
ପଟ୍ଟାମୁଣ୍ଡାଇ ତା ୨୦/୯- ପଟ୍ଟାମୁଣ୍ଡାଇ ବ୍ଲକରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ୱଚ୍ଛ ଭାରତ ସଂଯୋଜକ ରବୀନ୍ଦ୍ର ରାଉତଙ୍କ ପୌରହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷ ରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ପରିବେଶ ସୁରକ୍ଷା ସମଗ୍ର ବିଶ୍ୱ ପାଇଁ ଆହ୍ୱାନ ଭାବେ ଦେଖାଦେଇଛି I ପରିବେଶ ସୁରକ୍ଷିତ ନହେଲେ ଜୀବଜଗତ ତିଷ୍ଠିବା ଅସମ୍ଭବ I ପରିବେଶ ଦୂଷିତ ହେଲେ ନାନା ପ୍ରକାର ରୋଗ ସୃଷ୍ଟି ହୋଇ ସାମାଜିକ ସ୍ଥିତି ପ୍ରତି ବିପଦ ସୃଷ୍ଟି କରିବ ବୋଲି ମତପ୍ରକାଶ କରି ସ୍ୱଚ୍ଛ ନିର୍ମଳ, ସୁସ୍ଥ ପରିବେଶ ସୃଷ୍ଟି ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ I ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ,କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱଚ୍ଛ ଭାରତ ଉପଦେଷ୍ଟା ରାଜୀବ ଲୋଚନ ବାଗ, ମାଷ୍ଟର ଟ୍ରେନର ଅନନ୍ତ କର ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସ୍ୱଚ୍ଛ ନିର୍ମଳ ଓ ସୁସ୍ଥ ସୁଦୃଢ ଭାରତ ଓ ଓଡିଶା ଗଠନ ପାଇଁ ସ୍ୱଚ୍ଛତାର ମହତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ I ପ୍ଲାଷ୍ଟିକ ବର୍ଜନ ସହ ଘରେ ଘରେ ପାଇଖାନା ନିର୍ମାଣ ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେI Iବଡମୁଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ସମିତି ସଭ୍ୟା ସ୍ମୃତିମୟୀ ମଲିକ, ବଳଭଦ୍ରପୁର ସରପଞ୍ଚ ପ୍ରିୟ ବ୍ରତ ଓଝା, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ଖଣତା ସରପଞ୍ଚ ଅନିଲ ଲେଙ୍କା, ସମିତି ସଭ୍ୟ ଅଭୟ ସ୍ୱାଇଁ, ଶଶାଙ୍କ ଶେଖର ବିଶ୍ୱାଳ ଓ ନିରଞ୍ଜନ ବାରିକ, ପି ଇ ଓ ପ୍ରଭାତ ମଲ୍ଲିକ, ବରାଳ, ତପନ ପ୍ରଧାନ, ସ୍ମୃତି ରଞ୍ଜନ ସାମଲ, ଶ୍ରୀଚରଣ ବାରିକ ସମେତ ସ୍ୱଚ୍ଛ ସାଥୀ ମାନେ ଯୋଗ ଦେଇଥିଲେ I ଏଇ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ, ଉପାଧକ୍ଷା, ଅତିରିକ୍ତ ବିଡ଼ିଓ, ସରପଞ୍ଚ ଓ ସମିତିସଭ୍ୟମାନେ ବ୍ଲକ ପରିସରରେ ବୃକ୍ଷ ରୋପଣ କରିଥିଲେ I ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ୱଚ୍ଛ ଭାରତ ସଂଯୋଜକ ରବୀନ୍ଦ୍ର ରାଉତ ଧନ୍ୟବାଦ ଦେଇଥିଲେ I ପଟ୍ଟାମୁଣ୍ଡାଇ ବ୍ଲକରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ରେ ସମାପ୍ତ ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି I
