କେନ୍ଦ୍ରାପଡ଼ା,୨୭ା୧୧:ତିନିମୁହାଣୀ ନିକଟ ଭାରତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଏକ ଚଳନ୍ତା କାର ଜଳି ଯାଇଛି। ହେଲେ ପେଟ୍ରୋଲ ଟାଙ୍କିକୁ ଏହା କୌଣସି କ୍ଷତି ପହଞ୍ଚାଇ ପାରିନାହିଁ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଅଗ୍ନିଶମ ବିଭାଗ ଏହାକୁ ଲିଭାଇବାରେ ସକ୍ଷମ ହୋଇ ପାରିଲା ନାହିଁ। ସହରର ଏକ ପେଟ୍ରୋଲ ଟାଙ୍କିରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା। ଏହା ନିଆଁ ଲିଭାଇବାରେ କିଛି ମାତ୍ରାରେ […]
କେନ୍ଦ୍ରାପଡ଼ା,୨୭ା୧୧: ଜନଜୀବନର ଜ୍ୱଳନ୍ତ ଦାବି ନେଇ ଆଜି ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ, ମୂଲିଆ, ମହିଳା, ଶ୍ରମିକ, କର୍ମଚାରୀ, ସ୍କିମ୍ ଶ୍ରମିକ, ଛାତ୍ର, ଯୁବକ, ବୁଦ୍ଧିଜୀବୀ ଓ ଗରୀବ ଆଦିବାସୀ ଜନସାଧାରଣ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ଆହ୍ୱାନକୁ ବଞ୍ଚିବାର ଏକମାତ୍ର ଉପାୟ ରୂପେ ଗ୍ରହଣ କରି ଧାନକଟା, ଶୀତ ପ୍ରକୋପ ତଥା ଅନ୍ୟାନ୍ୟ ବହୁ ବାଧାକୁ ଏଡାଇ ନିଜର ସମସ୍ତ ଖର୍ଚ୍ଚ […]
କେନ୍ଦ୍ରାପଡ଼ା, ୨୭ା୧୧: କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ଗୋଶାଳାକୁ ସରକାର ୧୨ଲକ୍ଷ ୨୦ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଏହି ଗୋଶାଳା ଗୁଡିକ ହେଉଛି ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଗତେଶ୍ୱର ଗୋଶାଳା ଓ ପୋଇପାଟର ଆପୁଆ, ଗରଦପୁର ବ୍ଲକର କୋରୁଆସ୍ଥିତ ଓଁ ଆକୁଳ ପରଂବ୍ରହ୍ମ, ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାର ସିଦ୍ଧ ବଳଦେବଜୀଉ, ରାଜନଗର ଘଡିଆମାଳର କାମଧେନୁ ଗୋଶାଳା ପ୍ରଭୃତି। କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀ ଚିକିତ୍ସା […]
ପଟ୍ଟାମୁଣ୍ଡାଇ ୨୭/୧୧- ପଟ୍ଟାମୁଣ୍ଡାଇ କଲେଜ ଓଡିଶା ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଏକ ବିଂଶ ଶତାବ୍ଦୀରେ ଓଡ଼ିଆ ଲୋକନାଟକର ଚର୍ଚ୍ଚା ଶୀର୍ଷକ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଜବାହରଲାଲ ନେହେରୁ କଲେଜ ପ୍ରାଧ୍ୟାପକ ଡ଼ ନିଖିଳେଶ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଲୋକ ନାଟକର ଚର୍ଚ୍ଚା ସମ୍ପର୍କରେ ବିସ୍ତୃତ ଆଲୋଚନା କରି କହିଥିଲେ ଗୋଟିଏ […]
ପଟ୍ଟାମୁଣ୍ଡାଇ ୨୭/୧୧- ପଟ୍ଟାମୁଣ୍ଡାଇ କଲେଜ ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ରଞ୍ଜନ କୁମାର ବେହୁରା, ଆକ୍ୟୁଏସି ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ, ଅଧ୍ୟାପକ ଡ଼ ନିର୍ମଳ ସାହୁ, ଆଲୋକ ସାହୁ, ରଞ୍ଜନ […]
ପଟ୍ଟାମୁଣ୍ଡାଇ ୨୬/୧୧– ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତର ସୁଜାବାଜ ଗ୍ରାମରେ କୁରାଳ ପଂଚମୀ ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ୫ଦିନ ଧରି ପାଳିତ ହୋଇଯାଇଛି। ସୁଜବାଜ ଯୁବକ ସଂଘ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କୁରାଳ ପଂଚମୀ ଯୋଗୁଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇପଡିଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି କରାଯାଇଥିଲା ।ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉକ୍ତ ଉତ୍ସବରେ […]
ପଟ୍ଟାମୁଣ୍ଡାଇ ୨୬/୧୧– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଆମ୍ବେଡକର ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ ପାଳନ ଅବସରରେ ସଂସଦର ଅନେକ ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ଓ ବହୁ ଜନସାଧାରଣ ସମିଲ ହୋଇ ବଜାର ପରିକ୍ରମା କରିଥିଲେ । ଏହି କାଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ସମିଲ ହୋଇ ପଟ୍ଟାମୁଣ୍ଡାଇ ବାଇପାସ ସ୍ଥିତ ଥିବା ଭିମ ରାଉ […]
ପଟ୍ଟାମୁଣ୍ଡାଇ ୨୬/୧୧– ରାଜନଗର ନର୍ବାଚନ ମ଼ଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାୟ ୨୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ରାଜନଗର ବିଧାୟକ ଧ୍ରୁବ ସାହୁ ବୁଧବାର ଶୁଭ ଶିଳାନ୍ୟାସ କରିଛନ୍ତି । ୧୭ ନଂ ଜୋନ ବିଜେଡି ଜିଲାପରିଷଦ ସଦସ୍ୟ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ବୁଧବାର ପୂବାହ୍ନରେ ଶହ ଶହ ବିଜେଡି ନେତା କର୍ମୀ ଓ ଜନସାଧାରଣ ବାଜା ବଜାଇ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ବିଧାୟକ, ବ୍ଲକ ଅଧ୍ୟକ୍ଷଙ୍କୁ […]
କେନ୍ଦ୍ରାପଡ଼ା, ୨୬ା୧୧: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅଧିନ ତ୍ରିଲୋକ୍ୟପୁର ଗ୍ରାମ ପଂଚାୟତରେ ଭତ୍ତା କେଳେଙ୍କାରୀ ଘଟଣାରେ ପୂର୍ବତନ ତ୍ରିଲୋକ୍ୟପୁର ଏଡିଇଓ( ଏକାଉଣ୍ଟାଟ-କମ- ଡାଟା ଏଣ୍ଟ୍ର୍ରି ଅପରେଟର) କଳ୍ପନା ଲେଙ୍କାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟର। ପ୍ରକାଶ ଥାଉ କି କଳ୍ପନା ଲେଙ୍କା ହିତାଧିକାରୀଙ୍କ ଭତ୍ତାଟଙ୍କା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ହେରଫେର କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଭତ୍ତାଟଙ୍କା ହେରଫେର କରୁଥିବା […]
କେନ୍ଦ୍ରାପଡ଼ା,୨୫ା୧୧:ଚାଷ ଜମିକୁ ଘରବାଡି ଜମିରେ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ କେନ୍ଦ୍ରାପଡ଼ା ତହସିଲ ଅଧିନ ନିକିରାଇ ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ(ଏଆରଆଇ) ଅଭିମନ୍ୟୁ ବେହେରା ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁଯାୟୀ ଡେରାବିଶ ବ୍ଲକର ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ […]

