କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କ ସେବା ବନ୍ଦ

blank
କେନ୍ଦ୍ରାପଡ଼ା,୧୧ା୯:ସାରା ଦେଶରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଡାକରା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁ.ଏଫ୍‌. ବି.ୟୁ.)ର ଧର୍ମଘଟ ଡାକରାରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ଆଜି ପୂର୍ବାହ୍ନରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ବିଭିନ୍ନ ଦାବି ପୁରଣ ନିମନ୍ତେ ଧାରଣା ଦିଆଯିବା ସହ ପିକେଟିଂ କରାଯାଇଥିଲା। ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ସଂଗଠନ ସମ୍ପାଦକ ଚିରଞ୍ଜୀବ ଜେନା, ଆଞ୍ଚଳିକ ସମ୍ପାଦକ ରମେଶ ଚନ୍ଦ୍ର ମାଝୀ, ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ପୂର୍ବତନ ସଭାପତି ସ୍ୱାଧୀନ କୁମାର ଦାଶ, ରଞ୍ଜନ କୁମାର ଦାସ, ସୁକାନ୍ତ ମିଶ୍ର, ଉଲ୍ଲାସ ମହାନ୍ତି, ସାଗରଶେଖର ମହାନ୍ତି, ପୂର୍ଣ୍ଣର୍ଚନ୍ଦ୍ର ଧଳ, ରୀନାରାଣୀ ପଟ୍ଟନାୟକ, ସୈାମ୍ୟ ସାମନ୍ତରାୟ, ତୁଷାର ମହାପାତ୍ର ଓ ବିଧାନ ମହାପାତ୍ର ପ୍ରମୁଖ ଶତାଧିକ କର୍ମଚାରୀ ଧାରଣାରେ ବସିଥିଲେ। ପରେ ଏକ ରାଲିରେ ଯାଇ ସହରର ସମସ୍ତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦିଆଯିବା ସହ ପିକେଟିଂ କରାଯାଇ ଦ୍ୱିପାକ୍ଷିକ କଥାବାର୍ତ୍ତା ଜରିଆରେ ତୁରନ୍ତ ଦାବି ପୁରଣ ନିମନ୍ତେ ଦୃଢ ଦାବି କରାଯାଇଥିଲା।

Leave a Reply

Next Post

ପଟ୍ଟାମୁଣ୍ଡାଇରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ଠପ୍‌, ଗ୍ରାହକ ହଇରାଣ

Fri Sep 11 , 2026
ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ପଟ୍ଟାମୁଣ୍ଡାଇ ୧୧/୯ –ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ୟୁଏଫ୍‌ବିୟୁର ସାରା ଦେଶବ୍ୟାପୀ ଧର୍ମଘଟ ଡାକରା ଯୋଗୁଁ ଆଜି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି। ସହର ଓ ଗ୍ରାମାଂଚଳରେ ଥିବା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଶାଖାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ, ଏବଂ ଅନ୍ୟାନ୍ୟ ପେଣ୍ଡିଂ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading