ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା : ସ୍ୱର୍ଗତ ଭୂୟାଁ ଜଣେ ବିଚକ୍ଷଣ ରାଜନେତା ଥିଲେ

blank
କେନ୍ଦ୍ରାପଡ଼ା,୧୩ା୪: ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁଙ୍କ ୩୭ତମ ଶ୍ରାଦ୍ଧଦିବସ ଅବସରରେ ପୈାରସଂସ୍ଥା ଟାଉନହଲ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥି, ବିଶିଷ୍ଟ ଟିଭି ଉପସ୍ଥାପକ ପ୍ରାଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ମୁଖ୍ୟବକ୍ତା, ସାମ୍ବାଦିକ ଅକ୍ଷୟ କୁମାର ପତି ବିଶିଷ୍ଟ ଅତିଥି, କେନ୍ଦ୍ରାପଡା ଅର୍ବାନବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି, କବି ନିରାକାର ଦାସ ଓ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦୀର୍ଘ ୫ଦଶନ୍ଧି ଧରି ଜିଲ୍ଲାରେ ପୂଜ୍ୟପୂଜାର ପରମ୍ପରାକୁ ଉଦ୍‌ଜିବିତ କରି ରଖିବା ଏବଂ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନଙ୍କୁ ଆଗାମୀ ଭବିଷ୍ୟତଙ୍କ ସହ ପରିଚିତ କରାଇବାରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାରୁ ସଂସଦର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରସଂଶା କରି ପୂର୍ବତନ ସାଂସଦ ସ୍ୱର୍ଗତ ଭୂୟାଁଙ୍କ ଗୁଣାବଳୀ ଆଲୋକପାତ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ଭୂୟାଁ ସାଧାରଣ ଲୋକଟିକୁ ପ୍ରଭାବିତ କରିପାରୁଥିବା ଭଳି ଜଣେ ବିଚକ୍ଷଣ ରାଜନେତା ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ସୁଶିଲ ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ନବ ନିର୍ବାଚିତ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ଗୋବର୍ଦ୍ଧନ ରାଉତ ଓ ସମ୍ପାଦକ ନୃସିଂହ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନର ସଭାନେତ୍ରୀ ସୁହାନା ୱାର୍ସି, ସମାଜସେବୀ ସୁଶ୍ରୀ ସ୍ୱପ୍ନାରାଣୀ ସିଂ, ପଲ୍ଲିଶ୍ରୀ ମହିଳା ସମିତିର ସୁଶ୍ରୀ ଶାନ୍ତିଲତା ସେନାପତି ଗୟାଚାନ୍ଦ ଭୂୟାଁ ସ୍ମାରକୀ ସମ୍ମାନ ଏବଂ ଡ. ମୃତୁଞ୍ଜୟ ରଥଙ୍କୁ ଗୟାଚାନ୍ଦ ଭୂୟାଁ ସଂସ୍କୃତି ସମ୍ମାନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗାୟତ୍ରୀ ମହାନ୍ତି, ପ୍ରଫୁଲ୍ଲ ଦାସ, ରମାକାନ୍ତ ଦାସ, ନିରଞ୍ଜନ ରାଉତ, ନଳିନୀବିହାରୀ ମହାନ୍ତି, ସର୍ବେଶ୍ୱର ସେଠୀ, ମହମ୍ମଦ ଆକବର ଅଲ୍ଲୀ, ଶରତ ବେହୁରା, ନିରଞ୍ଜନ ମେକାପ, ବୈଷ୍ଣବ ଚରଣ ପ୍ରଧାନ, ଶ୍ରୀଧର ମହାନ୍ତି, ରାମଚନ୍ଦ୍ର ଦାସ, ଡ. ଚୈତନ୍ୟ ପରିଡା, ନିରଞ୍ଜନ ଦାସ, ଯୁଧିଷ୍ଟିର ସ୍ୱାଇଁ, ଧରଣୀ ପାତ୍ର, ଦେବେନ୍ଦ୍ର ଦାସ, ସରୋଜକାନ୍ତ ସାହୁ, ପ୍ରମୋଦ ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ଅବନ୍ତୀ ବେହେରା, ଶୈଳବାଳା ସ୍ୱାଇଁ, ମିନତୀ ମହାରଣା, ରଜନୀକାନ୍ତ ଦାସ, ଲକ୍ଷ୍ମୀକାନ୍ତ ନାୟକ ଏବଂ ସ୍ୱର୍ଗତ ଭୂୟାଁଙ୍କ କନିଷ୍ଠପୁତ୍ର ଲାଲୁ ଭୂୟାଁ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସଂସଦର ସଂଯୋଜକ ଗୋଲଖ ପଢିଆରୀ ଅତିଥି ପରିଚୟ, ଭାଗିରଥି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁକ୍ତାର ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଗୋଲକ ସେଠୀ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରିଥିଲେ।

Next Post

କେନ୍ଦ୍ରାପଡା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ

Sun Apr 13 , 2025
କେନ୍ଦ୍ରାପଡ଼ା,୧୩ା୪: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଓ ପୁରାତନ ଛାତ୍ର ସଂଗଠନ ଆନୁକୂଲ୍ୟରେ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧକ୍ଷ ଡ଼. ସଞ୍ଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଗବେଷଣା ଗାରର ମୁଖ୍ୟ ବୈଜ୍ଞାନିକ ଡ଼. ଉମାକାନ୍ତ ସୁବୁଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଡ଼.ଗୌତମ ଚରଣ ଦାସ ଅତିଥି ପରିଚୟ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading