂର୍ତ ରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ଏହି ପୋଲକୁ ଛାଡି ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ପରିକଳ୍ପନା ଅସମ୍ଭବ । କାହିଁ କେଉଁ ସ୍ମରଣାତିତ କାଳରୁ ପ୍ରାୟତଃ ବ୍ରିଟିଶ ଅମଳରୁ ଏହି ପୋଲ ନିର୍ମାଣ କରାଯାଇଥିଲା । […]

ପଟ୍ଟାମୁଣ୍ଡାଇ ୨/୭-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଜମି ରହିଥିବାରୁ ଛାତ୍ରୀଛାତ୍ରମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ପୋଖରିଆପଡା ଗ୍ରାମର ଲେଙ୍କା ଘର ପାଖରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତାର ମଧ୍ୟଭାଗରେ ପ୍ରାୟ ୫୦ରୁ ୮୦ ଫୁଟ ଲମ୍ବା ବର୍ଷାପାଣି ଜମି ରହିଥିବାରୁ ରାସ୍ତାରେ ଦୁର୍ଗନ୍ଧ ସହ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ବର୍ଷାଜଳ […]

Breaking News