ବର୍ଷ ପରେ ବର୍ଷ ବିତୁଛି , ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ

  • ପାଣି ପାଇଁ ହନ୍ତସନ୍ତ ଅନେକ ଗ୍ରାମବାସୀ
  • ମରାମତି ହେଉନି ନଳକୂପ
  • ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ

blank

ପଟ୍ଟାମୁଣ୍ଡାଇ ୧୧/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆରାମ୍ବ ହେବାର ୪ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ସରିବା ନା ନେଉନାହିଁ । ହେଲେ ବର୍ଷାଦିନେ ବହୁ ପଂଚାୟତର ଲୋକେ ପିଇବା ପାଣି ସଂଘର୍ଷ କରୁଛନ୍ତି । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୨୧ରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ୨ଟି ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟାଦେଶ ଆଣିଥିଲେ । ମହାରଷ୍ଟ୍ରର ଏକ ଘରୋଇ କମ୍ପାନୀ ଏହି ପ୍ରକଳ୍ପର ନିର୍ମାଣ କାମ ହାତକୁ ନେଇଛି । ଚାରି ବର୍ଷ ବିତିଲାଣି କିନ୍ତୁ କାମ ସମ୍ପୂର୍ଣ୍ଣ କରିପାରୁନାହିଁ । କେଉଁଠି ପାଚେରୀ କାମ ଅଧା ନିର୍ମାଣ ହୋଇଛି ତ ଆଉ କେଉଁଠି ପମ୍ପ ଗୃହ କାମ ଅଧାପନ୍ତରିଆ ହୋଇ ପଡିରହିଛି । ପାଣି ଟ୍ୟାଙ୍କ କାମ ମଧ୍ୟ ଆଜି ପର୍ଯ୍ୟନ୍ତ ସରି ପାରୁନାହିଁ । କେବେ ମିଳିବ ବିଶୁଦ୍ଧ ପାଣି ତାକୁ ନେଇ ଅଂଚଳବାସୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଏଭଳି ବିଳମ୍ବ ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।
blank


ପଟ୍ଟାମୁଣ୍ଡାଇ ବ୍ଲକ ୩୧ ପଂଚାୟତର ଘରେ ଘରେ ୨୦୨୪ ସୁଦ୍ଧା ପାଇପ୍ ପାଣି ସଂଯୋଗ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିôନେଇ ୧୫ ଡିସେମ୍ବର ୨୦୨୧ରେ ରାଜନଗର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସଂସାରଫଳଠାରେ ମେଗା ପାନୀୟ ଜଳ ପ୍ରକଳ୍ପର ଶୁଭ ଶିଳାନ୍ୟାଶ କରାଯାଇଥିଲା । ସେଥିôରେ ପଟ୍ଟାମୁଣ୍ଡାଇ-ରାଜନଗର ପାଇଁ ସଂସାରଫଳଠାରେ ୨୯୮ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଆଉ ଏକ ପଟ୍ଟାମୁଣ୍ଡାଇ-ଆଳି ପାଇଁ ୧୨୧ କୋଟି ଟଙ୍କା ବ୍ୟୟରେ ବାଛରାଠାରେ ପାନୀୟଜଳ ପ୍ରକଳ୍ପର କାମ ଚାଲୁଅଛି । ରାଜନଗର ବ୍ଳକ୍‌ର ୨୯ ପଂଚାୟତବାସୀଙ୍କୁ ଯେଉଁ ପାନୀୟ ଜଳ ଯୋଗାଣ କରାଯିବ ଏହାର ବୋରୱେଲ ଶ୍ରୀରାମପୁର ବ୍ରାହ୍ମଣୀନଦୀରେ ହୋଇ ୱାଟର ଟ୍ରିଟମେଂଟ ପ୍ଳାଂଟ ସଂସାରଫଳଠାରେ କରାଯାଉଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ୧୮ ଟି ପଂଚାୟତକୁ ସାମିଲ କରାଯାଇଛି। ସେହିପରି ବାଛରାଠାରେ ଯେଉଁ ମେଗା ପ୍ରକଳ୍ପ କରାଯାଉଛି ତାହା ପଟ୍ଟାମୁଣ୍ଡାଇ ବ୍ଲକର ୮ ଟି ପଂଚାୟତ ସମେତ ଆଳି ଅଂଚଳର ୫ ରୁ ୭ ଟି ପଂଚାୟତକୁ ସାମିଲ କରାଯିବାର ବ୍ୟାବସ୍ଥା କରାଯାଇଛି ।ସେହିପରି ୨୬୮ କୋଟି ଟଙ୍କାରେ ଆଳି-କନିକା ପାଇଁ ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ କାମ ହେଉଛି ସେଥିରେ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ତରଡିପାଳ, ଅଳପୁଆ ଓ ବଲୁରିଆ ପଂଚାୟତ ରହିଛି ବୋଲି ପଟ୍ଟାମୁଣ୍ଡାଇ ଆରଡବଲୁଏସଏସ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ସୁଚନା ଦେଇଛନ୍ତି । ସରକାରଙ୍କ ପ୍ରତିଶୃତି ଅନୁଯାଇ ପାନୀୟ ଜଳ ସମସ୍ୟାର ପ୍ରତିକାର ନେଇ ପଟ୍ଟାମୁଣ୍ଡାଇବାସୀ ଆଶାବାନ୍ଧି ବସିଥିଲେ। ତେବେ ପ୍ରତିଶ୍ରୁତି ଦେବାର ୪ ବର୍ଷ ବିତି ଯାଇଥିଲେ ମଧ୍ୟ କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କୌଣସି ପ୍ରଚେଷ୍ଟା କରାଯାଉନାହିଁ। ୨ଟି ପ୍ରକଳ୍ପର କାମ ନେଇଥିବା ମୁମ୍ବାଇର ଠିକା ସଂସ୍ଥା ଅଦ୍ୟାବଧି ପାଇପ୍ ବିଛାଇବା କାମ ସାରି ପାରିନାହିଁ। ଏ ଦିଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ମଧ୍ୟ ତତ୍ପରତା ପ୍ରକାଶ କରୁ ନାହାନ୍ତି। ଫଳରେ ଏହି ପ୍ରକଳ୍ପର କାମ କେବେ ସରିବ ତା’କୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଶତାଧିକ ନଳକୂପ ଅଚଳ ହୋଇ ପଡିଛି। ଗୋଟିଏ ପଟେ ନଳକୂପ ମରାମତି ନ ହେବା ଓ ଅନ୍ୟ ପଟେ ପଂଚାୟତରେ ୨ ମେଗା ପାନୀୟ ଜଳ ପ୍ରକଳ୍ପର କାମ ନସରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ପ୍ରକାଶ ଯେ ଏହି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣରେ ମାତ୍ରାଧିକ ବିଳମ୍ବ ନେଇ ରାଜ୍ୟ ବିଧାନସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରଶ୍ନ ଉଠାଇ ସରକାରୀ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ନିକଟରେ ରାଜ୍ୟ ପଂଚାୟତରାଜ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା କରିବା ସହିତ ନିର୍ଧାରିତ ସମୟରେ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ନହେଲେ ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକା ଭୁକ୍ତ କରିବା ପାଇଁ ମନ୍ତ୍ରୀ କଡା ନିର୍ଦେଶ ଦେଇଥିଲେ । ହେଲେ ମନ୍ତ୍ରୀଙ୍କ ମିର୍ଦ୍ଧେଶକୁ ବେଖାତିରି କରି ଠିକା ସଂସ୍ଥା ଏ ପର୍ଯ୍ୟନ୍ତ ପ୍ରାୟ କାମ ବାକି ପକାଇଥିବା ଦେଖିବାକୁ ମିଳିଛି ।

Next Post

ମେଡ଼ିକାଲ କଲେଜ ଦାବିରେ ଗଣସମ୍ମେଳନ ୨୨ରୁ ଅହୋରାତ୍ର ଗଣଧାରଣା

Sat Sep 13 , 2025
କେନ୍ଦ୍ରାପଡ଼ା,୧୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ସରକାର ଯେତିକି ବିଳମ୍ବ କରିଚାଲିଛନ୍ତି ସରକାରଙ୍କ ବିରୋଧରେ ଅସନ୍ତୋଷ ସେତିକି ତୀବ୍ର ହେବାରେ ଲାଗିଛି। ଆର୍ôଥକ ଦୃଷ୍ଟିରୁ ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା କେନ୍ଦ୍ରାପଡ଼ାର ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଗତ ପାଞ୍ଚ ବର୍ଷ ଧରି ଏଥିଲାଗି ଲଗାତର ଦାବି କରି ଆସୁଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ଏବେ ପୁଣି ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ସରକାର ସମୟରେ ବ୍ଲକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading