ସି ପି ଆଇ ଏମ ଏଲ ପକ୍ଷରୁ ଗଣପ୍ରତିବାଦ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ

blank
ପଟ୍ଟାମୁଣ୍ଡାଇ ୨୦/୯ – କେନ୍ଦ୍ରାପଡ଼ା ଜିଲା ସିପିଆଇଏମଏଲ ଜିଲା କମିଟି ପକ୍ଷରୁ ଶନିବାର ପଟ୍ଟାମୁଣ୍ଡାଇରେ ଗଣପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ଏକ ଗଣପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ତହସିଲ ଅଫିସରେ ପହଂଚିଥିଲା । ସିପିଆଇଏମଏଲ ପକ୍ଷରୁ ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବୀପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।
ସିପିଆଇଏମଏଲର ଗଣପ୍ରତିବାଦ ଶୋଭାଯାତ୍ରା ପରେ ସିପିଆଇଏମଏଲ ନେତା ସଂଜୀବ ରାଉତଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସ ଠାରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ବିଧାନ ଦାସ, ହିମାଦ୍ରୀ ଦାସ, ପ୍ରକାଶ ମଲ୍ଲିକ ଅଶୋକ ଦାସ, ବସନ୍ତ ମଲିଜ ଶତ୍ରୁଗ୍ନ ରାଉତ ଚିତ ରଞ୍ଜନ ସେଠୀ ବିଶ୍ୱଜିତ ରାଉତ, ମହେନ୍ଦ୍ର ସୂତାର, ଶମ୍ଭୁନାଥ ମଲିକ, ରତିକାନ୍ତ ରାଉତ, ଅନିରୁଦ୍ଧ ମଲିକ, ଚିନ୍ମୟ ରାଉତ ବାନାମ୍ବର ମଲିକ, ଧୀରେନ୍ଦ୍ର ସୂତାର, ପ୍ରଦୀପ ମଲିକ ଓ ସୁବାଷ ସୂତାର ପ୍ରମୁଖ ଭାଷଣ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଓ ଚାଷୀ ବିରୋଧୀ ନୀତିର କଡା ସମାଲୋଚନା କରିବା ସହିତ ଚାଷୀମାନଙ୍କୁ ସମବାୟ ସମିତି ଓ ଡିଲର ମାଧ୍ୟମରେ ପ୍ରର୍ଯ୍ୟାପ୍ତ ସାର ଯୋଗାଇବା, ସାରରେ କମ୍ପାନୀ ମାନଙ୍କୁ ସବସିଡ ନଦେଇ ଚାଷୀମାନଙ୍କୁ ସିଧାସଳଖ ଦିଆଯାଉ, ପ୍ରକୃତ ଭାଗ ଚାଷୀ ଚିନ୍‌ହଟ କରି ଆବଶ୍ୟକ ସାର ଯୋଗାଇ ଦିଆଯାଉ, ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରାଯାଉ, ପଟ୍ଟାମୁଣ୍ଡାଇ ବଜାର ଉଠାଦୋକାନୀଙ୍କୁ ଉପଯୁକ୍ତ ଥଇଥାନ କରାଯାଉ, ବାରମ୍ବାର ବନ୍ୟାରେ କ୍ଷତିଗସ୍ତ ଲୋକ ଓ ଚାଷୀଙ୍କୁ ରିଲିଫ ଓ ସହାୟତା ଯୋଗାଇ ଦିଆଯାଉ ଆଦି ବିଭିନ୍ନ ଦାବୀ ନେଇ ଏକ ଦାବୀପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା ।

Next Post

ବିଧାନସଭାରେ ଉଠିଲା ନିର୍ମାଣାଧୀନ ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ ସ୍ଥିତି

Sat Sep 20 , 2025
ପଟ୍ଟାମୁଣ୍ଡାଇ ୨୦/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ବସଷ୍ଟାଣ୍ଡ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ଦେଇ ଏକ ନୂତନ ମଡେଲ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ସରକାର ସମୟରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ମଡେଲ ବସଷ୍ଟାଣ୍ଡର ଶୁଭ ଦେଇଥଲା । ସମ୍ପ୍ରତି ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ଏହା ନିର୍ଧାରିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading