ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ

blank
କେନ୍ଦ୍ରାପଡ଼ା,୬ା୬: ବାଲେଶ୍ୱରର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦୈନିକି ଖବରକାଗଜ ‘ଅପରାହ୍ନ’ର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତାକୁମ୍ଭ ପୁସ୍ତକ ମହୋତ୍ସବରେ କେନ୍ଦ୍ରାପଡାର ଜଣାଶୁଣା ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଦ୍‌ଯାପନୀ ଉତ୍ସବରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍‌ଘାଟକ ଭାବରେ, ରେବତୀର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବରେ, କିଶୋର ଦ୍ୱିବେଦୀ ମୁଖ୍ୟବକ୍ତା, କବି ରକ୍ଷକ ନାୟକ, ବାଲେଶ୍ୱର ପ୍ରେସ୍ କ୍ଲବର ଉପସଭାପତି ରଞ୍ଜନ ବାଗ୍‌, କବି ଅଭୟ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ ସମ୍ମାନୀତ ଅତିଥିô, ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ବଂଶୀଧର ଜେନା, ତାଙ୍କ ଧର୍ମ ପତ୍ନୀ ଶ୍ରୀଲିପ୍ତା ପ୍ରକାଶନୀର ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ ଉପସ୍ଥିତ ରହି ନୃସିଂହ ଚରଣ ତ୍ରିପାଠୀଙ୍କୁ ପଦକ, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବାଲେଶ୍ୱର ସହରସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ଦୈନିକ ଖବରକାଗଜ ‘ଅପରାହ୍ନ’ ବାର୍ଷିକ ଉତ୍ସବ ଅବସରରେ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା ।

Next Post

ପଟ୍ଟାମୁଣ୍ଡାଇରେ ପବିତ୍ର ଇଦ୍‌-ଉଲ-ଜୁହା ପର୍ବ ପାଳିତ

Sat Jun 7 , 2025
ପଟ୍ଟାମୁଣ୍ଡାଇ୭/୬-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ମୁସଲମାନ ବସ୍ତିରେ ଶନିବାର ଶାନ୍ତି ଶୃଙ୍ଖଳାର ସହ ପବିତ୍ର ଇଦ୍‌-ଉଲ୍‌-ଜୁହା ପାଳିତ ହୋଇଯାଇଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବସ୍ତିରେ ଥିବା ବିଭିନ୍ନ ସାହି ଓ ମସଜିଦମାନଙ୍କୁ ରଙ୍ଗିନ ଆଲୋକ ମାଳାରେ ସଜାଯାଇଛି । ଏଥିପାଇଁ ଶନିବାର ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ବସ୍ତ୍ର ପିନ୍ଧି ମସ୍‌ଜିଦ୍‌ରେ ପହଁଚିଥିଲେ । ଇଦଘା ଠାରେ ସକାଳ ସାଢେ ୮ ରେ ମୌଲାନା ଇସ୍ରାଫିଲ ଆମଜାଦୀ, ମୌଲାନା ସଲାଉଦିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading