ପଟ୍ଟାମୁଣ୍ଡାଇ ବ୍ଲକରେ ଅନ୍ତୋଦୟ ଆବାସ ଯୋଜନା କାର୍ଯାଦେଶ ବଂଟନ

blank
ପଟ୍ଟାମୁଣ୍ଡାଇ ୩୦/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ଯୋଗେ ଏହି ଯୋଜନାର ଶୁଭ ଉଦଘାଟନ କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଏହି ଯୋଜନାର ରାଜ୍ୟସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଂଚାୟତର ଭିନ୍ନକ୍ଷମ ଓ ଅସହାୟ ଅବସ୍ଥାଦ୍‌ରେ ଥିବା ପରିବାର ଓ ବ୍ୟକ୍ତିଙ୍କୁ ପ୍ରାଥମିକତା ଭିତିରେ ଚୟନ କରାଯାଇ ୧୬୪ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଅଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଅଶୋକ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ବିନ୍ଦୁ ସାଗର ଦାସ, ସରପଂଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ସମିତି ସଭ୍ୟ ସଂଘ ସଭାପତି ଅଭୟ ସ୍ୱାଇଁ, ବ୍ଲକ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରୋଜାଲିକ ମହାଳିକ, ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ ରାଉତ, ବିନାୟ ମିଶ୍ର, କତୃଶେଷ ବ୍ରହ୍ମା, ପ୍ରତାପ ସାହୁ, ଜ୍ୟୋର୍ତିମୟୀ ସାହୁ, ମୋନାଲିସା ପ୍ରଧାନ, ବନ୍ଦିତା ବେଉରା, ରତନେଶ୍ ପାଣ୍ଡେଙ୍କ ସମେତ ସମସ୍ତ ପଂଚାୟତର ନିର୍ବାଚିତ ପ୍ରତିନୀଧି ମାନେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ପ୍ରଭାତ ମଲ୍ଲିକ, ପ୍ରିୟରଞ୍ଜନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ଜିଲ୍ଲା ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀଙ୍କ ହୃଦ୍‌ଘାତରେ ଦେହାନ୍ତ

Mon Mar 31 , 2025
କେନ୍ଦ୍ରାପଡା,୩୧ା୩ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ବିଦ୍ୟୁତିକ ଗଣମାଧ୍ୟମ ଇଟିଭିର ସାମ୍ବାଦିକ ନାରାୟଣଚନ୍ଦ୍ର ସାହାଣୀ ୬୪ ବର୍ଷ ବୟସରେ ଆଜି ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ସାହାଣୀ ୨୦୨୨ ମସିହାରେ ଘଟିଥିବା ରାସ୍ତା ଦୁର୍ଘଟଣାରେ ଆହାତ ହୋଇ ପକ୍ଷାଘାତ ଅବସ୍ଥାରେ ପାଟକୁରାରେ ଥିବା ତାଙ୍କ ସହଧର୍ମିଣୀଙ୍କ ବାସଭବନରେ ରହୁଥିଲେ। ଗତ ୨୭ ତାରିଖରେ ତାଙ୍କ ଦେହ ଗୁରୁତର ଅସୁସ୍ଥ ହୋଇଯିବାରୁ ତାଙ୍କ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସିତ କରାଯାଇଥିଲା। ଆଜି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading