ପ୍ରଚଣ୍ଡ ରୌଦ୍ର ତାପରେ ଅଘୋଷିତ ବିଦ୍ୟୁତ କାଟ, ଲୋକେ ଡହଳବିକଳ

ପାନୀୟ ଜଳ ସଙ୍କଟ ଯୋଗୁଁ ଅବସ୍ଥା ସଂଗୀନ
ଜଳଛତ୍ରରେ ଛତ୍ର ଅଛି ଜଳ ନାହିଁ

blank
କେନ୍ଦ୍ରାପଡା ୨୨/୫-ପଟ୍ଟାମୁଣ୍ଡାଇ ସମେତ ସମଗ୍ର କେନ୍ଦ୍ରାପଡା ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଅଘୋଷିତ ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ୍ ସମସ୍ୟା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଲଗାତାର ବିଦ୍ୟୁତ କାଟ ଯୋଗୁଁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଓ ଓଭରହେଡ୍ ଟାଙ୍କିଗୁଡ଼ିକ କାମ କରୁନାହିଁ । ଫଳରେ ଲୋକେ ଠିକ୍ ସମୟରେ ପାଣି ପାଇବାରୁ ବଂଚିତ ହେଉଛନ୍ତି। ବିଜୁଳିର ଏହି ଲୁଚକାଳି ଖେଳ ଯୋଗୁଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଉତର ଭାରତରୁ ଗରମ ହାୱା ଲୁ ପ୍ରବାହିତ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଦେଖା ଦେଇଛି । ଯାହା ସହ୍ୟ କରିବା କଷ୍ଟକର ହୋଇପଡିଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅତିଷ୍ଠ ହୋଇପଡିଛି । ମଣିଷ ଠାରୁ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଡହଳ ବିକଳ ହେଉଛନ୍ତି । ଏଥିରୁ ମୁକ୍ତି ପାଇଁ ଏସି ଫ୍ୟାନ ବ୍ୟବହାର କରୁଥିବାବେକେ ବିଦ୍ୟୁତ କାଟ ସମସ୍ୟା ପରିସ୍ଥିତିକୁ ଗମ୍ଭୀର କରିଛି । ରୌଦ୍ରତାପରେ ଜନସାଧାରଣ ଅତିଷ୍ଠ ହୋଇପଡୁଥିବା ଯୋଗୁଁ କୌଣସି ପରିସ୍ଥିତିରେ ବିଦ୍ୟୁତ କାଟ ନକରିବା ସରକାର ନିର୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଚିରାଚରିତ ଭାବେ ବିଦ୍ୟୁତ କାଟ କରିବା ଦେଖାଯାଉଛି । ଖରା ଦିନେ ଅଂଶୁଘାତ ରୋକିବା ପାଇଁ ବ୍ୟାପକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ସହିତ ପୌର ପରିଷଦ ଓ ବ୍ଲକ ଅଂଚଳରେ ଜଳ ଛତ୍ର ଖୋଲିବା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟି ଅଂଚଳରେ ଜଳଛତ୍ର ଖୋଲିବା ପର ଦିନ ଛତ୍ର ଥିବାବେଳେ ଜଳ ନଥିବା ପ୍ରତୀୟମାନ ହେଉଛି । ସରକାରୀ ଭାବେ କେବଳ କାଗଜକଲମରେ ଜଳଛତ୍ର ଖୋଲା ଯାଇଛି । ପାଣି ଟୋପାଏ ପାଇଁ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ପିଇବା ପାଣି ମିଳୁନାହିଁ । ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଜଳଛତ୍ର ଠିକଣା ଭାବେ କାର୍ଯ୍ୟ କରୁନଥିବା ଓ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ଲୋକମାନଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବର୍ଷ ବର୍ଷ ଧରି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ । ଏପଟେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ରେ ଥିବା ନଳକୂପ ଗୁଡିକ ଅଚଳ ହୋଇପଡିଥିବାରୁ ଲୋକମାନେ ବହୁ ଦୂରରୁ ପାଣି ଆଣିବା ପାଇଁ ଧାଡିବାନ୍ଧି ଠିଆ ହେବା ଦେଖାଯାଉଛି । ପାନୀୟଜଳ ପରିମଳ ବିଭାଗ ଯନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଜନଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସହର ବଜାର ଶୂନଶାନ ହୋଇ ପଡୁଛି । ଏପରିକି ଦିନ ୧୧ଟା ପରେ ଓଡିଶା ପ୍ରସିଦ୍ଧ ବାଣିଜ୍ୟକ ପେଣ୍ଠ ପଟ୍ଟାମୁଣ୍ଡାଇ ବଜାର ଖାଁ ଖାଁ ଲାଗୁଛି ଓ ପ୍ରଚଣ୍ଡ ଖରା ଓ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ କୌଣସି ପ୍ରକାର ବିଭିନ୍ନ କାର୍ଯ୍ୟ ସାରି ଘର ମୁଁହା ହେବାକୁ ବାଧ୍ୟ ହେଉଛନ୍ତି ।

Next Post

ଏମଏନହାଇସ୍କୁଲ ୧୯୯୪ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ବନ୍ଧୁ ମିଳନ

Fri May 22 , 2026
ପଟାମୁଣ୍ଡାଇ ୨୨/୩- – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୪ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଏକ ଗୁରୁ ପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏମଏନ ହାଇସ୍କୁଲର ପୂର୍ବତନ ଶିକ୍ଷକ ଖଗେଶ୍ୱର ପରିଡା, ସଂଯୁକ୍ତା କୁଣ୍ଡ, ରବୀନ୍ଦ୍ର କୁମାର ସାହୁ, ଚତୃର୍ଭୁଜ ରାଉଳ, ବର୍ତମାନର ଶିକ୍ଷକ ଅଶୋକ କୁମାର ଦାସ , ସରୋଜ କୁମାର ସ୍ୱାଇଁ ପ୍ରମୁଖ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading