ମଧୁସାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତ ବାଲିଆର ପ୍ରସିଦ୍ଧ ଦୋଳମେଲଣ ପର ମଧୁସାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ବାଲିଆସ୍ଥିତ ସାରସ୍ୱତ ମାର୍କେଟ କମ୍ଲେକ୍ସରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡା.ବିଶ୍ୱ ପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ମଦନମୋହନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଏଥିସହିତ ଚଳିତବର୍ଷର ମହୋତ୍ସବ ପାଇଁ ଅତିଥିମାନଙ୍କୁ ଅନୁରୋଧପତ୍ର ପଠାଯିବା ବ୍ୟବସ୍ଥା ଏବଂ ୧୦ଟି ସାଂସ୍କୃତିକ ଦଳର ତାଲିକା ନାଟ୍ୟଗୁରୁ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ପରାମର୍ଶଦାତା ଦାମୋଦର ତ୍ରିପାଠୀ, କିଶୋର ଚନ୍ଦ୍ର ମଲ୍ଲିକ, ଗୁରୁଚରଣ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୋଷାଧ୍ୟକ୍ଷ ନାରାୟଣ ସ୍ୱାଇଁ ଜମଧର ପ୍ରାଥମିକ କୃଷି ସମବାୟ ସମିତି ମିନି ବ୍ୟାଙ୍କରେ ମଧୁସାଗର ମହୋତ୍ସବ, ବାଲିଆ ନାମରେ ଖୋଲାଯାଇଥିବା ଜମାବହି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସଭାପତି ଶ୍ରୀ କାନୁନଗୋ ଅତିଥି ବିଭୁଦତ୍ତମିଶ୍ର ଓ ନରେନ୍ଦ୍ର ବେହେରାଙ୍କୁ ଚଳିତମାସ ୨୦,୨୧ ଓ ୨୨ତାରଖ ମଧ୍ୟରୁ ଯେକୈାଣସି ଦିନ ଆସିବାକୁ ବାର୍ତ୍ତାଳାପ କରିଥିଲେ। ମହୋତ୍ସବର ବିଭିନ୍ନ ପ୍ରସଙ୍ଗ ଉପରେ ଶରତ କୁମାର ଆଚାର୍ଯ୍ୟ, ବସନ୍ତ କୁମାର ଜେନା, ସୋମନାଥ ସ୍ୱାଇଁ, ନଗେନ୍ଦ୍ର ରାଉତ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଆଲୋଚନା କରିଥିଲେ। ମେଲଣ ପଡିଆ ସଂଲଗ୍ନ ଡାକ୍ତର ସରୋଜକାନ୍ତ କାନୁନଗୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ସେବା ଓ ସ୍ଥାନୀୟ ବାଲିଆ ଅଞ୍ଚଳର ଶିକ୍ଷାନୁଷ୍ଠାନମାନଙ୍କ ଅବସ୍ଥାରେ ସୁଧାର ଅଣାଯିବା ଓ ବଳଦେବ ସାଂସ୍କୃତିକ ପରିଷଦକୁ ନବୀକରଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ହୃଷିବର୍ଦ୍ଧନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ବୈଠକ

Fri Mar 7 , 2025
କେନ୍ଦ୍ରାପଡ଼ା,୭ା୩: ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ନହଙ୍ଗର ଏକ ବୈଠକ ମା’ମଙ୍ଗଳାଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସ୍ଥାୟୀ ସଭାପତି ଆର୍ତ୍ତତ୍ରାଣ ପାତ୍ର ବୈଠକରେ ସଭାପତିତ୍ୱ କରିଥିଲେ। ସମ୍ପାଦକ ଅଭିମନ୍ୟୁ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ସଙ୍ଘର ଉତ୍ତମ ପରିଚାଳନା ନିମନ୍ତେ ଉପସଭାପତି ଭାବେ ଦିବାକର ନାୟକ ଓ ସହସମ୍ପାଦକ ଭାବେ ନିକୁଞ୍ଜବିହାରୀ ପୃଷ୍ଟିଙ୍କୁ ମନୋନିତ କରାଯାଇଥିଲା। ଆଞ୍ଚଳିକ ସାମାଜିକ ସମସ୍ୟା ମଧ୍ୟରେ ଷଣ୍ଢ, ମାଙ୍କଡ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading