
ପଟ୍ଟାମୁଣ୍ଡାଇ ୩୧/୮ -ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ଡ. ଅଞ୍ଜଳି ଦାଶଙ୍କ ଅବସର ଗ୍ରହଣ ଉପଲକ୍ଷେ କଲେଜ ପକ୍ଷରୁ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାଧ୍ୟାପକ ଡ. ରମେଶ ସାହୁ ପୌରୋହିତ୍ୟ କରିଥିବା ବେଳେ ଅଧ୍ୟାପକ ରଞ୍ଜନ ବେହୁରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଡ. ଗୌର ପ୍ରସାଦ ଷଡଙ୍ଗୀ ଯୋଗଦେଇ ଡ. ଦାଶଙ୍କ ନିଷ୍ଠାପର ଅଧ୍ୟାପନା, ସୁଗୁଣୀ ଓ ଛାତ୍ରୀଛାତ୍ରଙ୍କ ପ୍ରତି ଥିବା ଆନ୍ତରିକତାର ଉଚ୍ଚ ପ୍ରଶଂସା କରିଥିଲେ। ଡ. ଦାଶଙ୍କର ନିଷ୍ଠାପର ଅଧ୍ୟାପନା, ଶାନ୍ତ ସ୍ୱଭାବ, ଉଚ୍ଚ ଆଦର୍ଶ ଓ ଶିକ୍ଷାଦାନ ପ୍ରତି ଥିବା ସମର୍ପଣ ଭାବର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଡ. ଦାଶଙ୍କ ଅବସର କଲେଜ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତିବୋଲି କହିଥିଲେ । ଡ. ଅଞ୍ଜଳି ଦାଶ ନିଜର ଦୀର୍ଘ କର୍ମମୟ ଜୀବନର ଅନୁଭୂତିର ଚାରଣ କରିବା ସହ କଲେଜର ଅଧ୍ୟକ୍ଷ, ସହକର୍ମୀ ଓ ଛାତ୍ରୀଛାତ୍ରଙ୍କଠାରୁ ପାଇଥିବା ଭଲପାଇବା ପାଇଁ ଗଭୀର କୃତଜ୍ଞତା ଜଣାଇଥିଲେ। ସଭାରେ ଉପସ୍ଥିତ ଅନ୍ୟାନ୍ୟ ଅଧ୍ୟାପିକା/ଅଧ୍ୟାପକ ଓ କର୍ମଚାରୀମାନେ ଡ. ଦାଶଙ୍କ ସୁସ୍ଥ ତଥା ନିରାମୟ ଦୀର୍ଘ ଜୀବନ କାମନା କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ପଦାର୍ଥ ବିଜ୍ଞାନ ଗାର ସହାୟକ ପଣ୍ଡୁ ଜନାନକୁ ମଧ୍ୟ ବିଦାୟ କାଲିନ ସମ୍ବୋଦ୍ଧାନା ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସମସ୍ତ ଅତିଥି, ସଭାପତି ଓ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଭାଗର ବହୁ ଛାତ୍ରୀଛାତ୍ର ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
