ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ

blank
ପଟ୍ଟାମୁଣ୍ଡାଇ ୧୭/୩ -ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପେକ୍ଷାଳୟ ଠାରେ ମଙ୍ଗଳବାର ଏକ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍‌ଏଲ୍‌ଏଫ୍‌ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇ ଆର୍ôଥକ ଯୋଜନା, ସଂଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା, ପେନସନ, ଶିକ୍ଷା ଋଣ ଆଦି ଉପରେ ଲୋକମାନଙ୍କୁ ଆର୍ôଥକ ବାର୍ତା ଦେବା, ସାଧାରଣ ଜନତାଙ୍କ ପାଇଁ ଆର୍ôଥକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ୟାଙ୍କ ଖାତାର ପୁନଃ କେଓାଇସି ଏବଂ ଦାବିହୀନ ଜମା ରାଶିକୁ ପୁନଃ ପ୍ରାପ୍ତ କରିବାର ପ୍ରଣାଳୀ ଏବଂ ସର୍ବଭାରତୀୟ ସ୍ତରରେ ତଥା ଭୁବନେଶ୍ୱର କାର୍ଯ୍ୟାଳୟ ଦ୍ୱାରା ଆର୍ôଥକ ଅନ୍ତର୍ଭୂକ୍ତିକରଣ ଦିଗରେ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀମାନଙ୍କ ଦ୍ୱାରା ଏକ ନୂକଡ଼ ନାଟକ ପରିବେଷଣ କରାଯାଇଥିଲା । ଏହା ବ୍ୟତୀତ ଆର୍ôଥକ ସ୍ୱାକ୍ଷରତା ଉପରେ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ମଧ୍ୟ ଆଯୋଜନ କରାଯାଇଥିଲ । ବିଭିନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଛାତ୍ରୀଛାତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ସଚେତନ କରିଥିଲେ ବୋଲି କେନ୍ଦ୍ରାପଡା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଗ୍ରୁପରୁ ଜାଣିବାକୁ ମିଲିଥିଲା । ମାତ୍ର ଏହି କାର୍ଯ୍ୟକ୍ରମରେ ଅଂଚଳର କୌଣସି ଖବରଦାତାଙ୍କୁ ଖବର ଦିଆଯାଇନଥିଲା । ଏଣୁ ଏଠାରେ ଅନୁଷ୍ଠିତ ପ୍ରଶ୍ନ ଉତର କାର୍ଯ୍ୟକ୍ରମରେ କିଛି ପ୍ରଶ୍ନ ନଥିଲା ନା ଉତର ମଧ୍ୟ ଦିଆଯାଇନଥିବା ଉପସ୍ଥିତ କେତେକ ଲୋକେ କହିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କେହି କିଛି ଜାଣି ପାରିନଥିବା ମଧ୍ୟ କହିଛନ୍ତି ।ପ୍ରାରମ୍ଭରେ ଉତ୍ସବକୁ ଆରବିଆଇ କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ସାରଦା ପ୍ରସନ ମହାନ୍ତି, ମହାପ୍ରବନ୍ଧକ ଅନିତା ପଟ୍ଟନାୟକ ସମେତ ପଟ୍ଟାମୁଣ୍ଡାଇ ପୌର ଅଧ୍ୟକ୍ଷ ହେମନ୍ତ ସାହୁ. ଏସଏଲବିସି ଓଡ଼ିଶାର ଆବାହକ ତଥା ମୁଖ୍ୟ ମହାପ୍ରବନ୍ଧକ ଗୌତମ ପାତ୍ର, ଏସବିଆଇ ଉପ ମହାପ୍ରବନ୍ଧକ ପ୍ରଭାତ କୁମାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରପଡା ଜିଲା ଏଲ୍‌.ଡି.ଏମ୍‌., ନାବାର୍ଡ ଡି.ଡି.ଏମ୍‌. ଏବଂ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇ ଥିଲେ ।

Next Post

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳ ଅଫିସି ସମ୍ମୁଖରେ ଗଣଧାରଣା, ଆନ୍ଦୋଳନର ଆହ୍ୱାନ "ଗାଁକୁ ଚାଲ '

Tue Mar 17 , 2026
  କେନ୍ଦ୍ରାପଡା,୧୭/୦୩/- କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଏହି ଦାବି ନେଇ ମଙ୍ଗଳବାର କେନ୍ଦ୍ରାପଡ଼ା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଲିଖିତ ଦାବିପତ୍ରକୁ ଜିଲ୍ଲାପାଳ ରଘୁରାମ ଆର ଆୟାର ଙ୍ ଜରିଆରେ ପ୍ରଦାନ କରାଯାଇଛି । ଏହି ଐତିହାସିକ ଲଢେଇରେ ସାରା ଜିଲ୍ଲାର ଆବଳ ବୃଦ୍ଧ ବନିତା, ଦଳମତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading