ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧୋତ୍ସବ

blank
କେନ୍ଦ୍ରାପଡ଼ା,୧୭ା୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧୋତ୍ସବ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ସ୍ଥାନୀୟ ଗୋବରୀନଦୀ ଘାଟରେ ତିଳତର୍ପଣ କରାଯାଇ ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ପରେ ମେଡିକାଲ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେଡି ସଭାପତି ଧିରେନ୍ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଧୁନିକ ଓଡିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଓ ତାଙ୍କ ଆଦର୍ଶରେ ଓଡିଶାର ସମୃଦ୍ଧି ଏବଂ ଆଗାମୀ ଦିନର ଆହ୍ୱାନ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ଯୁବ ସଭାପତି ରାଜେଶ ଦାସ, ସାହିତ୍ୟିକ ବାସୁଦେବ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ମହିଳା ସଭାନେତ୍ରୀ ରୋସ୍‌ନା ସାହୁ, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର, ପ୍ରଦୀପ୍ତ ମହାନ୍ତି, ଆଲୋକ ସାହୁ, ଗୋପିନାଥ ବାରିକ, ଶିବ ପ୍ରସାଦ ଭଳ, ରାଜଲକ୍ଷ୍ମୀ ରାଉତରାୟ, ମୁକ୍ତାର ଖାଁ, ହିରଣ୍ୟ ପଣ୍ଡା, କାଳୀ ପ୍ରସାଦ ମିଶ୍ର, ଉମେଶ ନାୟକ, ସେକ୍ ଚନ୍ଦନ, ରଶ୍ମୀରଞ୍ଜନ ରାଉତ, ତ୍ରିଲୋଚନ ପାତ୍ର, ଲୋହିତ ମହାନ୍ତି, ଶରତ ବେହୁରା, ମହେନ୍ଦ୍ର ମିଶ୍ର, ସମ୍ବିତ୍ ଶ୍ରୀଚନ୍ଦନ, ଲକ୍ଷ୍ମୀଧର ପଳେଇ, ସୌମେନ୍ଦ୍ର ପୃଷ୍ଟି, ହିବଜୁର ରହେମାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନଗର ସଭାପତି ଯଯାତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଗୁଲନଗରରେ ମା’ ନାରାୟଣୀ ମନ୍ଦିରର ଦଧିକଳସ ସ୍ଥାପନ

Thu Apr 17 , 2025
କେନ୍ଦ୍ରାପଡା,୧୭ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଆରାଧ୍ୟ ଦେବତା ମା’ ନାରାୟଣୀ(ଥାନପତି) ନୂତନ ମନ୍ଦିରର ଗୁରୁବାର ଦିନ ରତ୍ନମୁଦ ଦଧିକଳସ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ଗୁଲନଗର ପଞ୍ଚାୟତର ଶତାଧିକ ଗ୍ରାମବାସୀ ଶୁଳ୍କ, ଧାନ, ସ୍ୱର୍ଣ୍ଣ, ରୌପ୍ୟ, ତମ୍ବା ଇତ୍ୟାଦି ଅଷ୍ଟଧାତୁ ଓ ଧାତବ ମୁଦ୍ରା ଦାନ ଦେଇଥିଲେ । ଏହାକୁ ଆଜି ସମସ୍ତ ବିଧି ଅନୁସାରେ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯିବା ପରେ କଳସରେ ଦାନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading