ବିଧାନସଭାରେ ଉଠିଲା ନିର୍ମାଣାଧୀନ ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ ସ୍ଥିତି

blank
ପଟ୍ଟାମୁଣ୍ଡାଇ ୨୦/୯ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ବସଷ୍ଟାଣ୍ଡ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ଦେଇ ଏକ ନୂତନ ମଡେଲ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତ ସରକାର ସମୟରେ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ମଡେଲ ବସଷ୍ଟାଣ୍ଡର ଶୁଭ ଦେଇଥଲା । ସମ୍ପ୍ରତି ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ଏହା ନିର୍ଧାରିତ ସମୟରେ ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏ ସମ୍ପର୍କରେ ଅବଗତ ହେବା ପରେ ରାଜନଗର ବିଧାୟକ ଧ୍ରୁବ ସାହୁ ନିର୍ମାଣାଧୀନ ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ରାଜ୍ୟ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ ଏହି ବସଷ୍ଟାଣ୍ଡର ବ୍ୟୟ ଅଟକଳ ବୃଦ୍ଧି ପାଇଁ ୧୯, ୯୬ ଲକ୍ଷ,୩୪ହାଜର ୧୪୩ଟଙ୍କା ମଂଜୁର କରାଯାଇଛି । ଅଟଳ ବସଷ୍ଟାଣ୍ଡ ଯୋଜନାରେ ନିର୍ମାଣାଧୀନ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନିଆଯାଉଛି ।

Next Post

ପଟ୍ଟାମୁଣ୍ଡାଇ ସହରର ଜବର ଦଖଲ ଉଛେଦ ଅଭିଯାନ ଦୁଇ ଦିନରେ

Sat Sep 20 , 2025
ପଟ୍ଟାମୁଣ୍ଡାଇ ୨୦/୯ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଜବର ଦଖଲ ଉଛେଦ ଅଭିଯାନ ଶନିବାର ୨ୟ ଦିନରେ ପହଂଚିଛି । ଶୁକ୍ରବାର ପଟ୍ଟାମୁଣ୍ଡାଇ ସହରରେ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଛେଦ କରାଯାଇଥିଲା । ଉଠାଦୋକାନୀ ମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଉଛେଦ କରାଯାଇଥିବାରୁ ଉଠା ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶନିବାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading