ବନ୍ୟାଞ୍ଚଳ ଲୋକଙ୍କ ଦୁଃଖ ବୁଝିଲେ ଓ ଜିଲ୍ଲାପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

blank
କେନ୍ଦ୍ରାପଡ଼ା,୩୧ା୭: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ ,ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୧୭ଟି ପଞ୍ଚାୟତର ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ପ୍ରଥମ ଓ ଦ୍ୱୀତିୟ ଥର ବନ୍ୟାରେ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବେଳେ ବିପନ୍ନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରି ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଗୁରୁବାର ଆଳି ବ୍ଳକର ବନ୍ୟାଞ୍ଚଳ ପରିଦର୍ଶନ କରି ତୁରନ୍ତ ଜଳବନ୍ଦୀରେ ଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରି ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଶ୍ରୀ କାଡାମ ପଦନିପାଳ ପଞ୍ଚାୟତର ଦୈତାରୀପୁର ସହ ବିଭିନ୍ନ ଗ୍ରାମର ବନ୍ୟା ବିପନ୍ନମାନଙ୍କୁ ଭେଟି ସେମାନଙ୍କ ସମାସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଦୀର୍ଘ ୨୪ ଦିନ ଧରି ଆଳି ଧୋୟା ଅଞ୍ଚଳର ୧୦ ପଞ୍ଚାୟତ ସହ ଏକମାଣିଆ , ମାଣିକପାଟଣା ଓ ନରେନ୍ଦ୍ରପୁର ପ୍ରଭୃତି ୭ଟି ପଞ୍ଚାତର ଲୋକମାନେ ବନ୍ୟା ପାଣି ଘେରରେ ରହିଛନ୍ତି । ସେମାନେ ପିଇବା ପାଣି ଟୋପେ ପାଇବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୃହପାଳିତ ପଶୁଙ୍କ ଖାଦ୍ୟ ସମାସ୍ୟା ମଧ୍ୟ ଦେଖା ଦେଇଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବିଶେଷ କରି ଗରୀବ ଓ ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା ଅଭାବରୁ ଘରେ ବସି ରହିଛନ୍ତି । ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ ସମ୍ଭପବର ହେଉନାହିଁ । ଅତ୍ୟାବଶ୍ୟକ ସମାଗ୍ରୀ ସଂଗ୍ରହ କରିବା ବନ୍ୟାଞ୍ଚଳବାସୀଙ୍କ ପାଇଁ କଷ୍ଟଦାୟକ ହୋଇପଡିଛି । ଅନେକଙ୍କ ଘରେ ବନ୍ୟାପାଣି ପଶିଯିବାରୁ ସେମାନଙ୍କ ଦୈନନ୍ଦିନ ଚଳଣିରେ ସମାସ୍ୟା ସୃଷ୍ଟି ହୋଇଛି । ଏପରି ଅବସ୍ଥାରେ ପ୍ରଶାସନ ସହାୟତା ପ୍ରଦାନ କରୁନଥିବା ବିପନ୍ନ ମାନେ ଶ୍ରୀ କାଡାମଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଳି ଧୋୟାଞ୍ଚଳ ଗ୍ରସ୍ତରେ ଯାଇଥିବା ଶ୍ରୀ କାଡାମଙ୍କ ସହ ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥି ଡା. ଦେବଶ୍ମିତା ଶର୍ମା , କଂଗ୍ରେସର ବରିଷ୍ଠ ନେତା ବାବୁରାମ ଜେନା, ଆଳି ବ୍ଲକ କଂଗ୍ରେସ କମିଟି ସଭାପତି ରବିନାରାୟଣ ବେହେରା, ରାଜକନିକା ବ୍ଲକ କଂଗ୍ରେସ କମିଟି ସଭାପତି ମଙ୍ଗୁଳି ଚରଣ ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା,ପିସିସି ସଭ୍ୟ ସଞ୍ଜୟ ରାଉତ, ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ନଳିନୀକାନ୍ତ ନାୟକ, ଯୁବ କଂଗ୍ରେସ ସର୍ବ ଭାରତୀୟ ସମ୍ପାଦକ ସଂଗ୍ରାମ ଜେନା, ମାନଗୋବିନ୍ଦ ଦାସ, ଦର୍ପନାରାଣ ସାହୁ , ପର୍ଶୁରାମ ରାଉତରାୟ, ଯୁବ କଂଗ୍ରେସର ରାଜମୋହନ ସ୍ୱାଇଁ, ରାକେଶ ଦାସ ପ୍ରମୁଖ କଂଗ୍ରେସର ବହୁ ନେତା, ଯୁବନେତା, ମହିଳା ନେତ୍ରୀ ଓ ଶତାଧିକ କର୍ମୀ ଏଥିରେ ଉପସ୍ଥିତ ଥିଲେ। ବନ୍ୟାଞ୍ଚଳ ପରିଦର୍ଶନ କରିସାରିବା ପରେ ଶ୍ରୀ କାଡାମଙ୍କ ନେତୃତ୍ୱରେ ଆସିଥିବା କଂଗ୍ରେସର ଏକ ଟିମ ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ। ବନ୍ୟାଞ୍ଚଳ ଲୋକଙ୍କ ନିକଟରେ କିପରି ରିଲିଫ ପହଞ୍ଚିବ ତାହା ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ବିପନ୍ନମାନେ ବହୁ ସମସ୍ୟାରେ କାଳାତିପାତ କରୁଥିବା ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ସେହିପରି ବନ୍ୟା ଯୋଗୁଁ ଧୈାୟାଞ୍ଚଳ ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି। କାରଣ ସେମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି। ସେମାନଙ୍କୁ ପରୀକ୍ଷାରେ ଗ୍ରେସ ମାର୍କ ଦେବା ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀ କାଡାମ କହିଥିଲେ। ବନ୍ୟାଞ୍ଚଳରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। କାରଣ ନଳକୂପ ଗୁଡିକ ବନ୍ୟାଜଳରେ ବୁଡି ରହିଛି। ତୁରନ୍ତ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଶ୍ରୀ କାଡାମ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ଏହି ଆଲୋଚନା ସମୟରେ ଶ୍ରୀ କାଡାମଙ୍କ ସହିତ ଆଳି କଂଗ୍ରେସର ନେତ୍ରୀ ଦେବଶ୍ମୀତା ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପିସିସି ସଭ୍ୟ ସଞ୍ଜୟ ରାଉତ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବିପଦ ସଂକେତ ଉପରେ ବ୍ରାହ୍ମଣୀ ବନ୍ୟା, ବାହ୍ୟଜଗତରୁ ବିଛିନ୍ନ ଧୋୟାଞ୍ଚଳ, ସହାୟତା ପାଇଁ ଗଣେଶ୍ୱର ଓ ଧ୍ରୁବଙ୍କ ଦାବୀ

Thu Jul 31 , 2025
ପଟ୍ଟାମୁଣ୍ଡାଇ ୩୦/୭ -ବ୍ରାହ୍ମଣୀ ନଦୀରେ ଦେଖା ଦେଇଥିବା ଦିତୀୟ ବନ୍ୟାର ୩/୪ ଦିନ ପରେ ମଧ୍ୟ ବନ୍ୟାଜଳ ବିପଦ ସଂକେତ ଉପରେ ରହିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅଳଭା ଠାରେ ୧୭. ୧୦ ଉପରେ ବନ୍ୟାଜଳ ଗତିକରୁଛି । ସରକାରୀ ଭାବେ ବ୍ରିଟିଶ ଅମଳରୁ ୧୬ ଫୁଟ ବିପଦ ସଂଙ୍କେତ ଥିବା ବେଳେ ଏଯାବତ ନିର୍ଣ୍ଣୟ କରାଯାଇନାହିଁ । ହେଲେ ଏବେ ବନ୍ୟା ବିପନ୍ନଲୋକ ମାନଙ୍କ ଦୁର୍ଦଶା ବଢ଼ିବାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading