ବିଭିନ୍ନ ଚୋରା ବାଲିଘାଟ ‘ବେଆଇନ ଇଟାଭାଟି ଉପରେ ଚଢାଉ

 

blank

କେନ୍ଦ୍ରାପଡା, ୧୧.୦୩.- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରାପଡା, ଗରଦପୁର, ରାଜକନିକା ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୧୯ ଗୋଟି ଇଟା ଭାଟି ଉପରେ ଚଢାଉ କରାଯାଇ ୩ ଗୋଟି ଟ୍ରାକ୍ଟର ଗରଦପୁର ତହସିଲରୁ ଜବତ କରାଯାଇଛି ।

ଉପରୋକ୍ତ ଗାଡି ମଧ୍ୟରୁ ୧ ଗୋଟି ଟ୍ରାକ୍ଟରରୁ ମାଟି ଏବଂ ୨ ଗୋଟି ଟ୍ରାକ୍ଟରରୁ ବାଲି ଅବୈଧ ଚାଲାଣ ସମୟରେ ଜବତ କରାଯାଇଛି । ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ କେନ୍ଦ୍ରାପଡା ତହସିଲଦାର ତାପସ ଦେହୁରୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଗରାପୁର ଆରଆଇ ସର୍କଲରେ ଥିବା ଇଟାଭାଟି ଉପରେ ମିଳିତ ଚଢାଉ କରାଯାଇଥିଲା । ବିଗତ ୨୪ ଘଂଟା ମଧ୍ୟରେ ମୋଟ ୨,୪୭,୦୦୦ ଟଙ୍କା ଜୋରିମାନା ଆଦାୟ ହେବା ସହ ଆଜି ପର୍ଯ୍ୟନ୍ତ ସମୁଦାୟ ୭,୪୭,୦୦୦ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଚୋରା ଚାଲାଣ କାର୍ଯ୍ୟରୁ ବିରତ ନ ହେଲେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଚେତାବନୀ ଦେଇଛନ୍ତି । ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଗଣମଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଆଶାବ୍ୟକ୍ତ କରିଛନ୍ତି ।ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେନ୍ଟ ଟିମ ଗଠନ କରାଯାଇଛି ।

Next Post

ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କାର୍ମଶାଳା ଅନୁଷ୍ଠିତ

Tue Mar 11 , 2025
କେନ୍ଦ୍ରାପଡା୧୧ା୩-ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲାସ୍ତରୀୟ “ଲକ୍ଷପତି ଦିଦି” କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ୍ ମାଧ୍ୟମରେ ରାଜ୍ୟ ସରକାର ଏହି ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷପତି ଏହି ଦିଦି କାର୍ମଶାଳା । କମ୍ୟୁନିଟି ସହାୟକମାନେ ତୃଣମୂଳ ସ୍ତରରେ କେଉଁଭଳି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading