ବନିତା ରାଉତ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

blank
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି । ଘଟଣା ହତ୍ୟା ନୁହେଁ ଗଣହତ୍ୟା ବୋଲି ଧାରଣାକାରୀମାନେ କହିବା ସହିତ ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମୃତ ବନିତାଙ୍କ ପୁଅକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଧାରଣାକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

blankପଟ୍ଟାମୁଣ୍ଡାଇ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ଗଣହତ୍ୟା ବିରୁଦ୍ଧରେ କେନ୍ଦ୍ରାପଡା ସାନ୍ତସାହି ପୋଲ ନିକଟରୁ ପାଞ୍ଚଶହରୁ ଅଧିକ ମହିଳା ଓ ପୁରୁଷଙ୍କ ଏକ ଗଣପଟୁଆର ସହରର ମୁଖ୍ୟ ରାସ୍ତା ଅତିକ୍ରମ କରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ବିଜୟ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

blank

ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଗୟାଧର ଧଳ, ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ନରୋତ୍ତମ ପାର୍ଥସାରଥୀ, ପଟ୍ଟାମୁଣ୍ଡାଇର ବରିଷ୍ଠ କୃଷକ ନେତା ଦାସରଥୀ ସାହୁ, ନବଦିଗନ୍ତ ସ୍ୱେଛାସେବୀ ସାମାଜିକ ସଂଗଠନର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଯଦୁମଣି ଦାସ, ସୁଦର୍ଶନ ମଳିକ, ସ୍ଥାନୀୟ ନାୟବ ସରପଞ୍ଚ ସହଦେବ ଦାସ, ଲିଲି ଜେନା, ଗୋଲାପ ଜେନା, ସୂର୍ଯ୍ୟକାନ୍ତ ତ୍ରିପାଠୀ ଓ ସରୋଜ ସାହାଣୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଧାରାଣା କାରୀଙ୍କ ଦାବି ଅନୁଯାଇ ଗତ ମାସ ୨୮ତାରିଖରେ ପଟ୍ଟାମୁଣ୍ଡାଇ ପୈାରପରିଷଦ କାର୍ଯ୍ୟାଳୟ ନିକଟ ଭେଣ୍ଡିଙ୍ଗଯୋନର କ୍ୟାବିନ ନଂ୩୧ରେ ମୃତ ବନିତାଙ୍କୁ ହତ୍ୟାକାରାଯାଇ ରଖା ଯାଇଥିଲା। ବନିତାଙ୍କୁ ନପାଇ ଘରଲୋକେ ପୋଲିସରେ ଏଫଆଇଆର ଦେଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ମୃତଦେହ କେବିନ୍‌ରେ ତିନିଦିନ ରହିବା ପରେ ଗନ୍ଧ ହେବାରୁ ପୋଲିସ ଖବର ପାଇ ସାଇଂଟିଫିକ ଟିମ ସହିତ କବାଟ ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଥିଲା ଏହି ଘଟଣାରେ ପୋଲିସ କେବଳ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପରିଡା ଓରଫ ଚକୁଳିକୁ ଗିରଫ କରି ନିରବ ଦ୍ରଷ୍ଟା ସାଜିଛି। ମୃତ ବନିତାର ମା’ଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯାଇନି। ପରନ୍ତୁ ପୋଲିସ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ମୃତ ବନିତାଙ୍କ ଚରିତ୍ର ସଂହାର କରିଛି। ଏଭଳି ସ୍ଥଳେ ଧାରଣାକାରୀମାନେ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ତେଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବା, କେବଳ ଚକୁଳି ନୁହେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା, ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମୃତ ବନିତାଙ୍କ ପୁଅକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଏକ ସାତଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସାତ ଦିନ ମଧ୍ୟରେ ଦାବି ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ହେବବୋଲି ଧାରଣାକାରୀମାନେ ଚେତାବନୀ ଦେଇଛନ୍ତି ।

Next Post

ଖେଳାଳୀ ଚୟନ ପାଇଁ କେନ୍ଦ୍ରାପଡାର ୨୯ଜଣ ଯୋଗଦେଲେ

Mon Sep 8 , 2025
କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଆଥଲେଟିକ ଆସୋସିଏସନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ ପୋଲିସ ପଡିଆରେ ଚଳିତମାସ ୬ରୁ ୭ତାରିଖ ଦୁଇଦିନ ଧରି ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ୧୪ରୁ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading