ପଟ୍ଟାମୁଣ୍ଡାଇ ତା ୨/୧୨-ଚଳିତ ବିଧାନସଭା ଅଧିବେଶନରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ମୁଖ୍ୟ ଓ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଥିବା ଜଳ ନିଷ୍କାସନ ସମସ୍ୟା ଉତଥାପିତ ହୋଇଛି । ପୌରାଞ୍ଚକ ମାନ୍ୟତା ପାଇବାର ୩୫ବର୍ଷ ପରେ ମଧ୍ୟ ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ସହର ଓ ସମଗ୍ର ପୌରାଞ୍ଚଳ ଉବୁଟୁବୁ ହେଉଛି । ଜଳ ନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନ ନିର୍ମାଣ କରାଯାଇନାହିଁ । ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଜଳ ନିଷ୍କାସନ ସମସ୍ୟା […]
କେନ୍ଦ୍ରାପଡ଼ା,୨ା୧୨: ଖୋଲା ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ଜନବସତିରେ ବିପଦ ସୃଷ୍ଟି ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଛେଳି, ମେଣ୍ଢା ମୃତ୍ୟୁବରଣ କରିବା ସହ ଗୋରୁ,ଗାଇ ଓ ଛୋଟପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନେଇ ସଦର ମହକୁମାରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦର ଗ୍ରାମପଞ୍ଚାୟତର ହାଲପୁର ଗ୍ରାମର ଅଧିବାସୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ […]
କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ସ୍ଥିତ ପଣ୍ଡିତ ହୃଷୀକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିର ସଭାଗୃହରେ ସଂସ୍କୃତ ଭାରତୀ, କେନ୍ଦ୍ରାପଡ଼ା ଶାଖା ଆନୁକୁଲ୍ୟରେ ଭଗବାନ ବ୍ୟାସଦେବଙ୍କ ରଚିତ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ମହୋତ୍ସବକୁ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ […]
କେନ୍ଦ୍ରାପଡ଼ା,୨ା୧୨- କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପାଟକୁରା ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନୂଆପଡ଼ା ଗ୍ରାମର ସର୍ବେଶ୍ୱର ବେହେରାଙ୍କ ଠାରୁ ଦେଶୀ ରନ୍ଧା ମଦ ଓ ଶାନ୍ତିଲତା ବେହେରାଙ୍କ ଠାରୁ ଦେଶୀ ରନ୍ଧା ମଦ, ବାହାକଣ୍ଡିଆ ଗ୍ରାମର କୈଲାଶ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ବିଦେଶୀ ମଦ ଓ ନିକୁଞ୍ଜ ଜେନାଙ୍କ ଠାରୁ ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ […]
କେନ୍ଦ୍ରାପଡ଼ା,୨ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ ସମ୍ପାଦକ ତଥା ମହାବିଦ୍ୟାଳୟ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ ଏଡସର ଭୟାବହତା ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାଶନିକ ଅଧିକାରୀ ପୂର୍ଣ୍ଣମାସୀ ପଣ୍ଡା, ଡ. ବାସନ୍ତୀ ଶୁକ୍ଳା, ଅଧ୍ୟାପକ ସୁବ୍ରତ […]
ପଟ୍ଟାମୁଣ୍ଡାଇ ତା ୧/୧୨- ପଟ୍ଟାମୁଣ୍ଡାଇ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି। କଲେଜ ୟୁଥ ରେଡକ୍ରସ,ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ଏଡ଼ସ ସଚେତନତା ପାଇଁ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରାକୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଥିଲା । ଏଥିରେ କଲେଜ […]
କେନ୍ଦ୍ରାପଡ଼ା,୧ା୧୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଓ ଆଭ୍ୟନ୍ତରୀଣ ଗୁଣବତ୍ତା ଆଶ୍ୱାସନା କମିଟିର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ “ଭାରତୀୟ ଶିକ୍ଷା ଓ ଦର୍ଶନ ବ୍ୟବସ୍ଥାରେ ଭଗବତଗୀତାର ତତ୍ତ୍ୱ୍ୱ”ଶୀର୍ଷକ ଜାତୀୟ ସମ୍ପାନ ସୋମବାର ଅନୁଷ୍ଠିତ ହୋଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ପାନରେ ଧାନବାଦସ୍ଥିତ ଆଇ.ଆଇ.ଟି. (ଆଇ.ଏସ.ଏମ.)ର ଦର୍ଶନ ବିଭାଗ ମୁଖ୍ୟ ପ୍ରଫେସର ଡ. ଅଜିତ କୁମାର ବେହୁରା ମୁଖ୍ୟବକ୍ତା ଭାବେ […]
କେନ୍ଦ୍ରାପଡ଼ା,୧ା୧୨:କେନ୍ଦ୍ରାପଡା ମାଟିର ପୁଅ ଅକ୍ଷୟ କୁମାର ସାମଲଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ଓଡିଶା ରତ୍ନ ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମୁର୍ଛନାର ବାର୍ଷିକ ଉତ୍ସବ ଅବସରରେ ତବଲାବାଦକ ଶ୍ରୀ ସାମଲଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅଧିନ ଆଇତିପୁର ପଞ୍ଚାୟତର ବିଲବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାମଲ ପ୍ରଥମେ […]
କେନ୍ଦ୍ରାପଡ଼ା,୧ା୧୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ଦଶିପୁର ଗ୍ରାମପଞ୍ଚାୟତରେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଖୋଲିବାକୁ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଳି ବ୍ଲକର ଦଶିପୁର ପଞ୍ଚାୟତ ହେଉଛି ଏକ ନଦୀନାଳ ଘେରା ପଞ୍ଚାୟତ। ପୂର୍ବରୁ ସେମାନେ ଦେମାଳ ଗ୍ରାମପଞ୍ଚାୟତ ଅଧିନରେ ଥିବାରୁ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି […]
କେନ୍ଦ୍ରାପଡ଼ା,୧ା୧୨:ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହ ଯୋଗ ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶିକ୍ଷା ବିଭାଗର କନିଷ୍ଠ କିରାଣୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି। ଏଥିରେ ଉଲ୍ଲେଖ ରହିଛି ଯେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ଲେଙ୍କା ଅବସର ନେବାର ପ୍ରାୟ ୫ମାସ ବିତିଗଲାଣି। ସେ ପେନସନ ପାଇବା ପାଇଁ ଆବଶ୍ୟକ କାଗଜପତ୍ର ମାର୍ଶାଘାଇ ମଣ୍ଡଳ […]

