ଶିକ୍ଷା ହିଁ ବ୍ୟକ୍ତି, ସମାଜ ଏବଂ ରାଷ୍ଟ୍ରର ସର୍ବାଙ୍ଗୀଣ ବିକାଶର ମୂଳଦୁଆ

ପଦ୍ମଲୋଚନ ନୋଡାଲ ବିଦ୍ୟାପୀଠର ହୀରକ ଜୟନ୍ତୀ ସ୍ମାରକୀ ସ୍ମୃତିସ୍ତମ୍ଭ ଉନ୍ମୋଚିତ

blank

ପଟ୍ଟାମୁଣ୍ଡାଇ ୧/୭ -ଯେଉଁ ଶିକ୍ଷା ମାନବକୁ ମୁକ୍ତି ଦେଇପାରେନା କି ମଣିଷ ସମାଜର ସାମଗ୍ରିକ କଲ୍ୟାଣ ନିମନ୍ତେ ଚିନ୍ତା ଭାବନା କରିବାର ଶକ୍ତି ପ୍ରଦାନ କରିପାରେନା, ସେ ଶିକ୍ଷା ଶିକ୍ଷା ପଦବାଚ୍ୟ ନୁହେଁ।” ଆଜିର ଆଧୁନିକ ଓ ବ୍ୟାବସାୟିକ ସମାଜରେ ଏହି ପାରମ୍ପରିକ ଉକ୍ତିଟିର ପ୍ରାସଙ୍ଗିକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ପାଠ୍ୟପୁସ୍ତକର କିଛି ପୃଷ୍ଠା ପଢ଼ିବା କିମ୍ବା କେତେକ ପ୍ରମାଣପତ୍ର ବା ଡିଗ୍ରୀ ହାସଲ କରିବା ମଧ୍ୟରେ ସୀମିତ ନୁହେଁ। ବରଂ ଏହା ମଣିଷକୁ ସଂକୀର୍ଣ୍ଣତାରୁ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନର ବାର୍ତା ଦେଇଥାଏ ବୋଲି ରବିବାର ଦିନ ପଦ୍ମଲୋଚନ ନୋଡାଲ୍ ବିଦ୍ୟାପୀଠ ହୀରକ ଜୟନ୍ତୀ ସ୍ମାରକୀ ସ୍ମୃତିସ୍ତମ୍ଭ ଶୁଭ ଉନ୍ମୋଚନ ଉତ୍ସବରେ ଅତିଥିମାନେ ଏମିତି ମତବ୍ୟକ୍ତ କରିଛନ୍ତି ।

blank

ଚନ୍ଦନନଗର ସ୍ଥିତ ପଦ୍ମଲୋଚନ ନୋଡାଲ୍ ବିଦ୍ୟାପୀଠ ପ୍ରାଙ୍ଗଣରେ ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସ୍ମାରକୀ ସ୍ମୃତିସ୍ତମ୍ଭ ଉନ୍ମୋଚିତ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।ବିଦ୍ୟାପୀଠର ପୁରାତନ ଛାତ୍ର ପୂର୍ବତଟ ରେଳପଥର ବରିଷ୍ଠ ଜନ ସମ୍ପର୍କ ଅଧିକାରୀ ତଥା ବିଶିଷ୍ଟ କବି ନିରାକାର ଦାସ ସଂଯୋଜନାରେ ହୀରକ ଜୟନ୍ତୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପଂଚାନନ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଟକ ମେୟର ସୁବାସ ଚନ୍ଦ୍ର ସିଂହ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ଼. ମନୋରଞ୍ଜନ କର, ଜାଭିଅର ବିଶ୍ୱବିଦ୍ୟାଳୟର ଡିନ୍ ଡକ୍ଟର ଗୋଲକ ନାଥ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପି.ଏମ୍ ଓ ଆଇ.ଆର ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟ ଉନ୍ନୟନ କାଉନସିଲ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ହରେକୃଷ୍ଣ ସ୍ୱାଇଁ, କମିଟିର ଉପଦେଷ୍ଟା ତଥା ପଦ୍ମଲୋଚନ ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ମହେଶ୍ୱର ଦାସ, ବିଶିଷ୍ଟ ଶ୍ରମିକ ନେତା ଜଗତ୍ ଜୀବନ ଦାଶ, ଭୁବନେଶ୍ୱର ଓଡ଼ିଶା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାୟାର ଇଂଜିନିୟରିଂ ଆଣ୍ଡ ସେଫ୍‌ଟି ମ୍ୟାନେଜମେଂଟର ଅଧ୍ୟକ୍ଷ ଉଦୟ ଚାନ୍ଦ ମଲ୍ଲିକ, ଭୁବନେଶ୍ୱର ୟୁନିଟ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ କୁମାରୀ ତ୍ରିପାଠୀ, ଓଡ଼ିଶା ଅର୍ଥସେବାର ପ୍ରାକ୍ତନ ବରିଷ୍ଠ ଅଧିକାରୀ କୁଶାସନ ମଲ୍ଲିକ, ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ଶାସନ ସଚିବ ଅଶୋକ କୁମାର ଦାସ, ଇଣ୍ଡିଆନ୍ ବ୍ୟାଙ୍କର ପୂର୍ବତନ ଏଜିଏମ୍ ନିମାଇଁ ଚରଣ ସାମଲ, ନାବାର୍ଡ ବ୍ୟାଙ୍କର ପ୍ରାକ୍ତନ ବରିଷ୍ଠ ମ୍ୟାନେଜର କୃଷ୍ଣଚନ୍ଦ୍ର ସିଂହ, ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ରମେଶ ଚନ୍ଦ୍ର ସ୍ୱାଇଁ, ଭଦ୍ରକର ପୂର୍ବତନ ଆରକ୍ଷୀ ନିରୀକ୍ଷକ ଅଧର ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ କର, ବରିଷ୍ଠ ଖବରଦାତା ଭାସ୍କର ଚନ୍ଦ୍ର ରାଉତରାୟ, ପୂର୍ବତଟ ରେଳପଥର ଅବସରପ୍ରାପ୍ତ ଉପମୁଖ୍ୟ ସଙ୍କେତ ଓ ଦୂରସଂଚାର ଯନ୍ତ୍ରୀ ଜୟନାରାୟଣ ଅଖିଳ ନାଥ, ମହାକାଳପଡ଼ାର ବାୟାବାବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଶିଲ୍ କୁମାର ସାହୁ, ଚନ୍ଦ୍ରମୌଳି ମନ୍ଦିର ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ପୂର୍ଣ୍ଣଚନ୍ଦ୍ର ସିଂହ, ଆଳି ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ଡକ୍ଟର ରବୀନ୍ଦ୍ର କୁମାର ଦାସ, ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ତପନ ଦାସ, ଗରଦପୁର ବ୍ଲକ୍‌ର ସହକାରୀ ବ୍ଲକ୍ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଉପାଧ୍ୟାୟ, କଟକ ସଦର ବେଂଟକର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଳ, ମଦନପୁର ୟୁ.କେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଦିଲ୍ଲୀପ ମହାପାତ୍ର, ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସୁବୋଧ ମହାକୁଳ, ପ୍ରମୁଖ ପୁରାତନ ଛାତ୍ରୀଛାତ୍ରମାନେ ବକ୍ତବ୍ୟ ରଖି କହିଥିଲେ ପ୍ରକୃତ ଶିକ୍ଷା କେବଳ ଜୀବିକା ଅର୍ଜନର ମାଧ୍ୟମ ନୁହେଁ , ଏହା ମଣିଷକୁ ବିବେକବାନ, ଦାୟିତ୍ୱବୋଧସମ୍ପନ୍ନ ଓ ମାନବିକ ନାଗରିକରେ ପରିଣତ କରିଥାଏ। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ କେବଳ ପାଠ୍ୟପୁସ୍ତକର ଜ୍ଞାନ ଅର୍ଜନ କିମ୍ବା ଚାକିରି ପାଇବା ନୁହେଁ, ବରଂ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧର ବିକାଶ ଏବଂ ସମାଜ ପ୍ରତି କର୍ତବ୍ୟବୋଧ ସୃଷ୍ଟି କରପାରେ । ପ୍ରକୃତ ଶିକ୍ଷା ମଣିଷ ମନରେ ପରୋପକାର, ସହନଶୀଳତା, ସହଯୋଗ ଏବଂ ଦେଶପ୍ରେମର ଭାବନା ଜାଗ୍ରତ କରେ। ଏଭଳି ଶିକ୍ଷିତ ବ୍ୟକ୍ତି କେବଳ ନିଜର ଉନ୍ନତି ପାଇଁ ନୁହେଁ, ସମାଜ ଓ ଦେଶର କଲ୍ୟାଣ ପାଇଁ ମଧ୍ୟ କାର୍ଯ୍ୟ କରନ୍ତି।ପ୍ରକୃତ ଶିକ୍ଷା ହିଁ ବ୍ୟକ୍ତି, ସମାଜ ଏବଂ ରାଷ୍ଟ୍ରର ସର୍ବାଙ୍ଗୀଣ ବିକାଶର ମୂଳଦୁଆ। ବୋଲି ମତ ରଖିଥିଲେ ।ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠା ସମୟରେ ଉପସ୍ଥିତ ରହିଥିବା ଆଦିକନ୍ଦ ବାୟୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାପୀଠର ନବନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ହେମମଂଜରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହିପରି ହୀରକ ଜୟନ୍ତୀ ପାଳନ ଓ ବିଦ୍ୟାଳୟର ଉନ୍ନତି ନିମନ୍ତେ ବଳିଷ୍ଠ ଯୋଗଦାନ ନିମିତ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ପଂଚସଖା ଶିକ୍ଷାସେତୁର ଅଧ୍ୟକ୍ଷ ଓ ହୀରକ ଜୟନ୍ତୀ କମିଟିର ସଭାପତି ପ୍ରଫୁଲ୍ଲ କୁମାର ଶତପଥୀ, ବିଦ୍ୟାପୀଠର ପୂର୍ବତନ ପ୍ରଧାନଶିକ୍ଷକ ହେମନ୍ତ ରାଉତ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯାଜପୁରର ଡେପୁଟି କଲେକ୍ଟର ତଥା ହୀରକ ଜୟନ୍ତୀ କମିଟିର ଅତିରିକ୍ତ ସାଧାରଣ ସମ୍ପାଦକ ଅଶୋକ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି ବିଦ୍ୟାପୀଠ ପ୍ରତିଷ୍ଠା ଇତିହାସ ଉପରେ ଆଲୋକପାତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ମହାକୁଳ । ଏଥିରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତାଙ୍କର ପାରମ୍ପରିକ ପୋଷାକ ପରିଧାନ କରି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉତ୍ସବର ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥିଲେ । ଏହି ଉତ୍ସବକୁ ପୁରାତନ ଛାତ୍ରୀଛାତ୍ର ପରିଚାଳନା କରିଥିଲେ ।

Next Post

ବିଭିନ୍ନ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ଡାକ୍ତର ଦିବସରେ ଓପିଡି ଅଚଳ

Wed Jul 1 , 2026
  କେନ୍ଦ୍ରାପଡ଼ା,୧ା୭:ବିଭିନ୍ନ ଦାବି ନେଇ ଜାତୀୟ ଡାକ୍ତର ଦିବସରେ କେନ୍ଦ୍ରାପଡ଼ା ଜିଲାର ଡାକ୍ତରମାନେ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଏହାଦ୍ୱାରା ଓପିଡି(ବର୍ହିବିଭାଗ) ଅଚଳ ହୋଇ ଯାଇଛି। ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସରକାରୀ ହସ୍ପିଟାଲରେ ରୋଗୀ ସେବା ବ୍ୟାହତ ହୋଇଥିଲା। ରୋଗୀମାନେ ଡାକ୍ତରଖାନା ଆସି ଚିକିତ୍ସା ନ ପାଇ ଫେରିଯାଇଛନ୍ତି। କେବଳ ଆୟୁସ ଡାକ୍ତରମାନଙ୍କ ହାତରେ ଡାକ୍ତରଖାନାକୁ ଛାଡି ଦିଆଯାଇଥିଲା। ଆୟୁସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading