କେନ୍ଦ୍ରାପଡାରେ ଓଡିଶା ବନ୍ଦ ସଫଳ

blank
କେନ୍ଦ୍ରାପଡ଼ା,୧୭ା୭ :ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବ୍ୟବସ୍ଥାକୃତ ହତ୍ୟାର ଓଡିଶା ହାଇକୋର୍ଟର ବିଚାରପତିଙ୍କ ତତା୍ୱବଧାନରେ ନ୍ୟାୟିକ ତଦନ୍ତ, ପ୍ରକୃତ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡ ବ୍ୟବସ୍ଥା କରିବା, ତଦନ୍ତରେ ସ୍ୱଚ୍ଛତା ପାଇଁ ଓ ନୈତିକତା ଦୃଷ୍ଟିରୁ ଉଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଷଡଙ୍ଗୀ ଓ ସ୍ଥାନୀୟ ବିଧାୟକ ନିଜ ନିଜ ପଦରୁ ଇସ୍ତଫା ଦେବା ଦାବିରେ ଆଜି ଆହୁତ ଓଡିଶାବନ୍ଦ କେନ୍ଦ୍ରାପଡା ଜିଲ୍ଲା ଓ ସହରରେ ସମ୍ପୂର୍ଣ ସଫଳ ହୋଇଛି। କଂଗ୍ରେସ, ସିପିଆଇ(ଏମ୍‌), ସିପିଆଇ ଓ ସିପିଆଇ(ଏମ୍‌ଏଲ) ସମେତ ଆଠଟି ବିରୋଧୀ ଦଳଙ୍କ ଡ଼ାକରାରେ ସମସ୍ତ ଗଣସଙ୍ଗଠନ ଓ ସମଗ୍ର ଜିଲ୍ଲାବାସୀ ସାମିଲ ହୋଇ ବନ୍ଦକୁ ସଫଳ କରିଛନ୍ତି। ଜିଲ୍ଲାର ସମସ୍ତ ନଅଟି ବ୍ଲକ ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ସହିତ କେନ୍ଦ୍ରାପଡା ସହର ସମ୍ପୂର୍ଣ ଅଚଳ ହୋଇଯାଇଥିଲା। କଟକ ଚାନ୍ଦବାଲି ରାସ୍ତାର ତିନିମୁହାଣୀ ଠାରେ ରାସ୍ତାକୁ ସତ୍ୟାଗ୍ରହୀମାନେ ବନ୍ଦ ରଖିବା ଫଳରେ ସକାଳ ଛଅଟାରୁ ସମ୍ପୂର୍ଣ ଅଚଳ ହେଇପଡିଥିଲା। ଜିଲ୍ଲାପାଳ ଅଫିସ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, କୋର୍ଟ,ସମସ୍ତ ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା କାର୍ଯ୍ୟାଳୟ, ସମସ୍ତ ସ୍କୁଲ କଲେଜ ଓ ସହରର ସମସ୍ତ ଦୋକାନ ବନ୍ଦ ରହିଥିଲା। ଫଳରେ ସମ୍ପୂର୍ଣ ସହର ନିଶବ୍ଦ ହୋଇ ଯାଇଥିଲା। କଂଗ୍ରେସ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଆଜିର ବନ୍ଦରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ଡ. ସିପ୍ରା ମଲ୍ଲିକ, କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତା ପଣ୍ଡା, ରାଜ୍ୟ ନେତା ହଳଧର ସେଠୀ, ସିପିଆଇ(ଏମ୍‌ଏଲ) ରାଜ୍ୟକମିଟି ସଭ୍ୟ ସଞ୍ଜୀବ ମହାନ୍ତି, ସିପିଆଇ ଜିଲ୍ଲା ସମ୍ପାଦକ ବିକାଶ ବେଉରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଶ୍ରମିକ ନେତା ଜଗତଜୀବନ ଦାଶ, ପ୍ରଦୀପ କୁମାର ମହାନ୍ତି, ସୟଦ ଅବଦୁଲ ସତ୍ତାର, ବିଧୁଭୂଷଣ ମହାପାତ୍ର,ଫକୀର ଚରଣ ଖଟୁଆ, ଯୁବ କଂଗ୍ରେସ ନେତା ଉମେଶ ପାଢ଼ୀ, ଆଶିଷ ଲେଙ୍କା, ଦିଲ୍ଲୀପ ପ୍ରଧାନ, କମ୍ୟୁନିଷ୍ଟ ନେତା ଆଦିକନ୍ଦ ରାଉଳ, ମାଧବ ଦାସ, ଅବସରପ୍ରାପ୍ତ କର୍ମଚାରୀ ସଂଘ ନେତା ଅଜୟ ସାମଲ, ବୈଷ୍ଣବ ସ୍ୱାଇଁ, ସଂଯୁକ୍ତା ରାଉତ, ଅମରେନ୍ଦ୍ର ଦାସ, ଶେଖ ଅତିକ, ବିଜନ ବିଶ୍ୱାଳ, ସେକ ମେହବୁବ, ଭଗବାନ ଓଝା, କ୍ଷୀରୋଦ ରାଉତ ପ୍ରମୁଖ ବନ୍ଦରେ ନେତୃତ୍ୱ ନେଇଥିଲେ।

Next Post

ଛାତ୍ରୀ ସୌମାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣା,କଂଗ୍ରେସ ଓ ମିଳିତ ବିରୋଧୀ ଦଳ ପକ୍ଷରୁ ପଟ୍ଟାମୁଣ୍ଡାଇ ବନ୍ଦ ସଫଳ

Thu Jul 17 , 2025
ପଟ୍ଟାମୁଣ୍ଡାଇ ୧୭/୭-ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଇଂଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇ ଗତ୧୪ରେ ମୃତ୍ୟୁବରଣ କରିଥଲେ ।ଯାହା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥଲା । ଘଟଣାର ନ୍ୟାୟିକ ତଦନ୍ତ, ଆତ୍ମହତ୍ୟାର ପର୍ଦାଫାଶ ଓ ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ବିଭିନ୍ନ ବିରୋଧି ଦଳମାନଙ୍କ ପକ୍ଷରୁ ଦାବୀ ଆଉ ବିକ୍ଷୋଭ କରାଯାଇଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading