ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ଜୟନ୍ତୀ

blank
କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ଗୁରୁଦେବଙ୍କ ପାଦପୂଜନ, ଭଜନକୀର୍ତ୍ତନ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏଥିସହିତ ଶିବାନନ୍ଦଙ୍କ ଜୀବନଦର୍ଶନ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ,ଆଶ୍ରମର ଉପସଭାପତି ଡ. କାଳୀପ୍ରସନ୍ନ ଶତପଥୀ, ବିଦ୍ୟାମନ୍ଦିରର ସମ୍ପାଦକ ଓ ସହ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଶରତ ବରାଳ, ଶ୍ରୀଧର ରାଉତ, ପ୍ରମୋଦ ଦାସ(ଲିଟୁ),ଆଶ୍ରମର ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ। ଆଜି ଠାରୁ ଆସନ୍ତା ୨୪ତାରିଖ ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଆଶ୍ରମରେ ଏକ ଆଧ୍ୟାତ୍ମିକ ପକ୍ଷ ପାଳନ କରାଯାଉଅଛି। ଏହି ଅବସରରେ ବିଭିନ୍ନ ଦିବସରେ ପୂଜାର୍ଚ୍ଚନା, ହୋମଯଜ୍ଞ, ଗୀତା ପାରାୟଣ, ଶ୍ରୀରାମଚରିତ ମାନସ ପାରାୟଣ, ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଭା ଚୟନ ପ୍ରତିଯୋଗିତା ଓ ସ୍ୱାସ୍ଥ୍ୟ ଶିବିର ପ୍ରଭୃତି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି। ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବା ପାଇଁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀ’ମା।

Next Post

ବିପଦ ସଂକେତ ଉପରେ ବ୍ରାହ୍ମଣୀ : ବନ୍ୟା କମୁଛି ଦୁର୍ଦଶା ବଢୁଛି

Mon Sep 8 , 2025
  ପଟ୍ଟାମୁଣ୍ଡାଇ ୮/୯-ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ୪ର୍ଥ ବନ୍ୟା ସ୍ଥିତିରେ ସୁଧାର ଆସିଛି । ଧିରେ ଧିରେ ବନ୍ୟା କମୁୁଥିବା ବେଳେ ବନ୍ୟା ବିପନ୍ନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ଅଳଭା ଠାରେ ବନ୍ୟାଜଳ ପତନ ୧୬. ୫ଫୁଟ ଥିବାବେଳେ ଏଠାରେ ବିପଦ ସଂକେତ ସରକାରୀ ଭାବେ ବ୍ରିଟିଶ ଅମଳରୁ ୧୬ ଫୁଟ ରହିଛି ।ବିପନ୍ନ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି । ରାସ୍ତାଘାଟ ବୁଡି ଯାଇଥିବାରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading