ମନରେଗା ପାଉଣା ପାଉନାହାନ୍ତି ଶ୍ରମିକ, ମାସ ମାସ ଅପେକ୍ଷା ପରେ ବିଡିଓଙ୍କୁ ଅଭିଯୋଗ , ୭ ଦିନରେ ମଜୁରି ନମିଲିଲେ ଧାରଣା ଚେତାବନୀ

blank
ପଟ୍ଟାମୁଣ୍ଡାଇ ୨୧/୯ -ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗରିବ ଶ୍ରମିକମାନଙ୍କୁ ଠିକ ସମୟରେ ମଜୁରି ମିଳୁନାହିଁ। କାମ କରିବା ପରେ ମାସ ମାସ ଧରି ମଜୁରିକୁ ଅପେକ୍ଷା କରିବାକୁ ପଡ଼ୁଛି। ମଜୁରି ଟଙ୍କାରେ ଘରେ ଚୁଲି ଜଳିବାକୁ ଥିବା ବେଳେ ଏତେ ଦିନ ବାକି ପଡ଼ୁଥିବାରୁ ସ୍ୱାଭାବିକ ଭାବେ ଶ୍ରମିକମାନେ ଏହି ଯୋଜନାରୁ ମୁହଁ ଫେରାଇନେଉଛନ୍ତି। ଗ୍ରାମାଂଚଳର ଗରିବ ଶ୍ରମିକମାନେ ଏହି ଯୋଜନା କାମ କରିବାକୁ ଆଗ୍ରହ କରୁନାହାନ୍ତି। ଫଳରେ ଦାଇତ୍ୱରେ ଥିବା ଯନ୍ତ୍ରୀ ପ୍ରକଳ୍ପ କାମ ମେସିନରେ କରାଉଛନ୍ତି । ଗ୍ରାମାଂଚଳର ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଯୋଜନା ପ୍ରହସନରେ ପରିଣତ ହୋଇଛି। ଏମିତି ଅଭିଯୋଗକୁ ନେଇ ଶନିବାର ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଂଚାୟତ ଉଦୟପୁର ଗ୍ରାମର ଶ୍ରମିକମାନେ ବିଡିଓଙ୍କୁ ଲିଖିତ ଜଣାଇବା ସହିତ ୭ ଦିନ ଭିତରେ ପାଉଣା ନମିଳିଲେ ପଂଚାୟତ ସମିତି ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏବାବଦରେ କେନ୍ଦ୍ରାପଡା ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଉଦୟପୁର ଗ୍ରାମର ଜବକାର୍ଡଧାରୀ ପ୍ରକାଶ କରିଛନ୍ତି ।
ପଟ୍ଟାମୁଣ୍ଡାଇ ବ୍ଲକ ଉଦୟପୁର ଗ୍ରାମର ଅନ୍ତର୍ଯ୍ୟାମୀ କୁଣ୍ଡ, ପବିତ୍ର କୁଣ୍ଡ, ମନୋଜ ବେହୁରା, ଅମୁଲ୍ୟ ଦାସ, ଶରତ ସାହୁ, ସନ୍ତୋଷ କୁଣ୍ଡ, କବିତା କୁଣ୍ଡ, ନୃସିହଂ ସୁତାର, ପ୍ରଶାନ୍ତ ସାହୁ, କେଦାର ନାଥ କୁଣ୍ଡ, ଦମୟନ୍ତି ଦାଶ ସମେତ ଜବକାର୍ଡ ଧାରୀଙ୍କ ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଗ୍ରମ୍ୟ ଉନ୍ନୟନସଂସ୍ଥା ଜରିଆରେ ୨୦୨୫-୨୬ ଆର୍ôଥକ ବର୍ଷରେ ମନରେଗା ଯୋଜନାରେ ଉଦୟପୁର ଗ୍ରାମ ପୋଖରୀ ପଙ୍କ ଉଦ୍ଧାର ଓ ଉନ୍ନତିକରଣ ନିମନ୍ତେ ୫ ଲକ୍ଷ ୯୨ ହଜାର ୧୮୯ ଟଙ୍କା ବ୍ୟୟବରାଦ କରାଯାଇଥିଲା ।ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଶ୍ରମିକମାନଙ୍କ ଦ୍ୱାରା ଉକ୍ତ ପଙ୍କ ଉଦ୍ଧାର ଓ ଉନ୍ନତିକରଣ କରାଯାଇଛି ।ମାତ୍ର ବିଡମ୍ବନାର ବିଷୟ ଏହି କାର୍ଯ୍ୟ ହେବାର ମାସ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମନରେଗା ପାରିଶ୍ରାମିକ ପାଇପାରୁ ନାହୁଁ । ଏହି ଅଂଚଳ ବନ୍ୟା ପ୍ରପିଡିତ ହୋଇଥିବା ବେଳେ ଚଳିତ ବର୍ଷ ୪ ଥର ବନ୍ୟା ଆସି ସ୍ଥାନୀୟ ଗରିବ ଶ୍ରେଣୀ ଳୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି । ଏହି ବନ୍ୟାରେ କୌଣସି ସରକାରୀ ସୁବିଧା ମିଳି ନଥିବା ବେଳେ ଆଜି ପର୍ଯ୍ୟନ୍ତ ମନରେଗା ପାରିଶ୍ରାମିକ ମିଳିନାହିଁ । ଫଳରେ ଗରିବ ଜବକାର୍ଡ ଧାରୀ ମାନେ ବହୁ ହଇରାଣ ହରକତ ହେଉଛୁ । ଏନେଇ ପଂଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବରଂ ଅସାଧୁ ଗ୍ରାମ ରୋଜଗାର ସେବକ, ପଂଚାୟତ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ଦୁର୍ନୀତିଖୋର ମନୋଭାବ, ରାଜନେତାଙ୍କ ପ୍ରତି ଅନୁକମ୍ପା ଓ ଠିକାଦାର ପ୍ରୀତିରେ ବହୁ ମନରେଗା କର୍ଯ୍ୟ ମେସିରେ କରାଯାଉଥିବା ଅଂଚଳବାସୀ ଶନିବାର ପଟ୍ଟାମୁଣ୍ଡାଇ ପଂଚୟତ ସମିତି ନୂତନ ବିଡିଓ ଶୀତଲ ଅଗ୍ରୱାଲଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।

Next Post

ସେବାପକ୍ଷ ପାଳନ ଅବସରରେ ସଚେତନତା ମାରାଥନ୍ ଅନୁଷ୍ଠିତ

Sun Sep 21 , 2025
କେନ୍ଦ୍ରାପଡ଼ା,୨୧ା୯:ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ୧୭ ସେପ୍େଟମ୍ୱରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ “ସେବା ପକ୍ଷ’ ପାଳନ ଅବସରରେ କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସମ୍ପର୍କିତ ଏକ ସଚେତନତା ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ମାରାଥନକୁ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading