ଜିଲ୍ଲା ଓକିଲ ସଂଘ ଦ୍ୱାରା ନୂତନ ଫୌଜଦାରୀ ଆଇନ ସମ୍ପର୍କରେ ଆଲୋଚନା ଚକ୍ର

blank
କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ଦ୍ୱାରା ଆୟୋଜିତ ନୂତନ ଫୌଜଦାରୀ ସଂଶୋଧିତ ଆଇନ ଯାହାକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଏକ ଆଲୋଚନା ଚକ୍ର ଜିଲ୍ଲା ଓକିଲ ସଂଘ ସଭାପତି ଆଇନଜୀବୀ ଧ୍ରୁବଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାର୍ କାଉନ୍‌ସିଲ୍ ଓ ରାଜ୍ୟ ଆଇନଜୀବୀ ସଂଘର ପୂର୍ବତନ ସଭାପତି ମାନସ ରଞ୍ଜନ ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ବାର୍ କାଉନ୍‌ସିଲ୍‌ର ସଦସ୍ୟ ତଥା ଭାରତୀୟ ବାର୍ କାଉନ୍‌ସିଲ୍‌ର ପୂର୍ବତନ ଉପାଧ୍ୟକ୍ଷ ଦେବୀପ୍ରସାଦ ଧଳ, ସମ୍ମାନୀତ ଅତିଥି ଭାବେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ରବିନ୍ଦ୍ର କୁମାର ବଳ, ପ୍ରାଧ୍ୟାପକ ଚିରଞ୍ଜିବୀ ପଣ୍ଡା, ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ, ଭୀମସେନ ଭୂୟାଁ ଯୋଗଦେଇ ସଂଶୋଧିତ ନୂତନ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଓକିଲ ସଂଘ ସମ୍ପାଦକ ବ୍ରଜସୁନ୍ଦର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଆଇନଜୀବୀ ସୁରେଶ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ଉପସଭାନେତ୍ରୀ ସୁଶ୍ରୀ କୁମାରୀ ନାୟକ, ସହ ସମ୍ପାଦକ ଚୈତନ୍ୟ ଚରଣ ମଲ୍ଲିକ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମ ସହସମ୍ପାଦକ ସୁବାଶ ଚନ୍ଦ୍ର ଭଦ୍ର, ନିହାରିକା ଦାସ ପଟ୍ଟନାୟକ, ପ୍ରଭାତ ରଞ୍ଜନ ପାଣ୍ଡେ, ବିଚାର ବିଭାଗୀୟ ଅଧିକାରୀମାନେ, ବରିଷ୍ଠ ଆଇନଜୀବୀ ଗୌରପ୍ରସାଦ ମହାପାତ୍ର, ବଳଦେବ ପ୍ରସାଦ ସାମନ୍ତରାଏ, ଧିରେନ କୁମାର ସାହୁ, ଅକ୍ଷୟ ନାଥ, ତାରେଣୀ ପାଟ୍ଟଯୋଶୀ, ନେହେରୁ ସାହୁ, ରାଜୀବ ପାତ୍ର, ନିତ୍ୟାନନ୍ଦ ସ୍ୱାଇଁ, ପ୍ରଭାତ ଅଧିକାରୀ, ତମସା ପାତ୍ର, ନିହାର ମହାପାତ୍ର, ପରୀକ୍ଷିତ ପାତ୍ର, ମମତାମୟୀ ସାମଲ ପ୍ରମୁଖ ବହୁ ଆଇନଜୀବୀଙ୍କ ସମେତ, ଟାଉନ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଓ ଦୀନବନ୍ଧୁ ଆଇନ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଆଇନ ସମ୍ବନ୍ଧୀୟ ‘ଇନ୍‌ଫର୍ମେସନ୍ ବ୍ରୋଚର’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଶେଷରେ ଆଇନଜୀବୀ ଗୋବର୍ଦ୍ଧନ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆକାଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ ଓ ଭାବଗ୍ରାହୀ କଳା ନିକେତନ ତରଫରୁ ବିମଳ କୁମାର ପରିଡାଙ୍କ ନିର୍ଦ୍ଦେଶନାରେ କଳାକାରମାନେ ନୃତ୍ୟଗୀତ ଓ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

Next Post

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା!, ଥାନାରେ ଅଭିଯୋଗ

Sat Feb 22 , 2025
ପଟ୍ଟାମୁଣ୍ଡାଇ ତା ୨୨/୨- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ଧଣିଆପଲ୍ଲୀ ଗ୍ରାମରେ ଆଜି ଏକ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ।  ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି ।  ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି ।  ଗ୍ରାମାଞ୍ଚଳ ଥାନା ପୋଲିସ ଏ ସମ୍ପର୍କ ରେ  ମୋକଦମା ନଂ – […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading