ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଆମର ହକ-କାହାର ଦୟା ନୁହେଁ ଜୁଲାଇ ୨୩ରେ ଜିଲ୍ଲା ବନ୍ଦ ୧୩ରେ ଗଣ କନଭେନସନ

blank
କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଲଢେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ରାଜନୈତିକ ପସାପାଲିରେ ବାରମ୍ବାର ପ୍ରତାରିତ କେନ୍ଦ୍ରାପଡା ଜିଲ୍ଲା ଆଜି ଅର୍ଥନୈତିକ ଦୁର୍ଗତିରେ ସଢ଼ୁଛି। ସରକାର ପରେ ସରକାର ବଦଳୁଛି। କିନ୍ତୁ ବିକାଶର ନା ଧରୁନି। ପ୍ରତିଶ୍ରୁତିର ଅଭାବ ନାହିଁ। ପ୍ରତ୍ୟେକ କେନ୍ଦ୍ରାପଡ଼ିଆଙ୍କ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ହେଉ। ଦାବିର ଯଥାର୍ଥତା ମଧ୍ୟ ରହିଛି। କିନ୍ତୁ ପଦ୍ମ ଘୁଞ୍ôଚ ଘୁଞ୍ôଚ ଚାଲିଛି। ରାଜ୍ୟ ସରକାର କେନ୍ଦ୍ରାପଦବାସୀଙ୍କ ଧୌର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ ବୋଲି ଆଜି ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଛି। ଜିଲ୍ଲା ରିଡିଙ୍ଗ ରୁମରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହାସପାତାଳ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠା କମିଟି ବୈଠକରେ ଆସନ୍ତା ଜୁଲାଇ ୨୩ରେ କେନ୍ଦ୍ରାପଡା ଜିଲ୍ଲା ବନ୍ଦ ପାଇଁ ଚରମ ନିଷ୍ପତି ନିଆଯାଇଛି। ଏଥି ପୂର୍ବରୁ ଆସନ୍ତା ୧୩ତାରିଖ ଦିନ କେନ୍ଦ୍ରାପଡାରେ ଏକ ଗଣ କନଭେନସନ ଅନୁଷ୍ଠିତ ହେବ। ଏହି ଗଣ କନଭେନସନରେ ଜିଲ୍ଲାର ବର୍ତ୍ତମାନ ଓ ପୂର୍ବତନ ଲୋକ ପ୍ରତିନିଧି, ସମସ୍ତ ରାଜନୈତିକ ଦଳ,ଗଣସଙ୍ଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ସମାଜ ଓ ଅନ୍ୟ ସମସ୍ତଙ୍କୁ ସାମିଲ କରାଯିବ। ଏହି ବନ୍ଦକୁ ସଫଳ କରିବାପାଇଁ ସାରା ଜିଲ୍ଲା ବାସୀଙ୍କୁ ନିବେଦନ କରାଯାଇଛି। ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସ, ସିପିଏମ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ନେତା ଆଦିକନ୍ଦ ରାଉଳ, ଆମାଆଦାମୀ ପାର୍ଟି ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା ,ଆଇଏନ୍ଟିୟୁସି ସଭାପତି ମୁକ୍ତାର ଖାଁ, ସିଟୁ ନେତା ଜଗତଜୀବନ ଦାଶ, ଓଡିଶା କୃଷକସଭା ସମ୍ପାଦକ ବିଜୟ ଦାସ, କଂଗ୍ରେସ ନେତା ମଙ୍ଗୁଳି ଚରଣ ବେହେରା, କଳିଙ୍ଗ ଭାରତ ଶ୍ରମିକସଙ୍ଘ ସମ୍ପାଦକ ପ୍ରକାଶ ମହାନ୍ତି, ପେନସନ ସଙ୍ଘର ନେତା, ବୈଷ୍ଣବ ସ୍ୱାଇଁ, ଡ଼ଃ ଉପେନ୍ଦ୍ର ପ୍ରଧାନ, ଡ଼ଃ ଚୈତନ୍ୟ ପରିଡା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ରାଜ୍ୟ କର୍ମଚାରୀ ନେତା ନରୋତ୍ତମ ପାର୍ଥସରଥୀ, ନାରୀନେତ୍ରୀ ସୁହାନା ବେଗମ, ଚାଷୀ ଶ୍ରମିକ ସଂଘ ସଭାପତି ଫକୀର ଖଟୁଆ, ନବନିର୍ମାଣ କୃଷକ ସଙ୍ଗଠନ ନେତା, ଦାଶରଥି ସାହୁ, କୁଳମଣି ଦାସ, ଶିଶିର ଓଝା ପ୍ରମୁଖ ଉପସ୍ଥିତଥିଲେ।

Next Post

ଶିକ୍ଷକନେତା କବି ଅନ୍ତର୍ଯ୍ୟାମୀ ବେଜଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

Tue Jul 8 , 2025
ପଟ୍ଟାମୁଣ୍ଡାଇ ତା ୮/୭- ପଟ୍ଟାମୁଣ୍ଡାଇ ଅଂଚଳର ଶିକ୍ଷକନେତା କବି ଅନ୍ତର୍ଯ୍ୟାମୀ ବେଜଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି ।  ଏହି ରାଜ୍ୟ ଉପଲକ୍ଷେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ମିଳିତ ଆନୁକୂଲ୍ୟରେ ମହାକାଳପଡା ବ୍ଲକ ବାରଡାଙ୍ଗ ଧ୍ୟାନଦାସ ମଠ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବନ ମହୋତ୍ସବରେ ରାଜନଗର ବନଖଣ୍ଡ ଅଧିକାରୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading