ମହାକାଳପଡା ବିକାଶ ମଞ୍ଚତରଫରୁ ମହମବତୀ ଶୋଭାଯାତ୍ରା ଓ ପ୍ରତିବାଦ ସଭା

blank
କେନ୍ଦ୍ରାପଡା ୨/୫ – ମହାକାଳପଡା ପଞ୍ଚିମେଶ୍ୱର ଶିବମନ୍ଦିର ପରିସରରେ ମହାକାଳପଡା ବିକାଶ ମଞ୍ଚର ସଭାପତି, ପରିବେଶବିତ୍ ତଥା ଦେଶପ୍ରେମୀ କାଶୀନାଥ ରାଉତରାୟଙ୍କ ନେତୃତ୍ୱରେ ଜାମ୍ମୁକାଶ୍ମୀରର ପହଲଗ୍ରାମ ଠାରେ ପାକିସ୍ଥାନର ସନ୍ତ୍ରାସବାଦୀମାନଙ୍କ ଦ୍ୱାରା ଅମାନୁଷିକ ଭାବରେ ହତ୍ୟା କରାଯାଇଥିବା ନିରୀହ ୨୬ଜଣ ଭାରତୀୟ ପର୍ଯ୍ୟଟକଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଚଂର ସଭାପତି ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶିକ୍ଷକ ନେତା ତଥା ରାଜ୍ୟ ଓଷ୍ଟାର ସଂପାଦକ ପ୍ରଣବ କୁମାର ଜେନା, ସମାଜସେବୀ ଧନେଶ୍ୱର ସେଠୀ, ବିଶ୍ୱଜିତ ମହାପାତ୍ର, ଇଶ୍ୱର ବେହେରା, ଶ୍ରୀକାନ୍ତ ଜେନା, ଦିଲ୍ଲିପ ବାରିକ, ବାବୁଲି ବେହେରା, ସୂର୍ଯ୍ୟକାନ୍ତ ରାଉତରାୟ ଓ ମନୋଜ ବେହେରା ପ୍ରମୁଖ ଯୋଗଦେଇ ପାକିସ୍ଥାନର ଆତଙ୍କବାଦୀମାନଙ୍କ ଅମାନୁଷିକ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ଏହାର ଉଚିତ ଜବାବ ଭାରତ ସରକାର ଦେବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ସହ ମହମବତୀ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା ।

Next Post

କେନ୍ଦ୍ରାପଡାର ବିନୀଶ୍ରୀ ପ୍ରିୟଦର୍ଶନୀ ଆଇଏସସି ବୋର୍ଡର +୨ ବିଜ୍ଞାନ ପରୀକ୍ଷାରେ ଓଡିଶାରେ ଦ୍ୱିତୀୟ

Fri May 2 , 2025
କେନ୍ଦ୍ରାପଡ଼ା,୨ା୫: ଇଣ୍ଡିଆନ ସ୍କୁଲ ସାର୍ଟପିକେଟ +୨ ବିଜ୍ଞାନ ପରୀକ୍ଷାରେ ରେଜଲ୍ଟ ଗତକାଲି ପ୍ରକାଶ ପାଇଛି । କେନ୍ଦ୍ରାପଡା ସେଣ୍ଟଯେସେଫ ସ୍କୁଲର ଛାତ୍ରୀ ବିନୀଶା ପ୍ରିୟଦର୍ଶନୀ ଓଡିଶାର ଦ୍ୱିତୀୟ ସ୍ଥାନ ଓ ସର୍ବଭାରତୀୟ ସ୍ତର୍ରରେ ୪ ସ୍ଥାନ ଅଧିକାର କରିଥିବାରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ପିତା ଅଜୟ କୁମାର ସ୍ୱାଇଁ ଓ ମାତା ନିରୂପମା ସ୍ୱାଇଁ କୋଳମଣ୍ଡନ କରି ଧନ୍ୟ କରିଛନ୍ତି କେନ୍ଦ୍ରାପଡାକୁ । ଏହି ଅବସରରେ ମୁଡର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading