୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିମ୍ନମାନର କାମ ଯୋଗୁଁ ଭୁଷୁଡି ପଡିଲା

blank
କେନ୍ଦ୍ରାପଡ଼ା,୧୪ା୩:ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ରାସ୍ତା ନିମ୍ନମାନର କାର୍ଯ୍ୟ ହେତୁ ଭୁଷୁଡି ପଡିଥିବା ଦେଖାଯାଇଛି। ଏହି ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ରାସ୍ତାର ପ୍ରାୟ ୨ଶହ ମିଟରରୁ ଉର୍ଦ୍ଧ୍ୱ ନବନିର୍ମିତ ରାସ୍ତା ନିମ୍ନମାନର କାର୍ଯ୍ୟ କରାଯାଇଥିବା ଯୋଗୁଁ ଭୁଷୁଡି ପଡିଛି। ସେହି ରାସ୍ତାଦେଇ ଯାଉଥରବା ପଥଚାରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାସ୍ତା ଭୁଷୁଡି ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିବା ସହ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଆୟାର ଘଟଣା ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ପ୍ରାୟ ୪ହଜାର କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣଧିନ ଥିବା ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବାରେ ଆବଶ୍ୟକ ଦୃଷ୍ଟି ଦେଉନଥିବା ଦେଖାଯାଇଛି। ଫଳରେ ଠିକାସଂସ୍ଥାର ଯେଉଁ କର୍ମଚାରୀମାନେ ଏହି ରାସ୍ତା ନିର୍ମାଣାଧିନ ଦାୟୀତ୍ୱରେ ଅଛନ୍ତି ସେମାନେ ମନଇଛା କାର୍ଯ୍ୟକରୁଛନ୍ତି। ଏତଦବ୍ୟତିତ ଏହି ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣଧିନ ରାସ୍ତା ଭୁଷୁଡିବା ସମ୍ପର୍କରେ ଠିକାସଂସ୍ଥାର ଇଂ ଦୀପକ ସେନ କହିଛନ୍ତି ଯେ ଏହାର ତଦନ୍ତ କରାଯିବ ଓ ଦାୟୀ କର୍ମରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Next Post

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ

Tue Mar 17 , 2026
ପଟ୍ଟାମୁଣ୍ଡାଇ ୧୭/୩ -ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପେକ୍ଷାଳୟ ଠାରେ ମଙ୍ଗଳବାର ଏକ କ୍ଷେତ୍ରସ୍ତରୀୟ ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍‌ଏଲ୍‌ଏଫ୍‌ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇ ଆର୍ôଥକ ଯୋଜନା, ସଂଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା, ପେନସନ, ଶିକ୍ଷା ଋଣ ଆଦି ଉପରେ ଲୋକମାନଙ୍କୁ ଆର୍ôଥକ ବାର୍ତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading