ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି.୧୧୬ ଟି ଅଭିଯୋଗ ପଞ୍ଜିକୃତ

blank
ପଟ୍ଟାମୁଣ୍ଡାଇ ୧୩.୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୧୧୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୦୩ଟି ବ୍ୟକ୍ତିଗତ ହୋଇଥିବା ବେଳେ ୧୩ଟି ସାମୂହିକ ଅଭିଯୋଗ ରହିଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଏହି ଅଭିଯୋଗ ଶୁଣାଣିରେ ଜିଲାପାଳ ରଘୁରାମ ଆର ଆୟର,ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା,ଉପଜିଲ୍ଲାପାଳ ଅରୁଣ ନାୟକ,ପଟ୍ଟାମୁଣ୍ଡାଇ ବିଡିଓ ଶିତଳ ଅଗରବାଲା,ତହସିଲଦାର ପଂଚାନନ ନାୟକଙ୍କ ସମେତ ଜିଲାସ୍ତରୀୟ ଲାଇନ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ,ଆସନ୍ତା ମାସ ଅର୍ଥାତ ନଭେମ୍ବର ୩ ତାରିଖରେ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ ହଲ,୧୦ ନଭେମ୍ବରରେ ରାଜକନିକା ବ୍ଲକ,୧୭ ନଭେମ୍ବରରେ ମାର୍ଶାଘାଇ ବ୍ଲକ,୨୪ ନଭେମ୍ବର ଆଳି ବ୍ଲକ କାର୍ଯ୍ୟାଳୟଠାରେ ପୂର୍ବାହ୍ନ ୧୦ ଘଟିକାଠାରୁ ୧ ଘଟିକା ପର୍ଯ୍ୟନ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ ରହିଛି ବୋଲି ଜିଲା କାର୍ଯ୍ୟାଳୟରୁ ଜଣା ପଡିଛି ।

Next Post

ନାବାଳକ ନାବାଳିକା ଉଦ୍ଧାର

Mon Oct 27 , 2025
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପୋଲିସ  ଜଣେ ନାବାଳକ ଓ ନାବାଳିକାଙ୍କୁ ସୋମବାର ଉଦ୍ଧାର କରିଛି। ଉକ୍ତ ନାବାଳିକା  ସନ୍ଧାନ ଲାଗି ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରୁ ଦୁଇ ଜଣ କୁଆଡେ ଚାଲି ଯାଇଥିଲା । ସେମାନଙ୍କ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading