କେନ୍ଦ୍ରାପଡ଼ା,୨୧ା୯:ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍େଟମ୍ୱରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ “ସେବା ପକ୍ଷ’ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସମ୍ପର୍କିତ ଏକ ସଚେତନତା ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ମାରାଥନକୁ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି […]

ପଟ୍ଟାମୁଣ୍ଡାଇ ୨୧/୯ -ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗରିବ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ମିଳୁନାହିଁ। କାମ କରିବା ପରେ ମାସ ମାସ ଧରି ମଜୁରିକୁ ଅପେକ୍ଷା କରିବାକୁ ପଡ଼ୁଛି। ମଜୁରି ଟଙ୍କାରେ ଘରେ ଚୁଲି ଜଳିବାକୁ ଥିବା ବେଳେ ଏତେ ଦିନ ବାକି ପଡ଼ୁଥିବାରୁ ସ୍ୱାଭାବିକ ଭାବେ ଶ୍ରମିକମାନେ ଏହି ଯୋଜନାରୁ ମୁହଁ ଫେରାଇନେଉଛନ୍ତି। ଗ୍ରାମାଂଚଳର ଗରିବ ଶ୍ରମିକମାନେ ଏହି ଯୋଜନା କାମ କରିବାକୁ ଆଗ୍ରହ […]

ପଟ୍ଟାମୁଣ୍ଡାଇ ୨୦/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ଶନିବାର ୨ୟ ଦିନରେ ପହଂଚିଛି । ଶୁକ୍ରବାର ପଟ୍ଟାମୁଣ୍ଡାଇ ସହରରେ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଥିଲା । ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଉଛେଦ କରାଯାଇଥିବାରୁ ଉଠା ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର […]

ପଟ୍ଟାମୁଣ୍ଡାଇ ୨୦/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ବସଷ୍ଟାଣ୍ଡ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ଦେଇ ଏକ ନୂତନ ମଡେଲ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ସରକାର ସମୟରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ମଡେଲ ବସଷ୍ଟାଣ୍ଡର ଶୁଭ ଦେଇଥଲା । ସମ୍ପ୍ରତି ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ଏହା ନିର୍ଧାରିତ […]

ପଟ୍ଟାମୁଣ୍ଡାଇ ୨୦/୯ – କେନ୍ଦ୍ରାପଡ଼ା ଜିଲା ସିପିଆଇଏମଏଲ ଜିଲା କମିଟି ପକ୍ଷରୁ ଶନିବାର ପଟ୍ଟାମୁଣ୍ଡାଇରେ ଗଣପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ଏକ ଗଣପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ତହସିଲ ଅଫିସରେ ପହଂଚିଥିଲା । ସିପିଆଇଏମଏଲ ପକ୍ଷରୁ ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବୀପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ସିପିଆଇଏମଏଲର ଗଣପ୍ରତିବାଦ ଶୋଭାଯାତ୍ରା ପରେ […]

ପଟ୍ଟାମୁଣ୍ଡାଇ ତା ୨୦/୯- ପଟ୍ଟାମୁଣ୍ଡାଇ ବ୍ଲକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ୱଚ୍ଛ ଭାରତ ସଂଯୋଜକ ରବୀନ୍ଦ୍ର ରାଉତଙ୍କ ପୌରହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷ ରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ପରିବେଶ ସୁରକ୍ଷା ସମଗ୍ର ବିଶ୍ୱ ପାଇଁ ଆହ୍ୱାନ ଭାବେ ଦେଖାଦେଇଛି I ପରିବେଶ ସୁରକ୍ଷିତ ନହେଲେ […]

ପଟ୍ଟାମୁଣ୍ଡାଇ ୨୦/୯-କେନ୍ଦ୍ରାପଡା ଜଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶନିବାର ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ସକାଳୁ ପ୍ରବଳ ଖରା ଗରମ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ ଟା ସମୟରେ ଅଚାନକ ଘଡଘଡି ସାଙ୍ଗକୁ ବର୍ଷା ପ୍ରାୟ ୧ଘଣ୍ଟା ଧରି ଛେଛିଥିଲା। ବିଜୁଳି ପାଖାପାଖି ୫୦ରୁ ଅଧିକ ଘଡଘଡି ଶବ୍ଦରେ ଲୋକେ ଭୟଭୀତ ହୋଇଥିଲେ। ଏହାର ପ୍ରଭାବରେ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ଦୀର୍ଘ ସମୟ […]

କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପାଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧାସଳଖ ପ୍ୟାସେଞ୍ଜର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳବାଇର ମ୍ୟାନେଜରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର କେନ୍ଦ୍ରାପଡାର ସାମାଜିକ କର୍ମୀ ସମୀର ଚାନ୍ଦ, ସଞ୍ଜୟ ରାଉତ ଓ ଅମିୟ ବଳଙ୍କ ନେତୃତ୍ୱରେ ଏକ ଦଳ ପୂର୍ବତଟ ରେଳବାଇର ମ୍ୟାନେଜରଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରାପଡାରୁ ପ୍ରତିଦିନ ହଜାରେ ଲୋକ ଚାକିରୀ, ଶିକ୍ଷା, ବ୍ୟବସାୟ ଓ ଚିକିତ୍ସା କାରଣରୁ ଭୁବନେଶ୍ୱର ଯାଇଥାନ୍ତି। ସିଧାସଳଖ […]

ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଛି । ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଯୋଗୁଁ ଜନସାଧାରଣ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିବା ଦେଖାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଏ ସମ୍ପର୍କରେ ଅବଗତ ହେବା ପରେ ପଟ୍ଟାମୁଣ୍ଡାଇ ସହରରୁ ଜବର ଦଖଲ ଉଛେଦ ପାଇଁ […]

ପଟ୍ଟାମୁଣ୍ଡାଇ ୧୮/୯ -ପାର୍ବଣ ଋତୁର ଆଗମନରେ ଶାରଦିଅ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ […]

Breaking News