ପଟ୍ଟାମୁଣ୍ଡାଇ ସହରର ଜବର ଦଖଲ ଉଛେଦ ଅଭିଯାନ ଦୁଇ ଦିନରେ


ପଟ୍ଟାମୁଣ୍ଡାଇ ୨୦/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ଶନିବାର ୨ୟ ଦିନରେ ପହଂଚିଛି । ଶୁକ୍ରବାର ପଟ୍ଟାମୁଣ୍ଡାଇ ସହରରେ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଥିଲା । ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଉଛେଦ କରାଯାଇଥିବାରୁ ଉଠା ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର ଜବର ଦଖଲ ଉଛେଦ ଅଭିଯାନର ୨ୟ ଦିବସରେ ଉଠାଦୋକାନୀ ମାନଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଉଛେଦ ଅଭିଯାନ ଆରମ୍ଭ କରିବା ପୂର୍ବରୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ,ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାଏକ, ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ଓ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଯୋଗ ଦେଇ ଉଠାଦୋକାନୀ ମାନଙ୍କ ସହିତ ଆଲୋଚନା କରି ପୂଜା ପରେ ଉଠାଦୋକାନୀ ମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଦିବା ୧୨ ଘଟିକା ସମୟରେ ପ୍ରଶାସନ ପକ୍ଷରୁ ପୁନଃରାୟ ଜବରଦଖଲ ଅଭିଯାନ ଆରମ୍ଭ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକ ଠାରୁ ସହରର ପୁରୁଣା ବାଇପାସ ଛକ ପର୍ଯ୍ୟନ୍ତ ଜବର ଦଖଲ ଉଛେଦ କରାଯାଇଥିଲା ।

Next Post

ମନରେଗା ପାଉଣା ପାଉନାହାନ୍ତି ଶ୍ରମିକ, ମାସ ମାସ ଅପେକ୍ଷା ପରେ ବିଡିଓଙ୍କୁ ଅଭିଯୋଗ , ୭ ଦିନରେ ମଜୁରି ନମିଲିଲେ ଧାରଣା ଚେତାବନୀ

Sun Sep 21 , 2025
ପଟ୍ଟାମୁଣ୍ଡାଇ ୨୧/୯ -ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗରିବ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ମିଳୁନାହିଁ। କାମ କରିବା ପରେ ମାସ ମାସ ଧରି ମଜୁରିକୁ ଅପେକ୍ଷା କରିବାକୁ ପଡ଼ୁଛି। ମଜୁରି ଟଙ୍କାରେ ଘରେ ଚୁଲି ଜଳିବାକୁ ଥିବା ବେଳେ ଏତେ ଦିନ ବାକି ପଡ଼ୁଥିବାରୁ ସ୍ୱାଭାବିକ ଭାବେ ଶ୍ରମିକମାନେ ଏହି ଯୋଜନାରୁ ମୁହଁ ଫେରାଇନେଉଛନ୍ତି। ଗ୍ରାମାଂଚଳର ଗରିବ ଶ୍ରମିକମାନେ ଏହି ଯୋଜନା କାମ କରିବାକୁ ଆଗ୍ରହ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading