ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗା ପୂଜା ପାଳନ ପାଇଁ ଥାନାରେ ଶାନ୍ତି କମିଟି ବୈଠକ

blank
ପଟ୍ଟାମୁଣ୍ଡାଇ ୧୮/୯ -ପାର୍ବଣ ଋତୁର ଆଗମନରେ ଶାରଦିଅ ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ । ଏ ନେଇ ବିଭାଗୀୟ ଅଧିକାରୀ ଏବଂ ସମସ୍ତ କମିଟିର ସଦସ୍ୟଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ସମସ୍ତ ସ୍ଥାନରେ କିପରି ଆଇନ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବା ବେଳେ ସମସ୍ତ ପୂଜା ମଣ୍ଡପ ମୂଳକ କରାଯାଇଛି । ପୂର୍ବ ବର୍ଷ ପୂଜା ଉତ୍ସବରେ ଯେଉଁ ଭଳି ଭାବରେ ଜନଗହଳୀ ନିୟନ୍ତ୍ରଣ ହେଉଥିଲା ସେହିଭଳି ଭାବେ ଗାଡି ଚଳାଚଳ ଏବଂ ବଜାର ମଧ୍ୟକୁ ୪ ଚକିଆ ଓ ୨ ଚକିଆ ଯାନ ଚଳାଚଳ ନିଷେଦ୍ଧ କରାଯିବ । ସେହିପରି ଭଷାଣ ଉତ୍ସବକୁ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଡିଜେ କି ଉର୍ଚ୍ଚ ଭାଇବେଟର ବାଜିବ ନାହିଁ ବୋଲି ନିଷ୍ପତି ହୋଇଥିଲା । ତେବେ ଭଷାଣ ଦିନ ୭ଟା ଠାରୁ ରାତି ୧୦ଟା ମଧ୍ୟରେ ସମସ୍ତ ମେଢ ବିସର୍ଜନ ହେବ ବୋଲି ସ୍ଥିର ହୋଇଥିଲା । ଥାନା ଆଇଆଇସି ବନ୍ଦନା ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର ଦିଲ୍ଲିପ ନାଏକ, ପୌରନିର୍ବାହୀ ଅଧିକାରୀ ରଞନ ଦାଶଙ୍କ ସମେତ ଅନ୍ୟ ବିଭାଗୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ ପଟ୍ଟାମୁଣ୍ଡାଇ ଅଂଚଳରେ ଡିଜେ ଓ ଉଚ୍ଚ୍ ସର୍ମ୍ପନ୍ନ ବାଦ୍ୟ ଉପରେ ସଂପୂର୍ଣ୍ଣ ନିଷେଦାଦେଶ ବୋଲି ଆଇଆଇସି କହିଥିଲେ । ଅପରପକ୍ଷେ ପୂଜା ଉତ୍ସବକୁ ମଦବିହୀନ କରିବା ସହିତ ବଜାର ଭିତରୁ ଗାଇଗୋରୁ ହଟାଇବା, ମେଡିିକାଲ ଛକ ପୋଖରିଆପଡା ରାସ୍ତାରେ ଅଳିଆ ପାଣି କାଦୁଅ ହଟେଇବା, ଫାଷ୍ଟ୍ ଏଡ୍ ସୁବିଧା ରଖିବା ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା । ସେହିପରି ଆଇନ ଶୃଙ୍ଖଳା ସହିତ ବିଭିନ୍ନ ଛକରେ ଅସ୍ଥାୟୀ ପୋଲିସ୍ କ୍ୟାମ୍ପ କରାଯିବା ସହିତ ପୋଲିସ୍ ସମଗ୍ର ପୂଜା ଉତ୍ସବ ଉପରେ କଡା ନଜର ରଖିବାକୁ ନିବେଦନ କରାଯାଇଛି । ପୂଜାକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରାଯିବା ସହିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯିବାକୁ ଆଲୋଚନା ହୋଇଥିଲା ।

Next Post

ଟ୍ରାଫିକ ସମସ୍ୟା ଦୂର ପାଇଁ ପଟ୍ଟାମୁଣ୍ଡାଇ ସହରରୁ ଜବର ଦଖଲ ଉଛେଦ , ପୂଜା ପରେ ଥଇଥାନ ପାଇଁ ନିଷ୍ପତ୍ତି

Fri Sep 19 , 2025
ପଟ୍ଟାମୁଣ୍ଡାଇ ତା ୧୯/୯- ପଟ୍ଟାମୁଣ୍ଡାଇ ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିଛି । ଯାହାଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଯୋଗୁଁ ଜନସାଧାରଣ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିବା ଦେଖାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଏ ସମ୍ପର୍କରେ ଅବଗତ ହେବା ପରେ ପଟ୍ଟାମୁଣ୍ଡାଇ ସହରରୁ ଜବର ଦଖଲ ଉଛେଦ ପାଇଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading