ପଟ୍ଟାମୁଣ୍ଡାଇ କଂଗ୍ରେସ ଓ ଇଣ୍ଡିଆ ବ୍ଲକ ପକ୍ଷରୁ ବନ୍ଦ ପାଳନ, ଜନଜୀବନ ପ୍ରଭାବିତ


ପଟ୍ଟାମୁଣ୍ଡାଇ ୮/୧୦ – ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ଇଣ୍ଡିଆ ବ୍ଲକ୍ ଆହ୍ୱାନରେ ପାଳିତ ଓଡିଶା ବନ୍ଦ ଡାକରା ପ୍ରଭାବ ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ ଦଳ ପକ୍ଷରୁ ପଟ୍ଟାମୁଣ୍ଡାଇ ସହର ସମେତ ପୌରାଂଚଳରେ ବନ୍ଦ ପାଳନ କରାଯାଇଥିଲା। ଏହି ପରିପେକ୍ଷିରେ ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ, ଡାକ, ବୀମା ପ୍ରତିଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। କଂଗ୍ରେସ ଓ ବାମପନ୍ଥୀ ଦଳର କର୍ମୀ ଓ ନେତାମାନେ ପିକେଟିଂ କରି ଅଫିସ, ଦୋକାନ ବଜାର ଆଦି ବନ୍ଦ କରିଥିଲେ। ଆନ୍ଦୋଳନ କାରୀମାନେ କଟକ-ଚାନ୍ଦବାଲି ରାସ୍ତା ମଧ୍ୟ ବନ୍ଦ କରିଥିଲେ । ଯଦ୍ଦ୍ୱାରା ଯାତାୟାତ କରି ନ ପାରି ଶତାଧିକ ଯାନବାହନ ଅଟକି ରହଥିଲା। ବିକ୍ଷୋଭକାରୀମାନେ ‘ଭୋଟ ବଂଚାଅ, ସମ୍ବିଧାନ ବଂଚାଅ, ଦେଶ ବଂଚାଅ’ ସ୍ଲୋଗାନ ଦେଇଥିଲେ। ଏଥିସହ ଏମ୍‌ଏମ୍‌ଡିଆର ସଂଶୋଧିତ ଅଧିନିୟମ ବନ୍ଦ କରିବା, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଏସଆଇଆର ପ୍ରତ୍ୟାହାର ଭଳି ବିଭିନ୍ନ ଦାବି ଉଠାଯାଇଥିଲା। ଏହାସହ ପଟ୍ଟାମୁଣ୍ଡାଇ ଅଂଚଳର ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଚାଷୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବାମଦଳ ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।ଜିଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପୂର୍ବତନ ପିସିସି ସଦସ୍ୟ ମଳୟ ଦାସ, ନଗର କଂଗ୍ରେସ କମିଟି ସଭାପତି ତପନ ପାତ୍ର ବରିଷ୍ଠ ନେତା ରାମକାନ୍ତ ଦାଶ, ପ୍ରଭାତ ସେଠୀ, କୁଳମଣି ମଲ୍ଲିକ, ଦିଲୀପ ସେଠୀ, ବ୍ଲକ ସଭାପତି ପ୍ରକାଶ ମହାନ୍ତି, ଅଶ୍ୱିନୀ ପାତ୍ର ପ୍ରମୁଖ କଂଗ୍ରେସ ନେତା କର୍ମକର୍ତା ଙ୍କ ସହ ସିପିଆଇ ନେତା ବାବାଜୀ ଧଳ ଓ ବିଜୟ ଦାସ ସିପିଏମ ନେତା ଅଭୟ ଦାସ ସିପିଆରଏମଏଲ ନେତା ଶ୍ରୀକାନ୍ତ ଲେଙ୍କା ନବ ନିର୍ମାଣ କୃଷକ ସଂଗଠନର ଦାଶରଥୀ ସାହୁ ଓ ସମାଜବାଦୀ ପାର୍ଟିର ଅମରେଶ ପାତ୍ର ପ୍ରମୁଖ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ଓ ଗଣ ସଂଗଠନ ସାମିଲ ହୋଇ ଓଡିଶା ବନ୍ଦକୁ ସମର୍ଥନ ଜଣାଇ ଥିଲେ ।

Leave a Reply

Next Post

दिव्यांग कैंप को लेकर नाराजगी: टेंट में तोड़फोड़

Thu Oct 8 , 2026
पट्टामुंन्डाई 8/10 – केंद्रापडा जिले के पट्टामुंन्डाई ब्लॉक के महिला कॉलेज परिसर में होने वाले दिव्यांग कैंप को लेकर ब्लॉक इलाके में विवाद और हंगामा हुआ है। इस बात पर नाराजगी जताई गई कि इतने महत्वपूर्ण सरकारी कार्यक्रम की तैयारी पूरी तरह अंधेरे में और स्थानीय जनप्रतिनिधियों, पंचायत समिति सदस्यों […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading