ଗ୍ରୀଷ୍ମକାଳୀନ ନିଃଶୁଳ୍କ ଚେସ୍ ପ୍ରଶିକ୍ଷଣ ଶିବିର ସମାପନ ଦିବସ

blank
କେନ୍ଦ୍ରାପଡା,୬ା୬: କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ କକ୍ଷରେ ଗ୍ରୀଷ୍ମକାଳୀନ ନିଃଶୁଳ୍କ ଚେସ୍ ପ୍ରଶିକ୍ଷଣ ଶିବିର ଆଜକୁ ୮ ଦିନଧରି ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିରକୁ ବିଧିବଧ ଭାବରେ ନୂତନ ଭାବରେ ଚୟନ ହୋଇଥିବା କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍‌ର ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମରୋପ ଉତ୍ସବ ସଭାପତି ନିଜର ଅଭିଭାଷଣରେ କେନ୍ଦ୍ରାପଡ଼ା ପିଲାମାନଙ୍କର ଖେଲୁଆଡ ମନବୃତିକୁ ନେଇ କେନ୍ଦ୍ରାପଡ଼ା ତିନିମୁହାଣି ନିକଟରେ ଏକ ଚେସ କୋଚିଙ୍ଗ ସେଣ୍ଟର୍ ଖୋଲାଯିବ ଯାହା ଦ୍ୱାରା ଶିକ୍ଷାର୍ଥୀମାନେ ନିଜର ଗୁଣାତ୍ମକମାନ ଅର୍ଜନ କରିବେ ଏବଂ ଜିଲ୍ଲା, ରାଜ୍ୟ, ଦେଶର ନାମକୁ ଅଗ୍ରଗତି ଆଡ଼କୁ ନେଇଯିବେ ଏହି ସଭାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡ଼ା ବିଜେପିର ବିଧାୟିକା ପ୍ରାର୍ôଥନୀ ଗୀତାଞ୍ଜଳି ସେଠୀ, ଜ୍ଞାନ ଦେବ ବେହୁରା, କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ରଞ୍ଜନ ସାହୁ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଫିଜିକ୍ସ ଅଧ୍ୟାପକ ରଞ୍ଜିତ ଦାସ, ପ୍ରଦୀପ ମହାନ୍ତି ସମ୍ପାଦକ କୋରାପୁଟ ଚେସ ଆସୋସିଏସନ୍‌, ମନୋଜ ପରିଡ଼ା ସମ୍ପାଦକ ଯାଜପୁର ଚେସ ଆସୋସିଏସନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ହାଡ଼ିବନ୍ଧୁ ସିଂ, ଲଲାଟ ସାମଲ, ନେହେରୁ ସାହୁ, ଗୋପାଳ ବଲ୍ଲଭ ନାୟକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ଶିକ୍ଷା ଗ୍ରହଣ କରିବାକୁ ଆସିଥିବା ପିଲାମାନଙ୍କୁ ଏକ ଚେସ ବୁକ୍ ଲେଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମକୁ ଆଗକୁ ସୁଦୂର ପ୍ରସାର ପ୍ରଚାର କରିବା ସହ କେନ୍ଦ୍ରାପଡାର ୯ଟି ବ୍ଲକରେ ଏହାର କର୍ମଶାଳା କରିବା ନିମନ୍ତେ ପ୍ରଚେଷ୍ଟ କରିବା ପାଇଁ ସଂକଳ୍ପ ନେଇ ସଭା ସାଙ୍ଗ କରାଯାଇଥିଲା ।

Next Post

ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ

Fri Jun 6 , 2025
କେନ୍ଦ୍ରାପଡ଼ା,୬ା୬: ବାଲେଶ୍ୱରର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦୈନିକି ଖବରକାଗଜ ‘ଅପରାହ୍ନ’ର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତାକୁମ୍ଭ ପୁସ୍ତକ ମହୋତ୍ସବରେ କେନ୍ଦ୍ରାପଡାର ଜଣାଶୁଣା ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଦ୍‌ଯାପନୀ ଉତ୍ସବରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍‌ଘାଟକ ଭାବରେ, ରେବତୀର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading