କେନ୍ଦ୍ରାପଡାରୁ ଭୁବନେଶ୍ୱରକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପରିଚାଳକଙ୍କୁ ସ୍ମାରକପତ୍ର

blank
କେନ୍ଦ୍ରାପଡ଼ା,୧୯ା୯:କେନ୍ଦ୍ରାପାଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧାସଳଖ ପ୍ୟାସେଞ୍ଜର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳବାଇର ମ୍ୟାନେଜରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର କେନ୍ଦ୍ରାପଡାର ସାମାଜିକ କର୍ମୀ ସମୀର ଚାନ୍ଦ, ସଞ୍ଜୟ ରାଉତ ଓ ଅମିୟ ବଳଙ୍କ ନେତୃତ୍ୱରେ ଏକ ଦଳ ପୂର୍ବତଟ ରେଳବାଇର ମ୍ୟାନେଜରଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରାପଡାରୁ ପ୍ରତିଦିନ ହଜାରେ ଲୋକ ଚାକିରୀ, ଶିକ୍ଷା, ବ୍ୟବସାୟ ଓ ଚିକିତ୍ସା କାରଣରୁ ଭୁବନେଶ୍ୱର ଯାଇଥାନ୍ତି। ସିଧାସଳଖ ଟ୍ରେନ ସେବା ନଥିବାରୁ ଲୋକମାନେ ଅନେକ କଷ୍ଟ ଭୋଗୁଛନ୍ତି ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ସ୍ମାରକପତ୍ର ମାଧ୍ୟମରେ କେନ୍ଦ୍ରାପାଡା–ଭୁବନେଶ୍ୱର ରୁଟ୍‌ରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳବାଇ ନିକଟରେ ଦାବି ରଖାଯାଇଛି।

Next Post

ଘଣ୍ଟାଏ ଭିତରେ ୫୦ରୁ ଅଧିକ ବିଜୁଳି ଘଡଘଡି , ପ୍ରବଳ ବର୍ଷା: ବିଦ୍ୟୁତ ସରବରାହ ବନ୍ଦ

Sat Sep 20 , 2025
ପଟ୍ଟାମୁଣ୍ଡାଇ ୨୦/୯-କେନ୍ଦ୍ରାପଡା ଜଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶନିବାର ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ସକାଳୁ ପ୍ରବଳ ଖରା ଗରମ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ ଟା ସମୟରେ ଅଚାନକ ଘଡଘଡି ସାଙ୍ଗକୁ ବର୍ଷା ପ୍ରାୟ ୧ଘଣ୍ଟା ଧରି ଛେଛିଥିଲା। ବିଜୁଳି ପାଖାପାଖି ୫୦ରୁ ଅଧିକ ଘଡଘଡି ଶବ୍ଦରେ ଲୋକେ ଭୟଭୀତ ହୋଇଥିଲେ। ଏହାର ପ୍ରଭାବରେ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ଦୀର୍ଘ ସମୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading