ଡେରାବିଶ ଗାନ୍ଧୀ ମୂର୍ତ୍ତୀ ଭଙ୍ଗା ଘଟଣାର ଅପରାଧୀଙ୍କୁ ଗିରଫ ଓ ପ୍ରତିମୂତ୍ତିର ପୁନଃସ୍ଥାପନ ଦାବି

blank
କେନ୍ଦ୍ରାପଡ଼ା,୧୧ା୯: ରକ୍ତପାତ ଓ ଯୁଦ୍ଧ ବିଭୀଷିକାର ବାରୁଦ ଗଦା ଉପରେ ଠିଆ ହୋଇଥିବା ସମଗ୍ର ବିଶ୍ୱ ଏବେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ବିଚାରକୁ ଆଦର କରୁଥିବା ବେଳେ ଏବଂ ବିଶ୍ୱର ବିଭିନ୍ନ ଦେଶରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେଉଥିବା ବେଳେ ଆମ ଦେଶରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ବିଖଣ୍ଡିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏପରି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା ସହ କଠୋର ଦଣ୍ଡ ବିଧାନ କରିବା ନିମନ୍ତେ ଦାବି କରାଯାଇଛି। ଦେଶରେ ସର୍ବୋଦୟ ଆନ୍ଦୋଳନର ଉଦ୍ଗାତା ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ ତମ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନୀଳିକଣା ବିଦ୍ୟାଳୟ ପରିସରରେ ଅବସ୍ଥାପିତ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ପ୍ରତିବାଦରେ କେନ୍ଦ୍ରାପଡ଼ା ପୁରୁଣା ବସ୍ ଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ମୂର୍ତ୍ତୀ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଦାବି କରିଛନ୍ତି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱ ଓ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିବାଦ ସଭାରେ ବିଧାୟକ ଗଣେଶ୍ୱର ବେହେରା, ଉତ୍କଳ ସର୍ବୋଦୟ ମଣ୍ଡଳ ଜିଲ୍ଲା ସଭାପତି ଅକ୍ରୁର ପଲାଇ, ରାଜ୍ୟ କମିଟି ସଭ୍ୟ ମହେନ୍ଦ୍ର ପଟ୍ଟନାୟକ, ଡ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ଫକୀର ଚରଣ ଖଟୁଆ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ଗୟାଧର ଧଳ, ମୁକ୍ତାର ଖାଁ, ଡ. ଚୈତନ୍ୟ ଚରଣ ପରିଡା, ଆଇନଜୀବୀ ବିଜୟ ପରିଡା, ସଞ୍ଜୟ ଜେନା, ରବୀନ୍ଦ୍ର ପ୍ରସାଦ ଜେନା, ବୈଷ୍ଣବ ସ୍ୱାଇଁ, ନୃସିଂହ ତ୍ରିପାଠୀ, ଅମରେନ୍ଦ୍ର ଦାସ, ଧୀରେନ୍ ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବକ୍ତବ୍ୟ ପ୍ରଦାନ କରି ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ସହ ପ୍ରତିମୂର୍ତ୍ତିର ପୁନଃସ୍ଥାପନ ପାଇଁ ଦାବି କରିଥିଲେ।

Next Post

ଚୋରା ମଦ ଜବତ ୫ କୋର୍ଟ ଚାଲାଣ

Thu Sep 11 , 2025
କେନ୍ଦ୍ରାପଡ଼ା,୧୧ା୯: କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ ଜବତ ହୋଇଛି। ଏହା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ସମୁଦାୟ ୧୨୪୮ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇଛି। ସେମାନେଙ୍କୁ ଆଜି କୋଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରାପଡା ଜିଲାପାଳଙ୍କ ନିର୍ଦ୍ଦେଶରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading